ଜଟଣୀ: ବହୁଚର୍ଚ୍ଚିତ ଏଖରାଜାତ ମାହାଲ ଜମି ମାମଲାକୁ ନେଇ ଜଟଣୀ ଅଞ୍ଚଳରେ ପୁଣି ପ୍ରଜାମେଳି ହୋଇଛି। ସରକାରଙ୍କୁ ବାରମ୍ବାର ଆବେଦନ କରିବା ପରେ ମଧ୍ୟ ଜମି ମାଲିକମାନେ ସେମାନଙ୍କ ଅଧିକାର ଫେରିପାଇନଥିବାରୁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ୨୦୧୨ ମସିହାରୁ ଜମି ମାଲିକମାନେ ଏଥିପାଇଁ ସଂଘର୍ଷ କରିଆସୁଥିଲେ ହେଁ ସେମାନଙ୍କୁ ସ୍ବତ୍ତ୍ବ ଅଧିକାର ମିଳିପାରିନାହିଁ। ରାଜନୈତିକ ସ୍ତରରେ ବହୁ ପ୍ରତିଶ୍ରୁତି ମିଳିଥିଲେ ହେଁ ପରେ ସେସବୁ ପାଣିର ଗାର ଭଳି ଉଭେଇ ଯାଇଛି।
Avoid Valentine's Day Fraud: ଅର୍ଥ ସୂତ୍ର: ଭାଲେଣ୍ଟାଇନ୍ସ ଠକେଇରୁ ବଞ୍ଚନ୍ତୁ
୨୦୧୩ ମସିହାରେ ୮ଟି ଗ୍ରାମର ପ୍ରଜାଙ୍କ ସ୍ଥିତିବାନ ସ୍ବତ୍ତ୍ବ କଟିଗଲା ଏବଂ ସମସ୍ତ ଜମିବାଡ଼ି ଶ୍ରୀଜଗନ୍ନାଥଙ୍କ ନାମରେ ହୋଇଗଲା। ଏଖରାଜାତ ମାହାଲ ଅଞ୍ଚଳରେ ଥିବା ଅନେକ ସର୍ବସାଧାରଣ ଜମି, ଶ୍ମଶାନ, ସ୍କୁଲ୍, ପୁଷ୍କରିଣୀ ଆଦି ମହାପ୍ରଭୁଙ୍କ ନାମରେ ହୋଇଗଲା। ଫଳରେ ୨୦୧୨ ମସିହା ସୁଦ୍ଧା ଯେଉଁମାନେ ଜମିମାଲିକ ଥିଲେ, ସେମାନେ ସର୍ବହରା ହୋଇଗଲେ। ଜମି ଫେରସ୍ତ ପାଇଁ ସେବେଠୁ ଲଢ଼େଇ ଜାରି ରହିଛି। ଆଜି ୮ଟି ଗାଁର ପ୍ରଜାମାନେ ପୁଣି ମେଳି କରିଥିଲେ। ବୈଠକରେ ଅଭିଯୋଗ କରାଯାଇଛି ଯେ ୨୦୧୨-୧୩ ସୁଦ୍ଧା ଏ ଅଞ୍ଚଳରେ ବନ୍ଦୋବସ୍ତ ପ୍ରକ୍ରିୟା ପରେ ରୟତମାନଙ୍କୁ ଅନେକ ପାର୍ଟ ବଣ୍ଟନ ହୋଇଥିଲା। ମାତ୍ର ଜଣେ ସରକାରୀ ଅଧିକାରୀଙ୍କ ଦ୍ୱାରା ସମସ୍ତ ଏଖରାଜାତ ଅଞ୍ଚଳ ୮ଗୋଟି ମୌଜାର ସ୍ଥିତିବାନ ଜମି ଶ୍ରୀଜଗନ୍ନାଥଙ୍କ ନାମରେ ରାତାରାତି ରେକର୍ଡ ହୋଇଗଲା ଏବଂ ଖାତାରୁ ପ୍ରଜାଙ୍କ ନାମ କାଟି ଦିଆଗଲା। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ କେବଳ ଜମିଦାରୀ ଅଧିକାର ଦିଆଯାଇଥିଲା। ମାତ୍ର ରୟତି ଅଧିକାର ଥିଲା ପ୍ରଜାଙ୍କର। ଜମିଦାରୀ ପ୍ରଥା ଉଚ୍ଛେଦ ହୋଇଥିଲେ ମଧ୍ୟ ଏକ୍ଷେତ୍ରରେ ପ୍ରଜାଙ୍କ ପ୍ରତି ଘୋର ଅନ୍ୟାୟ ହୋଇଛି।
Historical : ‘ଐତିହାସିକ, ସାଂସ୍କୃତିକ ମହାପୁରୁଷମାନେ ଅସ୍ମିତା ପୁରୁଷ’
୧୮୯୦ ମସିହାଠାରୁ ୧୯୬୫ ପର୍ଯ୍ୟନ୍ତ ରୟତମାନେ ସ୍ଥିତିବାନ ପଟ୍ଟା ପାଇଛନ୍ତି। ତଥାପି ସେହି ଅଧିକାରୀଜଣକ ସ୍ଥିତିବାନ ଜମିକୁ ଶ୍ରୀଜଗନ୍ନାଥଙ୍କ ନାମରେ କରିଦେଲେ ଏବଂ ପ୍ରଜାଙ୍କ ନାମ ଜମି ରେକର୍ଡ ବା ଖତିଆନାରୁ କାଟିଦେଲେ। ଏହି ତ୍ରୁଟି ସଂଶଧୋନ କରିବା ପାଇଁ ରୟତମାନେ ଉଚ୍ଚ ନ୍ୟାୟାଳୟରେ ପିଆଇଏଲ୍ ନଂ ୧୨୧୯୩/୨୦୧୪ରେ ମାମଲା ରୁଜୁ କରିଥିଲେ। ଏହାକୁ ସରକାର ୬ମାସ ମଧ୍ୟରେ ପ୍ରଶାସନିକ କ୍ଷେତ୍ରରେ ସମାଧାନ କରିବେ ବୋଲି କହିବାରୁ ମାମଲା କୋର୍ଟରୁ ପ୍ରତ୍ୟାହାର କରାଗଲା। ମାତ୍ର ୬ମାସ ପରେ ମେମ୍ବର କୋର୍ଟ ଗଠନ କରାଗଲା ଏବଂ ପରେ ମେମ୍ବର କୋର୍ଟଙ୍କ ଅସାମର୍ଥ୍ୟ ଯୋଗୁ ସ୍ପେସାଲ କୋର୍ଟ ଗଠନ କରାଯାଇଛି। ତଥାପି ପ୍ରଜାମାନଙ୍କୁ ନ୍ୟାୟ ମିଳିପାରିନାହିଁ। ତେଣୁ ଏନେଇ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଆବେଦନପତ୍ର ଦିଆଯିବ ବୋଲି ବୈଠକରେ ସ୍ଥିର କରାଯାଇଛି।
Follow Us