ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସର ଉଦ୍ଘାଟନୀ ସମାରୋହ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଆଡ୍ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଉଦ୍ଘାଟକ ଭାବେ ଯୋଗ ଦେଇ କହିଛନ୍ତି ଓଡ଼ିଶାର ସଂସ୍କୃତି, ସାହିତ୍ୟ ଓ ଭାଷା ହେଉଛି ଆମର ଗର୍ବ ଓ ପରିଚୟ। ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ନିମନ୍ତେ ଯୁବପିଢ଼ି ସଚେତନ ହେଲେ ଆମର ସଂସ୍କୃତି ଅଧିକ ଋଦ୍ଧିମନ୍ତ ହୋଇପାରିବ। ସେ ଆହୁରି କହିଥିଲେ, ସଂସ୍କୃତି ଏକ ପ୍ରବହମାନ ଧାରା ।
Even though: ଶୀତ ଥିବା ଯାଏ ହେଉ ପଥ ଉତ୍ସବ
ଏହି ଧାରାରେ ଯୁବପିଢ଼ିଙ୍କୁ ସଂଶ୍ଲିଷ୍ଟ କରିବାର ଦାୟିତ୍ୱ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ନିର୍ବାହ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ। ବରିଷ୍ଠ ଭାଷାତତ୍ତ୍ୱବିତ୍ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ନିମନ୍ତେ ବିଶ୍ୱବିଦ୍ୟାଳୟ ଆଗାମୀ ଦିନରେ ପ୍ରମୁଖ ଭୂମିକା ତୁଲାଇବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ପ୍ରଫେସର ବନ୍ଦିତା ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଜୀବନର ମୂଲ୍ୟବୋଧ ଆମକୁ ସଂସ୍କୃତି ସହ ପରିଚିତ କରାଇଥାଏ । ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ଜରିଆରେ ଆଗାମୀ ଦିନରେ ସାଂସ୍କୃତିକ ରାଷ୍ଟ୍ରଦୂତ ଭାବେ ଆମ ସଂସ୍କୃତିର ବିକାଶ ନିମନ୍ତେ ପ୍ରମୁଖ ଦାୟିତ୍ୱ ତୁଲାଇବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଲୋକସେବକ ମଣ୍ଡଳର ସଂପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ତାଙ୍କ ସଭାପତିତ୍ୱ ଅଭିଭାଷଣରେ ବିଶ୍ୱବିଦ୍ୟାଳୟର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। କୁଳସଚିବ ଅନାମିକା ଅଧିକାରୀ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।
Trees: ପ୍ରଦୂଷଣ ରୋକିବା ସହିତ ଶୋଭା ବଢ଼ାଇଛି ଗଛ
ଏହି ଅବସରରେ ରାଜ୍ୟ ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଗୁରୁ ବିଜୟ କୁମାର ବାରିକ, କରୁଣାକର ନାୟକ, ଜବାହର ମିଶ୍ର, ବିଘ୍ନରାଜ ଧଡ଼ା, ଗୁରୁ ବିରଞ୍ଚି ମହନ୍ତ ଓ ନାଟ୍ୟକାର ଦେବବ୍ରତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ସମ୍ବାଦ ପୁସ୍ତିକା ‘ସଂସ୍କୃତି’ ଓ ‘ଷ୍ଟୁଡେଣ୍ଟସ୍ କ୍ୟାଲେଣ୍ଡର’କୁ ଅତିଥିମାନେ ଲୋକାର୍ପିତ କରିବା ସହ ଦୃଶ୍ୟକଳା ବିଭାଗର ଚିତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଜ୍ଞାନରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସହକାରୀ ପ୍ରଫେସର ଆଶିଷ ମହାପାତ୍ର ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/05/untitled-28-2026-01-05-07-46-36.jpg)