Advertisment

Ahara kendra: ଅଣ୍ଟୁନି ‘ଆହାର’: ଭୋକିଲା ପେଟରେ ଫେରୁଛନ୍ତି ଲୋକେ

Advertisment

ବିଭିନ୍ନ କାର୍ଯ୍ୟରେ ଭୁବନେଶ୍ବରକୁ ଆସୁଥିବା ଗରିବ ଲୋକମାନେ ଅଧିକ ଦାମ ଦେଇ ଖାଦ୍ୟ ଖାଇବାରେ ସମସ୍ୟା ଭୋଗୁଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୫ ମସିହାରୁ ଭୁବନେଶ୍ବରରେ ଆହାର କେନ୍ଦ୍ର ଖୋଲାଯାଇଛି।

ବିଭିନ୍ନ କାର୍ଯ୍ୟରେ ଭୁବନେଶ୍ବରକୁ ଆସୁଥିବା ଗରିବ ଲୋକମାନେ ଅଧିକ ଦାମ ଦେଇ ଖାଦ୍ୟ ଖାଇବାରେ ସମସ୍ୟା ଭୋଗୁଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୫ ମସିହାରୁ ଭୁବନେଶ୍ବରରେ ଆହାର କେନ୍ଦ୍ର ଖୋଲାଯାଇଛି।

fsfhsfhfs

ହରପ୍ରିୟା ପୃଷ୍ଟି
ଖଣ୍ଡଗିରି: ବିଭିନ୍ନ କାର୍ଯ୍ୟରେ ଭୁବନେଶ୍ବରକୁ ଆସୁଥିବା ଗରିବ ଲୋକମାନେ ଅଧିକ ଦାମ ଦେଇ ଖାଦ୍ୟ ଖାଇବାରେ ସମସ୍ୟା ଭୋଗୁଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୫ ମସିହାରୁ ଭୁବନେଶ୍ବରରେ ଆହାର କେନ୍ଦ୍ର ଖୋଲାଯାଇଛି। ଏଥିପାଇଁ ମୋଟ୍‌ ୨୭ଟଙ୍କା ପ୍ରତି ମିଲ୍‌ ପିଛା ଖର୍ଚ୍ଚ ହେଉଥିବା ବେ‌ଳେ ୫ ଟଙ୍କା ଲୋକଙ୍କଠାରୁ ଓ ୨୨ ଟଙ୍କା ସରକାର ଦେଉଛନ୍ତି। ଭୁବନେଶ୍ବରର ୧୪ କେନ୍ଦ୍ରରେ ୯୬୫୦ ମିଲ୍‌ ଦିନବେଳା ପ୍ରଦାନ କରାଯାଉଥିବା ବେଳେ ରାତିରେ ୬ କେନ୍ଦ୍ର‌ରେ ୨ହଜାର ଖାଦ୍ୟ ବଣ୍ଟା ଯାଉଛି। ହେଲେ ବିଡ଼ମ୍ବନାର ବିଷୟ ଅନେକ କେନ୍ଦ୍ରରେ ଦିନ ଗୋଟାଏ ବେଳକୁ ଖାଇବା ସରି ଯାଉଛି। ଆଉ କେଉଁଠି ଥରେ ଖାଇଲେ ୨ୟ ଥର ମାଗିଲେ ଖାଇବା ମିଳୁନାହିଁ। କେନ୍ଦ୍ରକୁ ଆହାର ଆସୁଥିବା ସଂଖ୍ୟା ଓ ଲୋକଙ୍କ ଆବଶ୍ୟକତା ଭିତରେ ତାଳମେଳ ଖାଉନି। ଆଉ ଯଦି ସୋମବାର କି ଗୁରୁବାର ହୋଇଥାଏ ତେବେ କଥା ସରିଲା। ଦିନ ସାଢ଼େ ୧୨ ବେଳେ ମଧ୍ୟ ଖାଇବାକୁ ମିଳୁ ନଥିବା ଦେଖିବାକୁ ମିଳିଛି।

ଅଧ ଘଣ୍ଟାରେ ଖାଇବା ଶେଷ
ଗୁରୁବାର ଦିନ ୧୨ଟା ୨୦। ବ୍ରହ୍ମପୁରର ମୁରଲି ହେମ୍ରମ୍‌। ନୟାପଲ୍ଲୀ ଦୁର୍ଗାମଣ୍ଡପ ପାଖ ଆହାର କେନ୍ଦ୍ରରେ ଖାଇବାକୁ ପହଞ୍ଚିଥିଲେ। ଗୁରୁବାର ଶୁଦ୍ଧ ଭାତଡାଲମା ଖାଇବେ ବୋଲି ଭାବି ଦିନ ଗୋଟାଏ ଆଗରୁ କେନ୍ଦ୍ର ପାଖକୁ ଯାଇଥିଲେ। ହେଲେ କେନ୍ଦ୍ରପାଖ‌ରେ ପହଞ୍ଚିବା ବେଳକୁ କେନ୍ଦ୍ରର ସଟର୍‌ ଅଧା ତଳକୁ। ଭାବିଲେ ବୋଧେ ଖାଦ୍ୟ ବଣ୍ଟନ ଆରମ୍ଭ ହୋଇନି। ୧୦ ମିନିଟ୍‌ ଛିଡ଼ା ହେବାପରେ ତାଙ୍କ ନଜର ବୋର୍ଡରେ ପଡ଼ିଲା। ସୂଚନା  ବୋର୍ଡରେ ଦିବା ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସୁଲଭ ରନ୍ଧା ଖାଦ୍ୟ ଦିଆଯାଏ ବୋଲି କୁହାଯାଇଛି। ତେଣୁ ସେ ଦ୍ବନ୍ଦ୍ବ‌ରେ ସଟର୍‌ ବାଡ଼େଇଲେ। ଭିତରେ ଥିବା କର୍ମଚାରୀ ଖାଉଛନ୍ତି। ‌ହେଲେ କେହି ସଟର୍‌ ଖୋଲିଲେନି। ଶେଷରେ ଆଉ କିଛି ସମୟ ଅପେକ୍ଷା କରି ଭୋକିଲା ପେଟରେ ଫେରି ଆସିଲେ। ପଚାରିବାରୁ ଜଣା ପଡ଼ିଲା କା‌ଳେ, ଏଭଳି ଅବସ୍ଥା ପ୍ରାୟ ସମୟରେ ହେଉଛି। କେନ୍ଦ୍ରକୁ ପ୍ରତିଦିନ ୫ଶହ ଲୋକଙ୍କ ଖାଦ୍ୟ ଆସୁଛି। ହେଲେ ଖାଦ୍ୟ ଆସିବାର ଅଧଘଣ୍ଟାରୁ ୪୫ ମିନିଟ୍‌ ଭିତରେ ଖାଇବା ସରିଯାଉଛି। ଧାଡ଼ିବାନ୍ଧି ଲୋକେ ଛିଡ଼ା‌ ହୋଇଥିଲେ ବି ସଟର୍‌ ପଡ଼ିଯାଉଛି। ଅନ୍ୟଦିନେ କେବେ କେମିତି ଲୋକଙ୍କୁ ଖାଇବା ପାଉଛି ସିନା ସୋମବାର, ଗୁରୁବାର ଆଉ ଶନିବାର ଖାଇବା ଅଣ୍ଟୁନାହିଁ। ‌କେବଳ ଏହି କେନ୍ଦ୍ର ନୁହେଁ ୟୁନିଟ୍‌-୨ ପୁରୁଣା ବସ୍‌ଷ୍ଟାଣ୍ଡ, ମ୍ୟୁଜିୟମ୍‌ ଛକ ଆହାର କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା।

ଅଧାପେଟ ଖାଦ୍ୟ ମିଳୁଛି
ଚନ୍ଦ୍ରଶେଖରପୁର କଳିଙ୍ଗ ଡାକ୍ତରଖାନା ଆହାର କେନ୍ଦ୍ରରେ ୫ଶହ ଲୋକଙ୍କ ଖାଦ୍ୟ ଦିନ‌ରେ ଓ ୨ଶହ ଲୋକଙ୍କ ଖାଦ୍ୟ ରାତିରେ ଆସୁଛି। ହେଲେ ଖାଇବା ଅଣ୍ଟୁନି। ତେଣୁ ଥରେ ଖାଇଲେ ଆଉ ଥରେ ଖାଦ୍ୟ ମାଗିଲେ ଖାଇବା ଦେଉନାହାନ୍ତି। ଭାତ ବଳି‌ଲେ ତା ସହ ଡଙ୍କିଏ ଡାଲି ମାଗିଲେ ମଧ୍ୟ ମିଳୁ ନାହିଁ। ଖାଇବା ଭଲ। ଅଳ୍ପ ଟଙ୍କାରେ ରୋଗୀ ନେଇ ଆସିଥିବା ଡ୍ରାଇଭର୍‌, ‌ରୋଗୀ ସମ୍ପର୍କୀୟ ଖାଇବା ଆଶା ନେଇ ଆସୁଛନ୍ତି। ହେଲେ ଖାଇବା ଥରେ ଖାଇ ଆଉ ଥ‌‌ରେ ମାଗିଲେ ଖାଇବା ମିଳୁନି। ଏ ସମ୍ପର୍କରେ ବିଏମ୍‌ସିର ଡେପୁଟି କମିସନର( ଆହାରକେନ୍ଦ୍ର ଇନ୍‌ଚାର୍ଜ) ପ୍ରିୟଙ୍କା ମଲ୍ଲିକ କହିଛନ୍ତି ଯେ, ଲୋକଙ୍କ ଚାହିଦା ଅନୁଯାୟୀ, ବିଭିନ୍ନ ଆହାର କେନ୍ଦ୍ର ପାଇଁ ସରକାର ନିର୍ଦ୍ଦିଷ୍ଟ ସଂଖ୍ୟାକ ମିଲ୍‌ର ବ୍ୟବସ୍ଥା କରିଛନ୍ତି।  କେନ୍ଦ୍ରଗୁଡ଼ିକ ପୂର୍ବାହଣ ୧୧ଟାରୁ ଖୋଲି ଅପରାହ୍ଣ ୩ଟା ଯାଏ ଚାଲିବ। ଯଦି ତା’ ଭିତରେ ଖାଦ୍ୟ ସରିଯାଏ, ତେବେ ସେହିଦିନ ପାଇଁ କେନ୍ଦ୍ର ବନ୍ଦ ହୋଇଥାଏ।  ଅପରପକ୍ଷେ, ପ୍ରତି ମିଲ୍‌ ପାଇଁ ନିର୍ଦ୍ଦିଷ୍ଟ ପରିମାଣର ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି।

ସୁଚନାଯୋଗ୍ୟ, ଭୁବନେଶ୍ବରରେ ଏମ୍‌ସ-୧, ଏମ୍‌ସ-୨,  କ୍ୟାପିଟାଲ୍‌ ଡାକ୍ତରଖାନା କେନ୍ଦ୍ର, ସମ୍‌ ଡାକ୍ତରଖାନା ଆହାର କେନ୍ଦ୍ର, ଚନ୍ଦ୍ରଶେଖରପୁର କଳିଙ୍ଗ ଡାକ୍ତରଖାନା ଆହାର କେନ୍ଦ୍ର, ଏଚ୍‌କେଏମ୍‌ ବାପୁଜିନଗର କେନ୍ଦ୍ର, ମ୍ୟୁଜିୟମ୍‌ ଛକ କେନ୍ଦ୍ର, ବରମୁଣ୍ଡା ବିଏସ୍‌ଏବିଟି, ରସୁଲଗଡ଼, ମାଷ୍ଟର କ୍ୟାଣ୍ଟିନ୍‌ ବସ୍‌ଷ୍ଟପ୍‌, ନୟାପଲ୍ଲୀ ଦୁର୍ଗାମଣ୍ଡପ, ୟୁନିଟ୍‌-୨ ପୁରୁଣା ବସ୍‌ ଷ୍ଟାଣ୍ଡ, ୟୁନିଟ୍‌-୩ ଖାରବେଳନଗର, ୟୁନିଟ୍‌-୪ ରାଜ୍ୟ ପାଠାଗାରକୁ ମିଶାଇ ୧୪ଟି ଜନଗହଳିପୂର୍ଣ୍ଣ ସ୍ଥାନରେ ଗରିବ ଶ୍ରେଣୀର ଲୋକମାନଙ୍କୁ ୫ ଟଙ୍କାରେ ଭାତ ଡାଲମା ଯୋଗାଇ ଦିଆଯାଉଛି। ବି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe