ଭୁବନେଶ୍ବର: ଜାନୁଆରି ୨୫ରୁ ଖଣ୍ଡଗିରି ମାଘମେଳା ଆରମ୍ଭ ହେବ। ଜାନୁଆରି ୨୭ରୁ ଖଣ୍ଡଗିରି ମାଘମେଳା ଅବସରରେ ଯାତ୍ରା ତଥା ଅପେରା ଆରମ୍ଭ ହେବ। ଫେବ୍ରୁଆରି ୭ରେ ମେଳା ଶେଷ ହେବ। ଏହା ପୂର୍ବରୁ ଆଜି ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ବର ମହାନଗର ନିଗମପକ୍ଷରୁ ମୁଖ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ବ୍ୟବସ୍ଥିତ ଢଙ୍ଗରେ ଉଭୟ ମେଳା ଓ ଯାତ୍ରା ଆୟୋଜନ ଉପରେ ବିସ୍ତୃତ ଆଲୋଚନା ହୋଇଛି। ପରମ୍ପରା ଅନୁସାରେ ପ୍ରଭୁ ଅନନ୍ତକେଶରୀଙ୍କ ନୀତାକାନ୍ତି, ଶୋଭାଯାତ୍ରା ଆଦି କରିବାକୁ ଜାଗମରା ଗ୍ରାମ୍ୟ କମିଟିକୁ ୪ଲକ୍ଷ ୧୧ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି। ଯାତ୍ରା ବେଳେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସହ ପରିମଳ, ବିଜୁଳି ଆଦି ସେବାକୁ ଗୁରୁତ୍ବ ଦିଆଯାଇଛି। ପିଣ୍ଡି ଓ ଅପେରା ଭଡ଼ା ଉପରେ ବି ଆଲୋଚନା ହୋଇଛି। ଚଳିତବର୍ଷ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ସଂପୂର୍ଣ୍ଣ ବାରଣ କରାଯାଇଛି ଓ ଏ ସଂପର୍କରେ ସମସ୍ତ ଯାତ୍ରା କମିଟିକୁ ଜଣାଇ ଦିଆଯାଇଛି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।
ପରମ୍ପରା ଅନୁସାରେ ଜାନୁଆରି ୨୫ ମାଘସପ୍ତମୀ ସନ୍ଧ୍ୟାରେ ପ୍ରଭୁ ଅନନ୍ତକେଶରୀ ଶୋଭାଯାତ୍ରା କରି ଜାଗମରା ନାଗା ମଠରୁ ଉଦୟଗିରି ପାହାଡ଼ ରାଣୀଗୁମ୍ଫାସ୍ଥିତ ରାଣୀ ହଂସପୁରକୁ ଯାତ୍ରା କରିବେ। ପ୍ରଭୁ ଅନନ୍ତକେଶରୀଙ୍କ ବିଜେ ପର୍ବ ସହ ମାଘ ମେଳା ଆରମ୍ଭ ହେବ। ପ୍ରତିବର୍ଷ ଭଳି ଚଳିତବର୍ଷ ବି ଜାଗମରା ଗ୍ରାମ୍ୟ କମିଟି ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
Health: ରାଇରଙ୍ଗପୁର ଉପଖଣ୍ଡର ଅଧିକାଂଶ ହସ୍ପିଟାଲରେ ଆଣ୍ଟି ରାବିଜ୍ ଭ୍ୟାକ୍ସିନ୍ର ଅଭାବ
ଆଜି ମେୟର ଶ୍ରୀମତୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖଣ୍ଡଗିରି ମାଘମେଳା ପ୍ରସ୍ତୁତି ବୈଠକରେ କମିସନର୍ ଚଞ୍ଚଳ ରାଣା, ଡେପୁଟି ମେୟର ମଞ୍ଜୁଲତା କହଁର, ଜାଗମରା ଗ୍ରାମ୍ୟ କମିଟି, ଖଣ୍ଡଗିରି ୭ ଅପେରା କମିଟିର ସଭାପତି, ସଂପାଦକ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ବିଏମ୍ସି ବରିଷ୍ଠ ଅଧିକାରୀ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ପୂର୍ତ୍ତ ବିଭାଗ, ୱାଟ୍କୋ, ଟିପିସିଓଡିଲ, ଏନ୍ଏଚ୍ଏଆଇର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ପରେ ମେୟର ଶ୍ରୀମତୀ ଦାସ କହିଛନ୍ତି, ଚଳିତବର୍ଷ ପ୍ରଭୁ ଅନନ୍ତକେଶରୀଙ୍କ ଶୃଙ୍ଖଳିତ ଶୋଭାଯାତ୍ରା ଉପରେ ଆଲୋଚନା ହୋଇଥିଲା। ପିଣ୍ଡି ବଣ୍ଟା, ଶ୍ରଦ୍ଧାଳୁଙ୍କୁ ଆବଶ୍ୟକତା ଅନୁସାରେ ପାଣି, ବିଜୁଳି, ଶୌଚାଳୟ ଆଦି ବ୍ୟବସ୍ଥା କରିବାକୁ ଆଲୋଚନା କରାଯାଇଛି। କେଉଁଠି ଅତିରିକ୍ତ ଲାଇଟ୍ ଲାଗିବା, ମରାମତି ଉପରେ ଆଲୋଚନା ହୋଇଛି। ଜାଗମରା ଜଗନ୍ନାଥ ମନ୍ଦିରଠାରୁ ଆସିଥିବା ରାସ୍ତାରେ କିଛି ଷ୍ଟ୍ରିଟ୍ ଲାଇଟ୍ ଖରାପ ଅଛି। ଏହାର ମରାମତି କରାଯିବ।
ଏଥର ଅଶ୍ଳୀଳ ନୃତ୍ୟରେ ଲଗାମ
ନିୟୋଜିତ ହେବେ ୧୦୦ ସଫେଇ କର୍ମଚାରୀ
ଯାତ୍ରା ପାର୍ଟିର ଦୈନିକ ଭଡ଼ା ୧୦ହଜାର, ପିଣ୍ଡି ଭଡ଼ା ୭୫୦୦
ପାଣି, ବିଜୁଳି, ପରିମଳକୁ ଗୁରୁତ୍ବ, ରହିବ ଭ୍ରାମ୍ୟମାଣ ଶୌଚାଳୟ
ସାଧୁସନ୍ଥଙ୍କ ପାଇଁ ସେଡ୍, ଏଥର ବାହାର ଦୋକାନୀଙ୍କୁ ମନା
ଜାଗମରା ଗ୍ରାମ୍ୟ କମିଟିକୁ ମିଳିବ ୪.୧୧ ଲକ୍ଷ ଆର୍ଥିକ ସହାୟତା
ଯାତ୍ରୀଙ୍କ ସୁରକ୍ଷାପାଇଁ ଗତଥର ୯୬ଟି ସିସିଟିଭି ଲାଗିଥିଲା। ଏଥର ୧୦୦ଟି ସିସିଟିଭି ଲାଗିବ। ତୋରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ବାହାର ଦୋକାନୀ ତଥା ବୁଲା ବିକାଳିମାନେ ପଶି ବିଶୃଙ୍ଖଳା କରୁଥିବା ନେଇ ଗତବର୍ଷ ଅଭିଯୋଗ ହୋଇତିଲା। ଚଳିତ ବର୍ଷ ଏହାକୁ ସଂପୂର୍ଣ୍ଣ ବନ୍ଦ କରାଯିବ। ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରାଯିବ। ସ୍ବାସ୍ଥ୍ୟ, ନିରାପତ୍ତା ଆଦିର ବ୍ୟବସ୍ଥା ହେବ। ମେଳା ଅଞ୍ଚଳରେ ୨୪ ଘଣ୍ଟିଆ ନଜର ରଖାଯିବ। ପରିମଳକୁ ବିଶେଷ ଗୁରୁତ୍ବ ଦିଆଯିବ। ଭ୍ରାମ୍ୟମାଣ ଶୌଚାଳୟ ରହିବ। ଯେହେତୁ ଏହି ଅଞ୍ଚଳ ଏଏସ୍ଆଇ ଅଧୀନରେ ରହିଛି, ଅତିରିକ୍ତ ଶୌଚାଳୟ ପାଇଁ ଏଏସ୍ଆଇକୁ ଚିଠି ଲେଖାଯାଇଛି। ଏଏସ୍ଆଇ ଅନୁମତି ମିଳିଲେ ଅତିରିକ୍ତ ଶୌଚାଳୟ ବ୍ୟବସ୍ଥା କରିବୁ। ସମନ୍ବୟ ରକ୍ଷା ପାଇଁ ଜଣେ ଅତିରିକ୍ତ କମିସନର୍ଙ୍କୁ ନୋଡାଲ୍ ଅଧିକାରୀ ଭାବେ ନିଯୁକ୍ତ କରାଯିବ।
Paddy: କଟନି ଛଟନି ବିବାଦକୁ ନେଇ ମଣ୍ଡିରୁ ୨ରୁ ୩ଦିନ ପରେ ଉଠୁଛି ଧାନ
ଅପେରା ଆୟୋଜନ କରୁଥିବା ଡ. ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ଜେନା କହିଛନ୍ତି, ପୂର୍ବରୁ ଦୈନିକ ଅପେରା ପରିବେଷଣ ଭଡ଼ା ୭ହଜାର ଟଙ୍କା ଥିଲା। ଚଳିତବର୍ଷ ଏହାକୁ ୧୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ଦୋକାନ ପାଇଁ ପିଣ୍ଡି ଭଡ଼ା ୭ହଜାର ୫ଶହ ଟଙ୍କା ରଖାଯାଇଛି ଓ ପିଣ୍ଡି ଆକାର ବଢ଼ାଯାଇଛି। ପିଣ୍ଡି ଆକାର ୮ ଫୁଟ ଲମ୍ବା ଓ ୫ ଫୁଟ ଚଉଡ଼ା କରାଯାଇଛି। ଦୁଇ ପାହାଡ଼କୁ ଉପରୁ ତଳ ପର୍ଯ୍ୟନ୍ତ ଆଲୋକିତ କରିବାକୁ ନିଷ୍ପତ୍ତି ନିଆଯାଇଛି।
Follow Us