ଚନ୍ଦ୍ରଶେଖରପୁର; ଭାରତୀୟ ସାହିତ୍ୟ ପରମ୍ପରାରେ ଏକ ସମୃଦ୍ଧ ଓ ଗୌରବମୟ ସ୍ଥାନ ଅଧିକାର କରିଛି ଓଡ଼ିଆ ସାହିତ୍ୟ, ଯାହାର ମୂଳଭିତ୍ତି ହେଉଛି ଲୋକଜୀବନ, ଲୋକସଂସ୍କୃତି ଓ ମୌଖିକ ପରମ୍ପରା। ଆଦିବାସୀ ସାହିତ୍ୟ ଓ ସଂସ୍କୃତି ଅଧ୍ୟୟନ ମାଧ୍ୟମରେ ସମାଜର ସମଗ୍ର ସ୍ୱରକୁ ଉପସ୍ଥାପିତ କରାଯାଇପାରେ। ମୌଖିକ ସାହିତ୍ୟ ଓଡ଼ିଆ ସାହିତ୍ୟର ଏକ ଅବିଚ୍ଛିନ୍ନ ଅଙ୍ଗ। ଏଭଳି ମତ ପ୍ରକାଶ କରିଛନ୍ତି ସାହିତ୍ୟ ଏକାଡେମୀ ଓ କିସ୍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ‘ଓଡ଼ିଆ ସାହିତ୍ୟରେ ଆଦିବାସୀ ମୌଖିକ ପରମ୍ପରା’  ଶୀର୍ଷକ ଆଲୋଚନାଚକ୍ରର ଅତିଥିମାନେ।

Advertisment

Swamiji: ସ୍ୱାମୀଜୀ ରାଷ୍ଟ୍ର ନିର୍ମାଣ ଓ ଚାରିତ୍ରିକ ମୂଲ୍ୟବୋଧର ପ୍ରତୀକ: ମୁଖ୍ୟମନ୍ତ୍ରୀ

ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ସଭାପତିତ୍ବ କରିଥିଲେ କେନ୍ଦ୍ର ସାହିତ୍ୟ ଅକାଦେମୀ ଓଡ଼ିଆ ଉପଦେଷ୍ଟାମଣ୍ଡଳୀର ଆବାହକ ଡ. ଗୌରହରି ଦାସ । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ କିସ୍ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ। ସାହିତ୍ୟ ଏକାଡେମୀ କଲିକତା କାର୍ଯ୍ୟାଳୟର ସହାୟକ ସମ୍ପାଦକ କ୍ଷେତ୍ରବାସୀ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ  ବିଶିଷ୍ଟ ଗବେଷକ ଡ. ଚିତ୍ରସେନ ପଶାୟତ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ। ବିଶ୍ୱବିଦ୍ୟାଳୟର ଆଦିବାସୀ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ ଚିତ୍ତରଞ୍ଜନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ କିସ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। 

Nitrogen cycle: ବିଗୁଡୁଛି ନାଇଟ୍ରୋଜେନ୍‌ ଚକ୍ରର ସନ୍ତୁଳନ


କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ସଭାପତିତ୍ବ କରିଥିଲେ ପ୍ରଫେସର୍ କୃଷ୍ଣଚନ୍ଦ୍ର ପ୍ରଧାନ ଏବଂ ପ୍ରବନ୍ଧ ଉପସ୍ଥାପନ କରିଥିଲେ ଡ. ବାସନ୍ତୀ ମହାନ୍ତି, ଡ. ଦେବାଶିଷ ପାତ୍ର, ଡ. ସଞ୍ଜୟ କୁମାର ବାଗ୍ । ସେହିପରି ଦ୍ବିତୀୟ ଅଧିବେଶନରେ ସଭାପତିତ୍ବ କରିଥିଲେ ନାଟ୍ୟକାର, ସମାଲୋଚକ ପ୍ରଫେସର୍ ବିଜୟ କୁମାର ଶତପଥୀ ଏବଂ ପ୍ରବନ୍ଧ ଉପସ୍ଥାପନ କରିଥିଲେ ଡ. ଦେବାଶିଷ ମହାପାତ୍ର, ଡ. ରଶ୍ମିତା ତ୍ରିପାଠୀ ଓ ଡ ସୁଜାତା ସାହାଣୀ।