Petrol pumps: ପେଟ୍ରୋଲ୍‌ ପମ୍ପକୁ ‌ହୋର୍ଡିଂ ବିପଦ: ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ରହିଛି ନିଷେଧାଦେଶ

Advertisment

ରାଜଧାନୀର ପେଟ୍ରୋଲ ପମ୍ପ୍‌କୁ ବିପଦ ସାଜିଛି ଡିଜିଟାଲ୍ ଓ ଅନ୍ୟାନ୍ୟ ବିଜ୍ଞାପନ ହୋର୍ଡିଂ। ବର୍ଷା ପବନରେ ଏହା ଭାଙ୍ଗି ପଡ଼ିବାର ଭୟ ରହୁଛି ଓ ପେଟ୍ରୋଲ୍ ପମ୍ପରେ ଅଗ୍ନିକାଣ୍ଡ, ବିସ୍ଫୋରଣ ଅବା ଅନ୍ୟ କିଛି ଅଘଟଣ ଘଟାଇବାର ଆଶଙ୍କା ରହିଛି।

ରାଜଧାନୀର ପେଟ୍ରୋଲ ପମ୍ପ୍‌କୁ ବିପଦ ସାଜିଛି ଡିଜିଟାଲ୍ ଓ ଅନ୍ୟାନ୍ୟ ବିଜ୍ଞାପନ ହୋର୍ଡିଂ। ବର୍ଷା ପବନରେ ଏହା ଭାଙ୍ଗି ପଡ଼ିବାର ଭୟ ରହୁଛି ଓ ପେଟ୍ରୋଲ୍ ପମ୍ପରେ ଅଗ୍ନିକାଣ୍ଡ, ବିସ୍ଫୋରଣ ଅବା ଅନ୍ୟ କିଛି ଅଘଟଣ ଘଟାଇବାର ଆଶଙ୍କା ରହିଛି।

dgadgdaczvcvz

ଭୁବନେଶ୍ବର: ରାଜଧାନୀର ପେଟ୍ରୋଲ ପମ୍ପ୍‌କୁ ବିପଦ ସାଜିଛି ଡିଜିଟାଲ୍ ଓ ଅନ୍ୟାନ୍ୟ ବିଜ୍ଞାପନ ହୋର୍ଡିଂ। ବର୍ଷା ପବନରେ ଏହା ଭାଙ୍ଗି ପଡ଼ିବାର ଭୟ ରହୁଛି ଓ ପେଟ୍ରୋଲ୍ ପମ୍ପରେ ଅଗ୍ନିକାଣ୍ଡ, ବିସ୍ଫୋରଣ ଅବା ଅନ୍ୟ କିଛି ଅଘଟଣ ଘଟାଇବାର ଆଶଙ୍କା ରହିଛି। ତଥାପି ଭୁବନେଶ୍ବର ମହାନଗର ନିଗମ  ତାର ଲୋଭ ଛାଡ଼ି ପାରୁନି। କଟକଣା ସତ୍ତ୍ବେ ଠିକାସଂସ୍ଥାଙ୍କୁ ପେଟ୍ରୋଲ ପମ୍ପ୍‌ରେ ଡିଜିଟାଲ୍ ହୋର୍ଡିଂ ଲଗାଇବାକୁ ଅନୁମତି ଦେଇ ଚାଳକ, ଜନସାଧାରଣଙ୍କୁ ବିପଦ ଭିତରକୁ ଠେଲି ଦେଇଛି। ୨୦୨୪ ମେ ୧୩ରେ ବର୍ଷା ପବନରେ ମୁମ୍ବାଇର ଏକ ପେଟ୍ରୋଲ୍ ପମ୍ପ୍‌ରେ ଲାଗିଥିବା ଡିଜିଟାଲ୍ ହୋର୍ଡିଂ ଭାଙ୍ଗି ଖସି ପଡ଼ିବାରୁ ପେଟ୍ରୋଲ୍ ପମ୍ପ୍‌ରେ ଠିଆ ହୋଇଥିବା ୧୭ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରୁ ଚେତିବା ପରି‌ବର୍ତ୍ତେ ଭୁବନେଶ୍ବରରେ ବିଏମ୍‌ସି ଏହାକୁ ଅଣଦେଖା କରିଚାଲିଛି। ବିଏମ୍‌ସି ଅଞ୍ଚଳରେ କଳ୍ପନା ଛକ, ୟୁନିଟ୍-୨, କଳିଙ୍ଗ ଷ୍ଟାଡିୟମ, ବାଣୀବିହାର, ଲକ୍ଷ୍ମୀସାଗର-ଝାରପଡ଼ା ଛକରେ ଥିବା ପେଟ୍ରୋଲ୍ ପମ୍ପରେ ଏଭଳି ବଡ଼ ବଡ଼ ଡିଜିଟାଲ୍ ବିଜ୍ଞାପନ ହୋର୍ଡିଂ ଲଗାଯାଇଛି। ବିଏମ୍‌ସି ଏହାକୁ ଲଗାଇବାକୁ ଅନୁମତି ଦେଇ  ବର୍ଗଫୁଟ ପିଛା ବାର୍ଷିକ ୩୨୦ ଟଙ୍କା ଆଦାୟ କରୁଛି। ବର୍ତ୍ତମାନ ସୁଦ୍ଧା ଅନୁମୋଦିତ ବିଜ୍ଞାପନ ଜାଗାର ପରିମାଣ ୨୫୮୮ ବର୍ଗଫୁଟ ଏବଂ ଏଥିରୁ ୮ଲକ୍ଷ ୨୮ହଜାର ୧୬୦ ଟଙ୍କା ବିଏମ୍‌ସି ପାଇଛି।

Paddy: ଝରିଗାଁରେ ଆଜିଡୁ ଧାନ ମଣ୍ଡି ଆରମ୍ଭ; ଟୋକନ୍‌ ଆସିଲା ଟାର୍ଗେଟ୍‌ ନାହିଁ

କଟକଣା ପରେ ବି ଟେଣ୍ଡର ଦେଇଛି ବିଏମ୍‌ସି

୨୦୨୪ରେ ହୋର୍ଡିଂ ପଡ଼ି ମୁମ୍ବାଇ ପେଟ୍ରୋଲ ପମ୍ପରେ ୧୭ଜଣଙ୍କ ପ୍ରାଣ ଯାଇଥିଲା

୩୭ ନମ୍ବର ୱାର୍ଡ କର୍ପୋରେଟର୍ ବନ୍ଦିତା ପାଲ୍ କହିଛନ୍ତି, ପେଟ୍ରୋଲ୍ ପମ୍ପକୁ ହାଜାର୍ଡସ ଜୋନ୍ ଭାବେ ପରିଗଣିତ କରାଯାଉଛି। ନ୍ୟାସନାଲ୍ ବିଲ୍ଡିଂ କୋଡ୍, ଫାୟାର ଓ ଲାଇଫ୍ ସେଫ୍ଟି  ଅନୁଯାୟୀ ପେଟ୍ରୋଲ୍ ପମ୍ପରେ ବଡ଼ ବଡ଼ ଡିଜିଟାଲ୍ ହୋର୍ଡିଂ, ନିର୍ମାଣକୁ ନିଷେଧ କରାଯାଇଛି। ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ଏହି ଏହି ନିଷେଧାଦେଶ ଜାରି କରାଯାଇଛି। ବିଏମ୍‌ସି ଆଉଟ୍‌ଡୋର୍ ବିଜ୍ଞାପନ ପଲିସି-୨୦୧୭ ନିୟମାନୁଯାୟୀ ପେଟ୍ରୋଲ୍ ପମ୍ପରେ କଟକଣା ଲଗାଯାଇଛି। ତଥାପି ଆଇନକୁ ଦଳିମକଚି ଦିଆଯାଉଛି ବୋଲି ଶ୍ରୀମତୀ ପାଲ୍‌ କହିଛନ୍ତି। ଏଭଳି ହୋର୍ଡିଂ ପେଟ୍ରୋଲ୍ ପମ୍ପରୁ ହଟାଇ ଜନସାଧାରଣଙ୍କୁ ବିପଦମୁକ୍ତ କରିବାକୁ ସେ ଦାବି କରିଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି, ଡିଜିଟାଲ୍‌ ହୋର୍ଡିଂ ଲଗାଇବା ଦାୟିତ୍ବ କେନ୍ଦ୍ର ସରକାରଙ୍କ ପଞ୍ଜୀକୃତ ବିଜ୍ଞାପନ ସଂସ୍ଥା କୁ ଦିଆଯାଇଛି। ତୈଳ କମ୍ପାନିମାନଙ୍କର ଅନୁମୋଦନକ୍ରମେ ଏହି ଅନୁମତି ଦିଆଯାଇଛି।

Paddy: ଝରିଗାଁରେ ଆଜିଡୁ ଧାନ ମଣ୍ଡି ଆରମ୍ଭ; ଟୋକନ୍‌ ଆସିଲା ଟାର୍ଗେଟ୍‌ ନାହିଁ

ସର୍ବଭାରତୀୟ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍ ମହାସଚିବ ସଂଜୟ କୁମାର ଲାଠ କହିଛନ୍ତି, ହୋର୍ଡିଂ ପେଟ୍ରୋଲିୟମ କମ୍ପାନି ଅନୁମତିକ୍ରମେ ପେଟ୍ରୋଲ ପମ୍ପରେ ଲଗାଯାଉଛି। ବିଏମ୍‌ସି ବି ଏହାକୁ ଅନୁମତି ଦେଉଛି। ନିଶ୍ଚିତପକ୍ଷେ ଏହା ପେଟ୍ରୋଲ ପମ୍ପ୍‌ ପ୍ରତି ବିପଦ। ପେଟ୍ରୋଲ ପମ୍ପ୍‌ରେ ଅତି ଉଚ୍ଚରେ ହୋର୍ଡିଂ ଲାଗିବା ଉଚିତ ନୁହେଁ। ଯେହେତୁ ଓଡ଼ିଶା, ବିଶେଷ କରି ଉପକୂଳ ଓଡ଼ିଶା ବାତ୍ୟାପ୍ରବଣ ଅଞ୍ଚଳ, ଏଭଳି ହୋର୍ଡିଂ ଅଘଟଣ ଘଟାଇପାରେ। ଏଭଳି ହୋର୍ଡିଂ ବାରଣ କରିବା ଜରୁରି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe