Odia food: ଓଡ଼ିଆ ଖାଦ୍ୟ ବହୁବିଧ ସମ୍ଭାବନାର ସମ୍ଭାର

Advertisment

ଓଡ଼ିଆ ବ୍ୟଞ୍ଜନ କେବଳ କ୍ଷୁଧା ନିବାରଣ ପାଇଁ ନୁହେଁ, ବରଂ ଏହା ଓଡ଼ିଆ ସଂସ୍କୃତି, ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ। ଓଡ଼ିଆ ଖାଦ୍ୟ ବହୁବିଧ ସମ୍ଭାବନାର ସମ୍ଭାର। ଏହା ସୁସ୍ଥ, ସରଳ ଓ ସାବଳୀଳ....

ଓଡ଼ିଆ ବ୍ୟଞ୍ଜନ କେବଳ କ୍ଷୁଧା ନିବାରଣ ପାଇଁ ନୁହେଁ, ବରଂ ଏହା ଓଡ଼ିଆ ସଂସ୍କୃତି, ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ। ଓଡ଼ିଆ ଖାଦ୍ୟ ବହୁବିଧ ସମ୍ଭାବନାର ସମ୍ଭାର। ଏହା ସୁସ୍ଥ, ସରଳ ଓ ସାବଳୀଳ....

Untitled-14

ଭୁବନେଶ୍ବର: ଓଡ଼ିଆ ବ୍ୟଞ୍ଜନ କେବଳ କ୍ଷୁଧା ନିବାରଣ ପାଇଁ ନୁହେଁ, ବରଂ ଏହା ଓଡ଼ିଆ ସଂସ୍କୃତି, ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ। ଓଡ଼ିଆ ଖାଦ୍ୟ ବହୁବିଧ ସମ୍ଭାବନାର ସମ୍ଭାର। ଏହା ସୁସ୍ଥ, ସରଳ ଓ ସାବଳୀଳ ଜୀବନଯାପନର ପରିପନ୍ଥୀ ବୋଲି ବିଚାର କରାଯାଏ। କଥାରେ ଅଛି ‘ଯେମିତି ଅନ୍ନ ସେମିତି ମନ, ଯେମିତି ପାଣି ସେମିତି ବାଣୀ’। ଖାଦ୍ୟ କେବଳ ମଣିଷକୁ ଶାରୀରିକ ସୁସ୍ଥତା ଯୋଗାଇ ନଥାଏ, ଏହା ମାନସିକ ବିକାଶରେ ମଧ୍ୟ ସାହାଯ୍ୟ କରେ। ଖାଦ୍ୟ ପରମ୍ପରା ମଧ୍ୟ ଓଡ଼ିଶାର ଅର୍ଥନୀତିକୁ ତଥା ଓଡ଼ିଆଙ୍କୁ ସ୍ୱାବଲମ୍ବୀ କରିବାରେ ଏକ ବଳିଷ୍ଠ ମାଧ୍ୟମ ବୋଲି ମକର ସଂକ୍ରାନ୍ତି ଉପଲକ୍ଷେ ହୋଟେଲ ପ୍ରେସିଡେନ୍ସିରେ ଆୟୋଜିତ ‘ମକର ମିଳନ’ ଓ ଆଲୋଚନାଚକ୍ରରେ ଯୋଗଦେଇଥିବା ବକ୍ତାମାନେ କହିଛନ୍ତି।

30 old vehicles: ସ୍କାପ୍ରିଂ ହେବ ୩୦ ପୁରୁଣା ଗାଡି

5 professional: ୫ ପେଷାଦାର ଅପରାଧୀ ଗିରଫ


ଅନୁଷ୍ଠାନର ସଭାପତି ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ‘ଓଡ଼ିଶା ଖାଦ୍ୟର ଭଣ୍ଡାର, ସମ୍ଭାବନା ଅପାର’ ଶୀର୍ଷକ ଆଲୋଚନାଚକ୍ରରେ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ୱାଇଁ ଓ ପ୍ରାକ୍ତନ କୁଳପତି ପ୍ରଫୁଲ୍ଲ କୁମାର ମିଶ୍ର, ସିଆଇଆଇର ଓଡ଼ିଶାର ଅଧ୍ୟକ୍ଷ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ଶେଖର ସାହୁ, ବରିଷ୍ଠ ପ୍ରଶାସନିକ ଅଧିକାରୀ ସମ୍ବିତ ତ୍ରିପାଠୀ, ସ୍ନାୟୁ ବିଶେଷଜ୍ଞ ପ୍ରତାପ ପାଣି, ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି, ମେଟ୍ରୋ ଗ୍ରୁପ୍‌ ଅଧ୍ୟକ୍ଷ ପୀୟୂଷ ମହାନ୍ତି, ଡା. ବସନ୍ତ କର, ଡା. ଗିରୀଶ ସ୍ୱାଇଁ, ଚିତ୍ରଶିଳ୍ପୀ ରବି ରଥ, ଡା. ସୁସ୍ମିତା ପ୍ରିୟଦର୍ଶିନୀ ହୋତା, ପରମାନନ୍ଦ ପଟେଲ, ଖାଦ୍ୟ ନିରୀକ୍ଷକ ସତ୍ୟଜିତ ପଟେଲ, ପବିତ୍ର ସାମଲ, ପ୍ରଫେସର ଆଶିଷ ସ୍ୱାଇଁ, ମନୋଜ ମିଶ୍ର, ଭକ୍ତ ତ୍ରିପାଠୀ ପ୍ରମୁଖ ଓଡ଼ିଆ ପରମ୍ପରା ଓ ଓଡ଼ିଆ ଖାଦ୍ୟର ବିଶେଷତ୍ବ ସମ୍ପର୍କରେ ମତ ଦେଇଥିଲେ। ଶ୍ରମିକ ନେତା କୃଷ୍ଣଚନ୍ଦ୍ର ମିଶ୍ର, କୁଳମଣି ରାଉତ, ପ୍ରତାପ ପାଣି, ରାକେଶ ପାଢ଼ୀ, ହାଡ଼ିବନ୍ଧୁ ପାଣିଗ୍ରାହୀ, ସାଧୁଚରଣ ବେହେରା, ପବିତ୍ର ସାମଲ, ଭବାନୀ ପ୍ରସାଦ ମିଶ୍ର, ଦେବନାରାୟଣ ନାୟକ, ପଦ୍ମଲୋଚନ ଦାସ, ଅକ୍ଷୟ ବଳିଆରସିଂହ, ପ୍ରଭୁଦତ୍ତ ସାମଲ, ସୁରେଶ କୁମାର ସାହୁ, ସଂଗ୍ରାମ ନାୟକ, ତ୍ରିଗୁଣ ଦାସମହାପାତ୍ର, ସୁଶ୍ରୀ ଗୀତା ବେହେରା, ସଂଗୀତା ଦାସ, ତୁଳସୀ ବିଷୋୟୀ, କନକଲତା ଭଞ୍ଜ, ଅପର୍ଣ୍ଣା ନାୟକ, ସୁପ୍ରିୟା ଶତପଥୀ, ଶର୍ମିଷ୍ଠା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।କବୟିତ୍ରୀ ପ୍ରୀତିପ୍ରତିଭା ଭୋଳ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ଅବସରରେ ସମସ୍ତେ ପରସ୍ପରକୁ ମକର ଚାଉଳ ଖୁଆଇ ମକର ମିଳନ ପାଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe