Govinda Bhuyan's: ଗୋବିନ୍ଦ ଭୂୟାଁଙ୍କ ‘ମୋ ସ୍ମୃତିରେ ବ୍ୟକ୍ତି ଓ ବ୍ୟକ୍ତିତ୍ବ’ ଉନ୍ମୋଚିତ: ‘ସାଧାରଣ ଲୋକଙ୍କୁ ନେଇ ଇତିହାସ ଲେଖାହେଲେ ଅଧିକ ବିଶ୍ବାସଯୋଗ୍ୟ ହୁଏ’

Advertisment

ସମକାଳୀନ ଇତିହାସକୁ ସମୃଦ୍ଧ କରିବାକୁ ହେଲେ ଇତିହାସ କାହାକୁ ନେଇ ହୁଏ ତାହା ଜାଣିବା ଦରକାର। ରାଜାଙ୍କୁ ନେଇ ଇତିହାସ ହୁଏନାହିଁ। ସାଧାରଣ ଲୋକଙ୍କୁ ନେଇ ଇତିହାସ ଲେଖାହେଲେ ତାହା ବିଶ୍ବାସଯୋଗ୍ୟ ହୁଏ।

ସମକାଳୀନ ଇତିହାସକୁ ସମୃଦ୍ଧ କରିବାକୁ ହେଲେ ଇତିହାସ କାହାକୁ ନେଇ ହୁଏ ତାହା ଜାଣିବା ଦରକାର। ରାଜାଙ୍କୁ ନେଇ ଇତିହାସ ହୁଏନାହିଁ। ସାଧାରଣ ଲୋକଙ୍କୁ ନେଇ ଇତିହାସ ଲେଖାହେଲେ ତାହା ବିଶ୍ବାସଯୋଗ୍ୟ ହୁଏ।

fhsfhxxvbxxv

କଟକ: ସମକାଳୀନଇତିହାସକୁ ସମୃଦ୍ଧ କରିବାକୁ ହେଲେ ଇତିହାସ କାହାକୁ ନେଇ ହୁଏ ତାହା ଜାଣିବା ଦରକାର। ରାଜାଙ୍କୁ ନେଇ ଇତିହାସ ହୁଏନାହିଁ। ସାଧାରଣ ଲୋକଙ୍କୁ ନେଇ ଇତିହାସ ଲେଖାହେଲେ ତାହା ବିଶ୍ବାସଯୋଗ୍ୟ ହୁଏ। ଗଦ୍ୟ ସମୃଦ୍ଧ ହେଲେ ହିଁ ଗଣତାନ୍ତ୍ରିକ ବ୍ୟବସ୍ଥାଟି ସମୃଦ୍ଧ ହେବ। ଗଦ୍ୟ ସମୃଦ୍ଧ ହେଲେ ଭାଷା ସୁରକ୍ଷିତ ହେବ ବୋଲି ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁଙ୍କ ‘ମୋ ସ୍ମୃତିରେ ବ୍ୟକ୍ତି ଓ ବ୍ୟକ୍ତିତ୍ବ’ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ କହିଛନ୍ତି ଇଷ୍ଟର୍ଣ୍ଣ ମଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ। 

Highmast light Without Electricity: ହାଇମାଷ୍ଟ୍ ଲାଇଟ୍‌ରେ ୮ବର୍ଷ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ନାହିଁ

ମହାନଦୀ ବିହାରସ୍ଥିତ ମହାନଦୀ ଭବନରେ ବିଶିଷ୍ଟ ଭାଷାବିତ୍‌ ପ୍ରଫେସର୍‌ ଡକ୍ଟର୍‌ ନଟବର ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏହି ପୁସ୍ତକ ସମକାଳୀନ ଇତିହାସର ଦସ୍ତାବିଜ୍‌। ଆମ ସମୟର ଅସ୍ମିତା ପୁରୁଷମାନଙ୍କର ଏକ ପ୍ରାମାଣିକ ଗ୍ରନ୍ଥ। ଏହି ବହିଟିକୁ ଏକ ଭିନ୍ନ ସ୍ବାଦର ସମକାଳୀନ ଇତିହାସ କୁହାଯିବ। ଏହି ବହିରେ ଅତି ଅଳ୍ପ ଶବ୍ଦରେ ଅନେକ କଥା କୁହାଯାଇଛି। ଅଳ୍ପ କଥାରେ ଅନେକ କିଛି କହିବାର ସାମର୍ଥ୍ୟ ରଖିବା ବ୍ୟକ୍ତିଙ୍କୁ ବିଜ୍ଞ ଲୋକ ବୋଲି କୁହାଯାଏ। ଏହି ପୁସ୍ତକର ଜାତି ଜାଣିବା କଷ୍ଟକର। ତେଣୁ ଏହି ବହିଟିକୁ ଭିନ୍ନ ସ୍ବାଦର ସମକାଳୀନ ଇତିହାସ ହିସାବରେ ସୁପାରିସ କରିବା ଉଚିତ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। 

No Petrol Without Pollution Certificate: ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତ ପେଟ୍ରୋଲ୍ ନାହିଁ... ତେଲ ପାଇଁ ପେଟ୍ରୋଲ ପମ୍ପରେ ଦେଖାଇବାକୁ ପଡ଼ିବ ସାର୍ଟିଫିକେଟ୍

ଲେଖକୀୟ ଅଭିବ୍ୟକ୍ତି ରଖି ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ପୁସ୍ତକରେ ସ୍ଥାନିତ ଲେଖାଗୁଡ଼ିକରେ ସାହିତ୍ୟ ଅପେକ୍ଷା ଶ୍ରଦ୍ଧାର ପରିମାଣ ଅଧିକ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଶୈଳବାଳା ମହିଳା କଲେଜର ଅଧ୍ୟାପକ ଡକ୍ଟର୍‌ ସଞ୍ଜିତା ମିଶ୍ର, ରେଭେନ୍ସା ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡକ୍ଟର୍‌ ଜ୍ଞାନୀ ଦେବାଶିଷ ମିଶ୍ର ଯୋଗ ଦେଇ ପୁସ୍ତକ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଇଂଜିନିୟର ଆଇନଜୀବୀ ଆକାଶ ଭୂୟାଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ପ୍ରଫେସର ବାବାଜି ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ନିରୁପମା ପତି ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ। କୁନଲତା ତ୍ରିପାଠୀ ଶ୍ଳୋକ ଆବୃତ୍ତି କରିଥିଲେ। ଓଡ଼ିଶା ମଲ୍ଟି ମିଡିଆ ପ୍ରକାଶନୀ ସଂସ୍ଥାର ସ୍ବତ୍ବାଧିକାରୀ ଡକ୍ଟର ବିଜୟ କୁମାର ରାଉତ ପ୍ରକାଶକୀୟ ଅଭିଭାଷଣ ପ୍ରଦାନ କରିଥିଲେ। ଶୁଭଲକ୍ଷ୍ମୀ ନାୟକ, ଇଂଜିନିୟର ଆଲୋକ ଭୂୟାଁ କାର୍ଯ୍ୟକ୍ରମ ସଞ୍ଚାଳନରେ ସହଯୋଗ କରିଥିଲେ। ପ୍ରଫେସର ବୈଷ୍ଣବ ଚରଣ ସାମଲ, ଇଂ ଗୋପାଳକୃଷ୍ଣ ବେହେରା, ଇଂ ପ୍ରଭାକର ସ୍ବାଇଁ, ପ୍ରଫେସର ସୁଦର୍ଶନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବର୍ଗର ବହୁ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe