ଭୁବନେଶ୍ବର: ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ରାଜଧାନୀରେ ଗର୍ଜିଛି ନବନିର୍ମାଣ କୃଷକ ସଂଗଠନ। ଆଜି ଚାଷୀମାନେ ଏକ ଶୋଭାଯାତ୍ରାରେ ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରଉ କରିବାକୁ ବାହାରିଥିଲେ। କିନ୍ତୁ ରାଜମହଲ ଛକରେ ପୁଲିସ ବ୍ୟାରିକେଡ୍ କରି ସେମାନଙ୍କୁ ଅଟକାଇଥିଲା। ସେଠାରେ ପୁଲିସ ଓ ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୁଲିସ ଚାଷୀମାନଙ୍କୁ ସେଠାରୁ ଉଠାଇ ନେଇଥିଲା। ଏହି ଅବସରରେ ଚାଷୀ ନେତା ଅକ୍ଷୟ କୁମାର ଧାନ ବିକ୍ରି ସମସ୍ୟା ଉପରେ ବର୍ଷିଥିଲେ। ଏବେ ଚାଷୀ ମାତ୍ର ୧୭୦୦ ଟଙ୍କାରେ ଚାଷୀ ଧାନ ବିକୁଛି। ଏବେ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ମଣ୍ଡି ଖୋଲି ନାହିଁ, ମଣ୍ଡି ଖୋଲିଲେ ବି ଅଧିକାଂଶ ଚାଷୀ ଟୋକନ୍ ପାଇନାହାନ୍ତି। ସେହିଭଳି କ୍ବିଣ୍ଟାଲ ପିଛା ୫/୧୦ କେଜି କାଟି ଦିଆଯାଉଛି। ସେହିଭଳି ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ମଧ୍ୟ କଟୁ ସମାଲୋଚନା କରିଥିଲେ।
State Corporation: ରାଜ୍ୟ ନିଗମ କର୍ମଚାରୀ ମହାସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା
Doctor Advice: ଶ୍ବାସ ରୋଗ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ, ଏ ନେଇ କ’ଣ କୁହନ୍ତି ଡାକ୍ତର...
ଆଜିର ଏହି ବିକ୍ଷୋଭରେ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ସହସଂଯୋଜକ ରଶ୍ମିରଂଜନ ସ୍ବାଇଁ, ରାଜ୍ୟ କମିଟି ସଦସ୍ୟ ଦେବୀ ପ୍ରସାଦ ମହାରଣା, ଜତି ପ୍ରଧାନ, ଅଶ୍ବିନୀ ଜେନା, ସୁଧାକର ପରିଡ଼ା, ରଣଜିତ୍ ପଟ୍ଟନାୟକ, ମାଣିକ ପାଇକ, ଦିନେଶ ଦାଶ, ରାଇମଣୀ ବିଶ୍ବାଳ, ପ୍ରସନ୍ନ ପ୍ରଧାନ, ମହେଶ୍ବର ଜେନା, ବିଚିତ୍ର ପଣ୍ଡା, ପ୍ରଦ୍ୟୁମ୍ନ ପାଢୀ, ରାଜେନ୍ଦ୍ର ମିଶ୍ର, ଶ୍ରୀକାନ୍ତ ସାହୁ, ସୁରେଶ ମାନସିଂହ, ନିରଞ୍ଜନ ପ୍ରଧାନ, କୃଷ୍ଣ ଚନ୍ଦ୍ର ଶତ୍ରୁଶଲ୍ୟ ସମେତ ବହୂୁ ଚାଷୀ ନେତା ଉପସ୍ଥିତ ଥିଲେ।
Follow Us