ଖଣ୍ଡଗିରି: ଓଡ଼ିଶା କେନେଲ୍ କ୍ଲବ୍ (ଓକେସି) ପକ୍ଷରୁ ଓୟୁଏଟି ଭେଟେରିନାରି କଲେଜ ଖେଳପଡ଼ିଆରେ ଡଗ୍ ସୋ’ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମକୁ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଉଦ୍ଘାଟନ କରିଛନ୍ତି। ପ୍ରଥମ ଦିନରେ ଜର୍ମାନ ସେଫର୍ଡ ପ୍ରଜାତିର କୁକୁରଙ୍କର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମାଲିକଙ୍କ କଥାମାନି ଜର୍ମାନ ସେଫର୍ଡ ବସ୍ ଉଠ୍ ହେବା ସହିତ ବିଭିନ୍ନ ଆଦେଶକୁ ପାଳନ କରିଥିଲେ। ଏଥିସହ ପ୍ରାୟ ୩ମିନିଟ୍ ପର୍ଯ୍ୟନ୍ତ ସେମାନଙ୍କୁ ଚୁପ୍ ହୋଇ କେବଳ ବସିବାକୁ ପଡ଼ିଥିଲା। ସେହିପରି ମଣିଷଙ୍କ ଦେହର ଗନ୍ଧବାରି ରୁମାଲ୍ ଖୋଜିବା ଭଳି କଷ୍ଟକର କାର୍ଯ୍ୟକୁ ମଧ୍ୟ ଅତି ସୁନ୍ଦର ଭାବେ ସମ୍ପାଦନ କରିଥିଲେ। ପ୍ରଥମ ଦିନରେ ଜର୍ମାନ୍ ସେଫର୍ଡ ସ୍ପେସାଲ ସୋ’ରେ ୮୩ କୁକୁର ଭାଗ ନେଇଥିଲେ। ଏହାକୁ ଜର୍ମାନରୁ ଆସିଥିବା ଜୋଚେନ୍ ପ୍ରଲ୍ ଜଜ୍ ଭାବେ ଯୋଗଦେଇ ସମସ୍ତ କୁକୁରଙ୍କ ମୂଲ୍ୟାୟନ କରିଥିଲେ। ଏଥିରେ ପୁରୁଷ ଜର୍ମାନ୍ ସେଫର୍ଡରେ ଟାକ୍ସନ୍ ମୂର୍ତ୍ତିଙ୍କ କୁକୁର ଜାଙ୍କୋ କେଞ୍ଜ ହୋଫ୍ ପ୍ରଥମ , ଆରବ ଦେବଙ୍କ ୟୋଗୋ ଭେମ୍ ଆସଣ୍ଟ ୨ୟ, ଡଲାସ୍ ଭୋମ୍ ରେଗ୍ନା ୩ୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ମହିଳା ଜର୍ମାନ୍ ସେଫର୍ଡରେ ବୈଭବ ରୟାଲ୍ଙ୍କ ଆଇଜି ଅଫ୍ ଗ୍ୟାଙ୍ଗ୍ସ ପ୍ରଥମ, ଧୀରଜ ଦେବଙ୍କ ଡ୍ୟାନିଭୋମ୍ ସେଣ୍ଟୋ ୨ୟ, ହରିସ୍ କପିଲ୍ଙ୍କ କିଙ୍ଗ୍ସ ୱେ ପିକ୍ସି ୩ୟ ସ୍ଥାନ ଅଧିକାର କରିଛନ୍ତି। ଶନିବାର ମୁଖ୍ୟ କାର୍ଯ୍ୟକ୍ରମ ‘ଅଲ୍ ବ୍ରିଡ୍ ଡଗ୍ ସୋ’ ଅନୁଷ୍ଠିତ ହେବ ବୋଲି କ୍ଲବ୍ର ସଭାପତି ସୁବ୍ରତ ପୃଷ୍ଟି ସୂଚନା ଦେଇଛନ୍ତି।
Tanya Patnaik: ତନୟା ପଟ୍ଟନାୟକ ପାଇବେ ‘ପ୍ରଦ୍ୟୁମ୍ନ ବଳ ପ୍ରତିଭା ସମ୍ମାନ’
ଟୋନି ଦିନକୁ ଖାଏ ୩ କେଜି
ଗ୍ରେଟ୍ଡେନ୍ ପ୍ରଜାତିର ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ କୁକୁର ଟୋନି। ବୟସ ମାତ୍ର ୧୭ମାସ। ନାଁହେଲେ ଦିନକୁ ଖାଏ ୩ କେଜି। । ଟୋନି ରାଜସ୍ଥାନରୁ ୧୦ ମାସର ହୋଇଥିବା ବେଳେ, ସାଢ଼େ ୩ ଲକ୍ଷ ଟଙ୍କାରେ କିଣା ହୋଇ ଆସିଛି। ପ୍ରତିଦିନ ଡଗ୍ ଫୁଡ୍, ମଲ୍ଟି ଭିଟାମିନ୍, କ୍ୟାଲସିୟମ୍ ସହିତ କିଲେ ଚିକେନ୍ ମିଶାଇ ପାଖାପାଖି ୩କେଜିର ଖାଦ୍ୟ ସେ ଖାଏ। ଏଥିପାଇଁ ମାସିକ ଖର୍ଚ୍ଚ ୧୫ ହଜାର। ଚଳିତ ବର୍ଷ ଟୋନି ପ୍ରଥମଥର ପାଇଁ ଓଡ଼ିଶାର ଡଗ୍ ସୋ’ରେ ଭାଗ ନେଉଥିବା ବେଳେ ପୂର୍ବରୁ ଜାମ୍ସେଦ୍ପୂର, ବିଶାଖାପାଟଣାରେ ହୋଇଥିବା ପ୍ରତିଯୋଗିତାରେ ଭାଗ ନେଇଥିଲା। ଶ୍ରୀ ପଟ୍ଟନାୟକଙ୍କ କହିବା କଥା, ଏଭଳି ପ୍ରଜାତି କେବଳ ସୋ’ ପାଇଁ ରଖାଯାଏ। ଏମାନଙ୍କ ଚୁଟି ଝଡ଼େନି, କାଲି ପ୍ରତି ଯୋଗିତାରେ ଟୋନି ଭାଗନେବ। ଟୋନି ଜେଣ୍ଟେଲ୍ ଜ୍ୟାଣ୍ଟ ପ୍ରଜାତିର ହୋଇଥିବାବେଳେ ସେ ଆହୁରି ବଢ଼ିବ। ୩୭ ଇଞ୍ଚ୍ ପର୍ଯ୍ୟନ୍ତ ବଡ଼ ହେବ।
କୁକୁରର ଦାମ୍ ୩୬ଲକ୍ଷ
ଲକ୍ଷେ କି ୨ ଲକ୍ଷ ନୁହେଁ। କୁକୁରର ଦାମ୍ ୩୬ଲକ୍ଷ୍ୟ। ଜର୍ମାନୀରୁ କିଛି ମାସତଳେ ଆସିଥିବା ୪ ବର୍ଷର ଡେନିର କେବଳ ଦାମ ଅଧିକା ନୁହେଁ; ତା’ର ଖାଇବା ରହିବା ସବୁ ଦାମୀ। ସାଧାରଣ ମଣିଷର ଚଳଣୀ ଠାରୁ ଢ଼େର୍ ଉପରେ। ଡେନି ତା’ପାଇଁ ଉଦ୍ଦିଷ୍ଟ ଡଗ୍ ଫୁଡ୍ ଛଡ଼ା ଆଉ କିଛି ଖାଏ ନାହିଁ। ମାସକୁ ଖାଦ୍ୟ, ଡାକ୍ତରି ଚିକିତ୍ସା ବାବଦକୁ ୬୦ ହଜାର ଖର୍ଚ୍ଚ। ସେ ୧୫ ଦିନକୁ ଥରେ ଚୁଟି, ନଖ, ଡ୍ରେସିଂ ହେବାପାଇଁ ପାର୍ଲର ଯାଏ। ଏଥିପାଇଁ ପାଖାପାଖି ୫ହଜାର ଖର୍ଚ୍ଚ ହୁଏ। ଡେନିଙ୍କୁ ଧୀରଜ ରାଜ ଦେବ କିଣିଛନ୍ତି। ତା’ର ଯତ୍ନପାଇଁ ଜଣେ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି।
/filters:format(webp)/sambad/media/media_files/2025/12/20/untitled-15-2025-12-20-08-48-48.jpg)
Follow Us