love week: ନାହିଁ ସେ ଚୋରା ପୀରତି ଦିନ: ଏବେ ପ୍ରେମରେ ଲାଗିଛି ଜେନ୍‌-ଜି ଛୁଙ୍କ

Advertisment

ଆଣ୍ଠୁ ମାଡ଼ି ଗୋଲାପ ଦେଇ ପ୍ରେମ ନିବେଦନ, ଏବେ ପୁରୁଣା ହେଲାଣି। ୯୦ ଦଶକର ଏହି ନିବେଦନ ଶୈଳୀ ଜେନ୍‌-ଜିଙ୍କୁ ଆଉ ପସନ୍ଦ ଆସୁନି। ଏବେ ସବୁଠି ପଡ଼ିଛି ଜେନ୍‌-ଜିଙ୍କ ଭିନ୍ନ ରସିକତାର ଛୁଙ୍କ।

ଆଣ୍ଠୁ ମାଡ଼ି ଗୋଲାପ ଦେଇ ପ୍ରେମ ନିବେଦନ, ଏବେ ପୁରୁଣା ହେଲାଣି। ୯୦ ଦଶକର ଏହି ନିବେଦନ ଶୈଳୀ ଜେନ୍‌-ଜିଙ୍କୁ ଆଉ ପସନ୍ଦ ଆସୁନି। ଏବେ ସବୁଠି ପଡ଼ିଛି ଜେନ୍‌-ଜିଙ୍କ ଭିନ୍ନ ରସିକତାର ଛୁଙ୍କ।

fshfsfhsfhsxbv

ଭୁବନେଶ୍ୱର: ଆଣ୍ଠୁ ମାଡ଼ି ଗୋଲାପ ଦେଇ ପ୍ରେମ ନିବେଦନ, ଏବେ ପୁରୁଣା ହେଲାଣି। ୯୦ ଦଶକର ଏହି ନିବେଦନ ଶୈଳୀ ଜେନ୍‌-ଜିଙ୍କୁ ଆଉ ପସନ୍ଦ ଆସୁନି। ଏବେ ସବୁଠି ପଡ଼ିଛି ଜେନ୍‌-ଜିଙ୍କ ଭିନ୍ନ ରସିକତାର ଛୁଙ୍କ। ପ୍ରକୃତିର ସବୁଜିମା ଭିତରେ ହଟ୍‌ ଏୟାରବେଲୁନ୍‌ରେ ଏବେ ହେଉଛି ପ୍ରେମ ନିବେଦନ। ଆହୁରି ବି ସମୁଦ୍ର ବେଳାଭୂମିରେ ଆକର୍ଷଣୀୟ ଲାଇଟ୍‌ ଓ ମହମ ରଖି ନିଜର ମନ କଥା କହୁଛନ୍ତି ‌ପ୍ରେମିକପ୍ରେମିକା। ଆଉ କିଛି ପୁଣି ପୂରା ସିନେମା ଶୈଳୀରେ ରାସ୍ତା ମଝିରେ ପ୍ରେମ ନିବେଦନ କରି ଅଥବା ଭିନ୍ନ ଭିନ୍ନ ଆତସବାଜିରେ ଆକାଶକୁ ରଙ୍ଗିନ ଓ ଆଲୋକିତ କରି ପ୍ରେମର ପରିପ୍ରକାଶ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ସ୍ୱତନ୍ତ୍ର ପ୍ରେମ ନିବେଦନ ଦେଖି କିଏ କିଭଳି ଅଲଗା ଢଙ୍ଗରେ ନିଜ ପ୍ରେମର ପରିପ୍ରକାଶ କରିବ ସେଥିପାଇଁ ଉପାୟ ଖୋଜୁଛନ୍ତି। ପୂର୍ବରୁ ପ୍ରେମ ନିବେଦନରେ ଗୋପନୀୟତା ରହୁଥିବା ବେଳେ ‘ପ୍ୟାର କିଆ ତୋ ଡରନା’ ଉକ୍ତିକୁ ଜେନ୍‌-ଜି ପ୍ରକୃତରେ ସତ କରି ଦେଖାଉଛନ୍ତି।

Jeffrey Epstein: ଅନିଲଙ୍କ ପାଇଁ ସ୍ବିଡେନ୍‌ର ଡେଙ୍ଗା, ଗୋରା ଝିଅର ବ୍ୟବସ୍ଥା କରିବାକୁ ଏପ୍‌ଷ୍ଟିନ୍‌ଙ୍କ ପ୍ରସ୍ତାବ

ଚାହିଦାରେ ‘ଭାଲେଣ୍ଟାଇନ୍‌ ଏକ୍ସପ୍ଲୋଜର ହ୍ୟାମ୍ପର’ ଓ ‘ରୋଜ୍‌ ଲାଇଟ୍‌’
ନୂଆପଲ୍ଲୀର ଗିଫ୍ଟ ବ୍ୟବସାୟୀ ରକିଙ୍କ ମତରେ ନିବେଦନ ପାଇଁ ‘ରୋଜ ଲାଇଟ୍‌’ ଓ ‘କାଚ ଭିତରେ ଥିବା ରୋଜ୍‌ ଲାଇଟ୍‌’ର ବେଶ୍‌ ଚାହିଦା। ଗୋଲାପ ଫୁଲ ନଷ୍ଟ ହୋଇଯାଉଥିବାରୁ ‘ରୋଜ ଲାଇଟ୍‌’ ଓ ‘ମେଟାଲିକ୍‌ ରୋଜ୍‌’ର ବର୍ତ୍ତମାନ ବେଶ୍‌ ଚାହିଦା ରହିଛି। ସେହିପରି ବର୍ତ୍ତମାନ ଅନ୍‌ଲାଇନ୍‌ ବଜାରରେ ଭାଲେଣ୍ଟାଇନ୍‌ ଏକ୍ସପ୍ଲୋଜର ହ୍ୟାମ୍ପରର ଚାହିଦା ବଢ଼ିବାରେ ଲାଗିଛି। ଏଥିରେ ଏକ ଛୋଟ ସୂତାରେ ନିଆଁ ଲଗାଇବା ପରେ ‘ଵିଲ୍‌ ୟୁ ବି ମାଇଁ ଭାଲେଣ୍ଟାଇନ’ ଲେଖା ଥିବା କାର୍ଡଠାରୁ ଆରମ୍ଭ କରି ଚକଲେଟ୍‌, ଉଭୟ ଏକାଠି ମିଶି କାଟିଥିବା କିଛି ସ୍ମରଣୀୟ ମୁହୂର୍ତ୍ତର ଫଟୋ ଓ ଟେଡି ଆଦି ରହୁଛି।

Weekly Horoscope 2026 Feb 8 To Feb 14: ଜାଣନ୍ତୁ ଏ ସପ୍ତାହର ରାଶିଫଳ

‘ଚିଠି’ରୁ ‘ଏୟାର ବେଲୁନ ଯାଏଁ’
ଚୋରା ପୀରତି ଯୁଗରେ ଚିଠି କହୁଥିଲା ଅନ୍ତର କଥା। ହେଲେ ସାହି ମୁଣ୍ଡରେ, ବୁଦା କନ୍ଦିରେ କଦବା କେମିତି ଦେଖା ହେଲେ, ଲାଜରେ ପ୍ରେମ ନିବେଦନ ବି ହୋଇପାରୁନଥିଲା। ଯାହା ଆଖି କଥା ଆଖି ବୁଝିପାରୁଥିଲା। ଚିଠିରେ ଲେଖା କେଇ ପଦ କଥା, ଆଉ ଆଖି କହୁଥିବା ସେ ଅକୁହା ଉକ୍ତି ବର୍ଷ ବର୍ଷର ଧରି ପ୍ରେମର ଅଲିଭା ଗାର ହୋଇ ହୃଦୟରେ ଟାଣି ହୋଇ ରହୁଥିଲା। ଏହା ପରେ ସିନେ ଅଭିନେତାଙ୍କ ଷ୍ଟାଇଲ୍‌ରେ ଆଣ୍ଠୁ ମାଡ଼ି ଗୋଲାପ ଫୁଲରେ ପ୍ରେମ ନିବେଦନ ବେଶ୍‌ ଲୋକପ୍ରିୟ ହେଲା। ବର୍ତ୍ତମାନ ଆଉ ପାଦେ ଆଗକୁ ବଢ଼ି ପ୍ରେମ ନିବେଦନକୁ ଆହୁରି ସ୍ୱତନ୍ତ୍ର ଓ ସ୍ମରଣୀୟ କରୁଛନ୍ତି ପ୍ରେମୀଯୁଗଳ। ନିଜର ବଜେଟ୍‌ ଅନୁସାରେ କିଏ ଆକର୍ଷଣୀୟ ଉପହାର ଓ ପୁଷ୍ପଗୁଚ୍ଛ ଦେଇ ପ୍ରେମର ପରିପ୍ରକାଶ କରୁଛନ୍ତି ତ କିଏ ରେସ୍ତୋରାଁ ଅଥବା ସମୁଦ୍ରକୂଳରେ ସ୍ୱତନ୍ତ୍ର ରୋମାଣ୍ଟିକ ଡିନରର ଆୟୋଜନ କରୁଛନ୍ତି। ପୁଣି କେକ୍‌, ଚାଟ୍‌ ଆଦିରେ ହୀରା ମୁଦି ପୋତି ବି ହେଉଛି ପ୍ରେମର ରୋମାଣ୍ଟିକ୍‌ ପରିପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe