Nandankanan: ଜଙ୍ଗଲକୁ ହରିଣ ଯୋଗାଉଛି ନନ୍ଦନକାନନ: ଗୋଟିଏ ବର୍ଷରେ ୩୫୬ ହରିଣକୁ ଛଡ଼ାଯାଇଛି

Advertisment

ଓଡ଼ିଶା ଜଙ୍ଗଲକୁ ହରିଣ ଯୋଗାଉଛି ନନ୍ଦନକାନନ ପ୍ରାଣୀଉଦ୍ୟାନ। କଥାଟା ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟ, ଦେବ୍ରିଗଡ଼ ଅଭୟାରଣ୍ୟ ସମେତ ରାଜ୍ୟର ଅନ୍ୟାନ୍ୟ ଜଙ୍ଗଲଗୁଡ଼ିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ପ୍ରତିବର୍ଷ ଶତାଧିକ ହରିଣ ସ୍ଥାନାନ୍ତର ହେଉଛନ୍ତି।

ଓଡ଼ିଶା ଜଙ୍ଗଲକୁ ହରିଣ ଯୋଗାଉଛି ନନ୍ଦନକାନନ ପ୍ରାଣୀଉଦ୍ୟାନ। କଥାଟା ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟ, ଦେବ୍ରିଗଡ଼ ଅଭୟାରଣ୍ୟ ସମେତ ରାଜ୍ୟର ଅନ୍ୟାନ୍ୟ ଜଙ୍ଗଲଗୁଡ଼ିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ପ୍ରତିବର୍ଷ ଶତାଧିକ ହରିଣ ସ୍ଥାନାନ୍ତର ହେଉଛନ୍ତି।

hfhfhxbbvbv

କେଶବ ପାଣି

ଭୁବନେଶ୍ବର: ଓଡ଼ିଶା ଜଙ୍ଗଲକୁ ହରିଣ ଯୋଗାଉଛି ନନ୍ଦନକାନନ ପ୍ରାଣୀଉଦ୍ୟାନ। କଥାଟା ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। ଚନ୍ଦକା-ଡମପଡ଼ା ଅଭୟାରଣ୍ୟ, ଦେବ୍ରିଗଡ଼ ଅଭୟାରଣ୍ୟ ସମେତ ରାଜ୍ୟର ଅନ୍ୟାନ୍ୟ ଜଙ୍ଗଲଗୁଡ଼ିକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ପ୍ରତିବର୍ଷ ଶତାଧିକ ହରିଣ ସ୍ଥାନାନ୍ତର ହେଉଛନ୍ତି। ନନ୍ଦନକାନନରେ ହରିଣଙ୍କ ପ୍ରଜନନ ବଢ଼ୁଥିବାରୁ ଆଗାମୀ ଦିନରେ ଆହୁରି ଅଧିକ ସଂଖ୍ୟକ ହରିଣଙ୍କୁ ସଂରକ୍ଷିତ ଅଞ୍ଚଳକୁ ପଠାଇବାକୁ ଜଙ୍ଗଲ ଓ ପରିବେଶ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୩୫୬ଟି ହରିଣଙ୍କୁ ସୁରକ୍ଷିତ ଭାବେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯାଇଛି। ସେଥିରେ ୩୩୨ଟି ସ୍ପଟେଡ୍‌ ହରିଣ ଓ ୨୪ଟି ବାର୍କିଂ ହରିଣ ରହିଥିଲେ। ଏହାବ୍ୟତୀତ ୨୫ଟି କୃଷ୍ଣସାର, ୫ଟି କମନ୍‌ ପ୍ଲାମ୍‌ ସିଭେଟ୍ସକୁ ମଧ୍ୟ ସୁରକ୍ଷିତ ଭାବେ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯାଇଛି।

Accident: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ; ଅଧୁରା ରହିଲା ଜଗାଦର୍ଶନ, ବାହାଘର

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭୂମିକା ଅଧିକ ରହିଛି। ମହାନଦୀରେ ଘଡ଼ିଆଳ କୁମ୍ଭୀରଙ୍କ ପୁନରୁଦ୍ଧାର ପ୍ରକଳ୍ପ ପାଇଁ ଉତ୍ସର୍ଗୀକୃତ ଏକ କ୍ୱିକ୍ ରେସପନ୍ସ ଟିମ୍‌ ସହ ଅତ୍ୟାଧୁନିକ ଉଦ୍ଧାର ସରଞ୍ଜାମ ସହ ଏକ ୧୦ ଜଣିଆ ରାପିଡ୍‌ ରେସ୍‌ପନ୍ସ ଦଳ(ଆର୍‌ଆର୍‌ଟି) ଗଠନ ହୋଇଛି। ବନ୍ୟଜନ୍ତୁଙ୍କ ଉଦ୍ଧାର ଓ ସେମାନଙ୍କ ସୁରକ୍ଷିତ ଚିକିତ୍ସା କରି ସଫଳତା ସାଉଁଟିଛି ଏହି ପ୍ରାଣୀଉଦ୍ୟାନ। ୨୦୨୪-୨୫ ଆର୍ଥିକବର୍ଷରେ ସାରା ରାଜ୍ୟରୁ ଉଦ୍ଧାର ହୋଇଥିବା ୧୧୯ଟି ବନ୍ୟପ୍ରାଣୀଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେଇଛି। ଏଥିସହ ୪୯ଟି ବନ୍ୟପ୍ରାଣୀ ଉଦ୍ଧାର କରିବାରେ ସହାୟତାର ହାତ ବଢ଼ାଇଥିଲା। ଚନ୍ଦକା ସମେତ ଆଖାପାଖ ଗ୍ରାମାଞ୍ଚଳରେ ୮୬ଟି ଭେଟରିନାରି ସହାୟତା କ୍ୟାମ୍ପ ସହ ଆଖପାଖ ଫରେଷ୍ଟ ଡିଭିଜନ୍‌ରେ ୨୯ଟି ଉଦ୍ଧାର କାର୍ଯ୍ୟରେ କର୍ମଚାରୀମାନେ ସହାୟତା ଯୋଗାଇଥିଲେ।

ଗୋଟିଏ ବର୍ଷରେ ୩୫୬ ହରିଣକୁ ଛଡ଼ାଯାଇଛି
ଲାଇବ୍ରେରିରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ
ଜୀବଜନ୍ତୁଙ୍କ ସଂଖ୍ୟା ୪ ହଜାର ଟପିଗଲାଣି

ନୂତନ ଜ୍ଞାନକୌଶଳ ସହ ଯୋଡ଼ି ହେବା ସହ ଚିଡ଼ିଆଖାନାରେ ଲାଇବ୍ରେରି ଓ ଡିଜିଟାଲ ହବ୍‌ ପ୍ରତିଷ୍ଠା ହୋଇଛି। ୨,୮୪୦ ବର୍ଗ ଫୁଟ୍‌ ଅଞ୍ଚଳରେ ପ୍ରତିଷ୍ଠା ହୋଇଥିବା ଲାଇବ୍ରେରିରେ ବନ୍ୟପ୍ରାଣୀ ବାୟୋଲୋଜି, ଜୈବ ବିବିଧତା ସଂରକ୍ଷଣ, ଜଙ୍ଗଲ, ପ୍ରାଣୀ ବିଜ୍ଞାନ ସମ୍ପର୍କିତ ୫ ହଜାରରୁ ଅଧିକ ପୁସ୍ତକ ଓ ଜର୍ଣ୍ଣାଲ ରହିଛି। ଅତ୍ୟାଧୁନିକ ସରଂଜାମରେ ସୁସଜ୍ଜିତ ପ୍ରାଣୀ ଉଦ୍ୟାନରେ ପରିଦର୍ଶକଙ୍କ ପାଇଁ ଡିଜିଟାଲ ସୁବିଧା ଉପଲବ୍ଧ ହୋଇଛି। ଦିବ୍ୟାଙ୍ଗଙ୍କ ପାଇଁ ସୁବିଧାଜନକ ପ୍ରବେଶ ପଥ ସହ ଗବେଷଣା, ସଂରକ୍ଷଣ ଶିକ୍ଷା, ପବ୍ଲିକ୍‌ ଆଉଟ୍‌ରିଚ୍‌ ପରି ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ଇତିମଧ୍ୟରେ ନନ୍ଦନକାନନ ପରିସୀମା ବୃଦ୍ଧି ସହ ବନ୍ୟପ୍ରାଣୀଙ୍କ ସଂଖ୍ୟା ବୃଦ୍ଧି ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ହାତକୁ ନିଆଯାଇ ବିଶ୍ବସ୍ତରୀୟ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି।

Sand Art: ଖଣି କର୍ମଚାରୀଙ୍କ ନବବର୍ଷ ବାଲୁକା କଳା

ଏବେ ୧,୦୪୩.୩୨ ହେକ୍ଟର ଅଞ୍ଚଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରହିଛି। ସେଥିମଧ୍ୟରେ ନନ୍ଦନକାନନ ବନ୍ୟପ୍ରାଣୀ ଅଭୟାରଣ୍ୟ ୪୩୭.୨ ହେକ୍ଟରରେ ଥିବା ବେଳେ ଚୁଡ଼ଙ୍ଗ ସଂରକ୍ଷିତ ଜଙ୍ଗଲର ୫୩୧.୭୬ ହେକ୍ଟର ଓ କୃଷ୍ଣନଗର ସଂରକ୍ଷିତ ଜଙ୍ଗଲର ୭୪.୪୬ ହେକ୍ଟର ମିଶାଯାଇଛି। ଏବେ ଏଠାରେ ୫୭ ପ୍ରଜାତିର ୧,୭୩୭ଟି ସ୍ତନ୍ୟପାୟୀ ପ୍ରାଣୀ ରହିଥିବା ବେଳେ ୮୦ ପ୍ରଜାତିର ୧,୮୮୫ ପକ୍ଷୀ, ୩୦ ପ୍ରଜାତିର ୩୭୨ ସରୀସୃପ, ୬ ପ୍ରଜାତିର ୨୧ଟି ଉଭୟଚର ରହିଛନ୍ତି। ୩୧୮ ଏନ୍‌କ୍ଲୋଜର ମଧ୍ୟରୁ ୧୦୮ଟି ମୋଟେଡ୍‌ ଆଣ୍ଡ୍‌ ଗ୍ଲାସ୍‌ ଥିବା ଅତ୍ୟାଧୁନିକ ଏନ୍‌କ୍ଲୋଜର ରହିଛି। ପ୍ରତିବର୍ଷ ନୂଆ ନୂଆ ପ୍ରଜାତି ଯୋଡ଼ି ହେବା ଫଳରେ ଏଠାରେ ୪ ହଜାରରୁ ଅଧିକ ଜୀବଜନ୍ତୁ ଏବେ ରହିଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe