Krishnamohan Das: କୃଷ୍ଣମୋହନ ଦାସଙ୍କ ‘ଓଡ଼ିଶାର ପକ୍ଷୀ’ ପୁସ୍ତକ ଲୋକାର୍ପିତ, ଓଡ଼ିଶାର ୩୧ ପକ୍ଷୀଙ୍କ ଜୀବନଶୈଳୀ ବର୍ଣ୍ଣିତ

Advertisment

କୃଷ୍ଣମୋହନ ଦାସଙ୍କ ଗବେଷଣାଧର୍ମୀ ପ୍ରବନ୍ଧ ପୁସ୍ତକ ‘ଓଡ଼ିଶାର ପକ୍ଷୀ’ କେଉଁଠି ରଖିଦେଇ ଭୁଲିଯିବା ଭଳି ବହି ନୁହେଁ। ଡାହୁକ, କୁମ୍ଭାଟୁଆ, ଶାଗୁଣା, କାଉ, କୋଇଲି, ଶୁଆ, ହଳଦୀବସନ୍ତ....

କୃଷ୍ଣମୋହନ ଦାସଙ୍କ ଗବେଷଣାଧର୍ମୀ ପ୍ରବନ୍ଧ ପୁସ୍ତକ ‘ଓଡ଼ିଶାର ପକ୍ଷୀ’ କେଉଁଠି ରଖିଦେଇ ଭୁଲିଯିବା ଭଳି ବହି ନୁହେଁ। ଡାହୁକ, କୁମ୍ଭାଟୁଆ, ଶାଗୁଣା, କାଉ, କୋଇଲି, ଶୁଆ, ହଳଦୀବସନ୍ତ....

Untitled-9

ଭୁବନେଶ୍ବର: କୃଷ୍ଣମୋହନ ଦାସଙ୍କ ଗବେଷଣାଧର୍ମୀ ପ୍ରବନ୍ଧ ପୁସ୍ତକ ‘ଓଡ଼ିଶାର ପକ୍ଷୀ’ କେଉଁଠି ରଖିଦେଇ ଭୁଲିଯିବା ଭଳି ବହି ନୁହେଁ। ଡାହୁକ, କୁମ୍ଭାଟୁଆ, ଶାଗୁଣା, କାଉ, କୋଇଲି, ଶୁଆ, ହଳଦୀବସନ୍ତ, ବାଇଚମେଇ, ବଣୀ ଭଳି ପକ୍ଷୀଙ୍କ ବିଷୟରେ ଏଥିରେ ଲେଖାଯାଇଛି।

Mother's mental health affects: ମା’ର ମାନସିକ ସ୍ୱାସ୍ଥ୍ୟ ପିଲାର ସୁସ୍ଥତାକୁ ପ୍ରଭାବିତ କରେ

 ଆକର୍ଷଣୀୟ ଫଟୋ ଓ ସରଳ ଭାବରେ ଲେଖା ଯାଇଥିବା ପକ୍ଷୀଙ୍କ ବିଷୟରେ ତଥ୍ୟ ସଂଗ୍ରହଣୀୟ ହୋଇ ରହିବା ଭଳି। ଏଭଳି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ। କୃଷ୍ଣମୋହନ ଦାସଙ୍କ ଗବେଷଣାଧର୍ମୀ ପ୍ରବନ୍ଧ ପୁସ୍ତକ ‘ଓଡ଼ିଶାର ପକ୍ଷୀ’ ଲୋକାର୍ପଣ ଉତ୍ସବରେ ଯୋଗଦେଇ ଆହୁରି କହିଲେ, ‘ଓଡ଼ିଶାର ପକ୍ଷୀ’ ପୁସ୍ତକକୁ ପକ୍ଷୀଘର ପ୍ରକାଶନୀ ଦ୍ବାରା ପ୍ରକାଶ ପାଇବା ଉଭୟଙ୍କ ପାଇଁ ଲାଭଦାୟକ ହେଉ ବୋଲି ସେ କହିଥିଲେ। ଭାରତୀୟ ବିଦ୍ୟାଭବନ ସଭାକକ୍ଷରେ ଆୟୋଜିତ ଏହି ପୁସ୍ତକା ଲୋକାର୍ପଣ ଉତ୍ସବରେ ପୂର୍ବତନ ପ୍ରଶାସକ ରବି ନାରାୟଣ ସେନାପତି ସଭାପତିତ୍ବ କରି ଏହି ପୁସ୍ତକ ପାଠ୍ୟକ୍ରମରେ ଯୋଡ଼ି ହେବା ଆବଶ୍ୟକ ବୋଲି କହିଥିଲେ।

BMC: କର୍ମଜୀବୀଙ୍କ ପିଲାଙ୍କୁ ପାଳିବ ବିଏମ୍‌ସି

ଉତ୍ସବରେ ମୁଖ୍ୟ ବକ୍ତାଭାବେ ପ୍ରଫେସର ପାର୍ବତୀ ଚରଣ ପତି ଯୋଗଦେଇ ପୁସ୍ତକର ସମୀକ୍ଷା କରିଥିଲେ। ସେ କହିଥିଲେ, ‌ଲେଖକ ପୁସ୍ତକରେ ନୀଡ଼ ପ୍ରସ୍ତୁତ ପ୍ରଣାଳୀଠାରୁ ପକ୍ଷୀଙ୍କ ହାବଭାବ, ପ୍ରଜନନ ପ୍ରକ୍ରିୟା, ତା’ର ଜୀବନର ଅନେକ ଅଜଣା କଥା ଉପସ୍ଥାପନା କରିଛନ୍ତି। କୃଷ୍ଣମୋହନ ଦାସ ଲେଖକୀୟ ବକ୍ତବ୍ୟରେ କହିଥିଲେ ଯେ, ଗବେଷଣା କରୁଥିବା ସମୟରେ ଭାରତର ୩୭ପକ୍ଷୀଙ୍କ ବିଷୟରେ ଗୁଣସୂତ୍ର ପରୀକ୍ଷଣ କରିଥିଲି। ପକ୍ଷୀଙ୍କ ଗୋଡ଼ର ଅସ୍ଥି ମଜାରୁ ଗୁଣସୂତ୍ର ସଂଗ୍ରହ କରିଛି। ତେଣୁ ସେହି ପକ୍ଷୀଙ୍କୁ ଦେଇଥିବା ଯନ୍ତ୍ରଣା ବଦଳରେ ଅନୁତାର ସ୍ବରୁପ ତାଙ୍କ ପାଇଁ ଏହି ପୁସ୍ତକ ଲେଖିଛି। ଓଡ଼ିଶାର ୩୧ ପକ୍ଷୀଙ୍କ ଜୀବନଶୈଳୀ ବିଷୟରେ ଏଥିରେ ବର୍ଣ୍ଣିତ ହୋଇଛି। କାର୍ଯ୍ୟକ୍ରମକୁ ପ୍ରକାଶକ ବନୋଜ ତ୍ରିପାଠୀ ପରିଚାଳନା କରିଥିବା ବେଳେ, କୁମୁଦିନୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରକାଶିକା ବବିତା ତ୍ରିପାଠୀ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe