n the Zamindari: ଜମିଦାରୀ ଗାଁ’ରେ ସାଇତା ସ୍ମୃତି, ସବାରି, ପାଲିଙ୍କି ସାଜିଛି ଇତିହାସର ମୂକକସାକ୍ଷୀ

Advertisment

ଇଂରେଜ ଶାସନ କାଳରେ ଅଥବା ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ଗାଁ ଗଣ୍ଡାରେ ଜମିଦାରୀ ପ୍ରଥା ପ୍ରଚଳନ ଥିଲା। ସେତେବେଳେ ଜମିଦାର ବେଶ୍‌ ପ୍ରତାପୀ ଓ ପ୍ରଭାବଶାଳୀ ଥିଲେ....

ଇଂରେଜ ଶାସନ କାଳରେ ଅଥବା ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ଗାଁ ଗଣ୍ଡାରେ ଜମିଦାରୀ ପ୍ରଥା ପ୍ରଚଳନ ଥିଲା। ସେତେବେଳେ ଜମିଦାର ବେଶ୍‌ ପ୍ରତାପୀ ଓ ପ୍ରଭାବଶାଳୀ ଥିଲେ....

Untitled-17

ବାଲିପାଟଣା: ଇଂରେଜ ଶାସନ କାଳରେ ଅଥବା ଦେଶ ସ୍ୱାଧୀନତା ପାଇବା ପୂର୍ବରୁ ଗାଁ ଗଣ୍ଡାରେ ଜମିଦାରୀ ପ୍ରଥା ପ୍ରଚଳନ ଥିଲା। ସେତେବେଳେ ଜମିଦାର ବେଶ୍‌ ପ୍ରତାପୀ ଓ ପ୍ରଭାବଶାଳୀ ଥିଲେ। ତତ୍କାଳୀନ ଜମିଦାର ପରିବାର ତରଫରୁ ବିଭିନ୍ନ ସେବକଙ୍କୁ ଖଞ୍ଜା ଆକାରରେ ଜମି ଦିଆ ଯାଉଥିଲା, ଯାହା ଆଜି ଜାଗିରି ସ୍ବତ୍ବ ରେକର୍ଡଭୁକ୍ତ। ଜମିଦାର ଓବଂଶଧରମାନଙ୍କ ଘର ନିର୍ମାଣ ଶୈଳୀ ଭିନ୍ନ ଥିଲା। ସେ ସମୟରେ ନିରୀହ ଜନତା ଜମିଦାରୀ ପ୍ରଥାକୁ ଶିରପାତି ଗ୍ରହଣ କରି ନେଉଥିଲେ। ଯିଏ ଏହାକୁ ଅବମାନନା ବା ପ୍ରତ୍ୟାଖ୍ୟାନ କରୁଥିଲା ତାକୁ କଠୋର ଦଣ୍ଡବିଧାନ କରାଯାଉଥିଲା।

ଭିକାରିମୁକ୍ତ ହୋଇପାରିଲାନି ରାଜଧାନୀ, ପିଲାଙ୍କ ହାତରେ ଭିକ୍ଷାଥାଳ

ତେବେ ଅତ୍ୟାଚାରୀ ଜମିଦାରଙ୍କ ସହ କିଛି ଧର୍ମପରାୟଣ ଜମିଦାର ଥିଲେ। ଗାଁ ଗଣ୍ଡାର ନ୍ୟାୟ ନିଶାପ ଜମିଦାରଙ୍କ ଉପସ୍ଥିତିରେ ହେଉଥିଲା। ସେ ସମୟରେ ଜମିଦାର ଘରର ବିବାହ ଉତ୍ସବରେ ସ୍ୱତନ୍ତ୍ରତା ଥିଲା। ବର ଓ ନବବଧୂ କୌଣସି ଯାନରେ ଆସୁ ନଥିଲେ। ବରଂ କାଠ ନିର୍ମିତ ପାଲିଙ୍କିରେ ବର ଓ ସବାରିରେ କନ୍ୟା ଆସୁଥିଲେ। ଏହାକୁ ମଣିଷ କାନ୍ଧରେ କାନ୍ଧେଇ ମାଇଲ ମାଇଲ ଦୂର ପାଦରେ ଚାଲି ଯାତ୍ରା କରୁଥିଲେ। ଆଜି ବି ସ୍ଥାନୀୟ ଅଞ୍ଚଳରେ ଜମିଦାର ଗାଁ ରହିଛି। ସେଥିମଧ୍ୟରେ ରହିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍‌ ଚଣାହଟ୍ଟା ପଟ୍ଟନାୟକସାହି। ଏହି ଗ୍ରାମରେ ଗୋଟିଏ ପରିବାରରୁ ବଂଶଧରମାନଙ୍କୁ ନେଇ ଏବେ ଏଠାରେ ୨୦ରୁ ଅଧିକ ପରିବାର ରହିଛନ୍ତି। ଚଣାହଟ୍ଟାରେ କବି ଅନନ୍ତ ପଟ୍ଟନାୟକ ଓ କମ୍ୟୁନିଷ୍ଟ ନେତା ଗୁରୁଚରଣ ପଟ୍ଟନାୟକଙ୍କ ଭଳି ବହୁ ଖ୍ୟାତିସମ୍ପନ୍ନ ବ୍ୟକ୍ତିଙ୍କ ଜନ୍ମ। ସେମାନଙ୍କ ବଂଶଧର ଗୌରାଙ୍ଗ ଚରଣ ପଟ୍ଟନାୟକ ଗାଁ ମୁଖିଆ ଥିଲେ। ଆଜି ବି ଏହି ଗ୍ରାମରେ ସେ ସମୟରେ ଜମିଦାରମାନେ ବ୍ୟବହାର କରୁଥିବା ସବାରି ଓ ପାଲିଙ୍କି ପୁରୁଣା ଦିନର ସ୍ମୃତି ବହନ କରୁଛି। ବାହାଘର ସମୟରେ ସବାରି ଓ ପାଲିଙ୍କି ସହିତ କ୍ଷତ୍ରୀୟମାନେ ସୁରକ୍ଷା ବାହକ ହୋଇ ଜମିଦାରଙ୍କ ସାଥିରେ ରହୁଥିଲେ। ନଈ, ନାଳ, ଖାଲଢିପ, ବଣବୁଦା,  ଜଙ୍ଗଲ ରାସ୍ତାରେ ସବାରି ଓ ପାଲିଙ୍କି ଯାଉଥିଲା। ସେ ସମୟରେ ଏହି ଅତ୍ୟାବଶ୍ୟକ ଯାନଟି ଆଜି ଅଲୋଡ଼ା ହୋଇଛି। କିନ୍ତୁ ସେହି ଇତିହାସର ମୂକସାକ୍ଷୀ ଆଜି ବି ଘରେ ସାଇତା ହୋଇ ସ୍ମୃତି ପାଲଟିଛି।

children's mental development: ପିଲାଙ୍କ ମାନସିକ ବିକାଶକୁ ମନ୍ଥର କରୁଛି ତାପମାତ୍ରା ବୃଦ୍ଧି

 
ଜମିଦାରଙ୍କ ଗାଁ’ରେ ଅନେକ ଆଗକାଳିଆ ଅତ୍ୟାବଶ୍ୟକ ଜିନିଷ ସାଇତା ହୋଇରହିଛି। ସେଥିମଧ୍ୟରେ କାଠ ପଲଙ୍କ, ଆଲମିରା, ସିନ୍ଦୁକ, ମାଟିପାତ୍ର, ବେତ ସାମଗ୍ରୀ ଆଦି ରହିଛି। ସେ ସମୟକୁ ଆଖିରେ ଦେଖିଥିବା ଓ ଅନୁଭୂତି ଥିବା କିଛି ବୟସ୍କ ବ୍ୟକ୍ତିଙ୍କ କହିବା ଅନୁସାରେ ସବାରି ଓ ପାଲିଙ୍କି ଆଗରେ ଓ ପଛରେ ୬ରୁ ୧୦ ଜଣଙ୍କୁ କାନ୍ଧେଇବାକୁ ପଡ଼ୁଥିଲା। ଜମିଦାରଙ୍କ ବଂଶଧରଙ୍କ ଘରେ ଶୋଭା ପାଉଥିବା କାଠ ପାଲିଙ୍କି ଓ ସବାରି ପଛରେ ରହିଛି ଅନେକ କାହାଣୀ।  ଖୋର୍ଦ୍ଧା, ଭୁବନେଶ୍ୱର, ଜଟଣୀ ଓ ଆଖପାଖ ଅଞ୍ଚଳରୁ ସବାରି, ପାଲିଙ୍କିରେ ବରକନ୍ୟାଙ୍କୁ ନିଆଯାଉଥିଲା। ଅଭିଜ୍ଞ ମହାରଣାମାନଙ୍କ ଦ୍ୱାରା ଏହି ସବୁ ପାଲିଙ୍କି ତିଆରି କରାଯାଉଥିବା ଗ୍ରାମର ଜଣେ ପୁରୁଖା ବ୍ୟକ୍ତି କହିଛନ୍ତି। ଜମିଦାରୀ ସମୟରେ ଦୋଳ ପର୍ବ ଅବସରରେ ଚଣାହଟ୍ଟା ପଟ୍ଟନାୟକ ସାହି ଗାଁ ଦାଣ୍ଡରେ ଦାଣ୍ଡ ମେଳଣ ପରମ୍ପରା ଆଜି ବି ରୀତିନୀତିରେ ସମ୍ପନ୍ନ ହେଉଛି। ସ୍ୱାଧୀନତା ପରେ ଏହି ଜମିଦାରୀ ପ୍ରଥା ଧୀରେ ଧୀରେ ଲୋପ ପାଇଗଲା। କିନ୍ତୁ ସେଦିନର ସେହି ଶୋଷଣର କାହାଣୀ ଆଜି ବି ଲୋକଙ୍କ ମନରୁ ଲିଭି ନାହିଁ। ସେହିପରି କିଛି ନିର୍ଦ୍ଦିଷ୍ଟ ସମ୍ପଦାୟ ବିବାହ ପରେ ସବାରି, ପାଲିଙ୍କିରେ ଘରକୁ ଫେରିଥିବା ବ୍ୟକ୍ତି ଆଜି ବି ଉଦାହରଣ ହୋଇ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe