Advertisment

Permit is illegal: ଅନୁମତି ବେଆଇନ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଚଳ

Advertisment

ଲିଙ୍ଗିପୁର ସୁପରମାର୍ଟ ଅଗ୍ନିକାଣ୍ଡର ବିଭିନ୍ନ ଦିଗକୁ ନେଇ ତନାଘନା ଆରମ୍ଭ ହୋଇଛି। ୨୦ ଦମକଳ ବାହିନୀର ଶତାଧିକ ଆଗ୍ନିକଙ୍କ ୨୨ ଘଣ୍ଟା କସରତ ପରେ ନିଆଁକୁ ଆୟତ୍ତ କରିପାରିଥିଲେ। ଏହି....

ଲିଙ୍ଗିପୁର ସୁପରମାର୍ଟ ଅଗ୍ନିକାଣ୍ଡର ବିଭିନ୍ନ ଦିଗକୁ ନେଇ ତନାଘନା ଆରମ୍ଭ ହୋଇଛି। ୨୦ ଦମକଳ ବାହିନୀର ଶତାଧିକ ଆଗ୍ନିକଙ୍କ ୨୨ ଘଣ୍ଟା କସରତ ପରେ ନିଆଁକୁ ଆୟତ୍ତ କରିପାରିଥିଲେ। ଏହି....

Untitled-20

ଭୁବନେଶ୍ବର: ଲିଙ୍ଗିପୁର ସୁପରମାର୍ଟ ଅଗ୍ନିକାଣ୍ଡର ବିଭିନ୍ନ ଦିଗକୁ ନେଇ ତନାଘନା ଆରମ୍ଭ ହୋଇଛି। ୨୦ ଦମକଳ ବାହିନୀର ଶତାଧିକ ଆଗ୍ନିକଙ୍କ ୨୨ ଘଣ୍ଟା କସରତ ପରେ ନିଆଁକୁ ଆୟତ୍ତ କରିପାରିଥିଲେ। ଏହି ସମୟ ଭିତରେ କାଚ ଫାଟି, ତରଳ ପ୍ଲାଷ୍ଟିକ ଶରୀରରେ ପଡ଼ି ୧୦ରୁ ଅଧିକ ଆଗ୍ନିକ ଆହତ ହୋଇଥିଲେ। ତେବେ ଏହି ଅଗ୍ନିକାଣ୍ଡ ରାଜଧାନୀର ଅନ୍ୟାନ୍ୟ ସୁଉଚ୍ଚ ଅଟ୍ଟାଳିକାଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିଲେ ମଧ୍ୟ ଏହା ଅଚଳାବସ୍ଥାରେ ଥିବାରୁ କାମ କଲା ନାହିଁ। କାହିଁକି ଅଗ୍ନିଶମ ବାହିନୀକୁ ଏତେ ସମୟ ଲାଗିଲା, ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଚାରିମହଲା ବିଶାଳ କୋଠାରେ ମାତ୍ର ଗୋଟିଏ ପ୍ରବେଶ ପଥ ରହିଥିବାରୁ ନିଆଁ ଲିଭାଇବାକୁ ଅଧିକ ସମୟ ଲାଗିଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି, ‌ସୁପରମାର୍ଟରେ ଜରୁରୀକାଳିନ ପ୍ରସ୍ଥାନ କାହିଁକି ନଥିଲା। ଏଠାରେ ବ୍ୟବସାୟ ପ୍ରତିଷ୍ଠାନ ଚଳାଇବାକୁ ଅନୁମତି ଦେଇଥିବା ଅଧିକାରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବର୍ତ୍ତମାନ ଚର୍ଚ୍ଚା ଜୋର୍‌ ଧରିଛି। ବାରମ୍ବାର ମଲ୍‌, ସୁଉଚ୍ଚ ବ୍ୟାବସାୟିକ ଅନୁଷ୍ଠାନରେ ନିଆଁ ଲାଗିବା ପରେ ମଧ୍ୟ ସରକାରୀ ନିୟମ ମୁତାବକ ଏଭଳି କୋଠା ନିର୍ମାଣରେ ନିୟନ୍ତ୍ରଣ ଓ ପରିଚାଳନା କରାଯାଉ ନଥିବା ଅଭିଯୋଗ ହେଉଛି। ଅଗ୍ନିଶମ ବିଭାଗ କେବଳ ନୋଟିସ୍‌ ଦେଉଛି। କିନ୍ତୁ ଅନୁମତି ଠାରୁ ଯାଞ୍ଚ୍‌ ପର୍ଯ୍ୟନ୍ତ ସବୁ ସରକାରୀ ଅଧିକାରୀଙ୍କ ହାତରେ ରହିଛି। କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। କେବଳ ନୋଟିସ୍‌ ଦେଇ ଚୁପ୍‌ ବସି ଯାଉଛନ୍ତି ବିଭାଗୀୟ ଅଧିକାରୀ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଗଲେ ଏତେବଡ଼ ଅଘଟଣର ପୁନରାବୃତ୍ତି ଘଟି ନଥାନ୍ତା। ଏହାସହିତ ଦେଶ‌ରେ ଏକ ନମ୍ବର ଅଗ୍ନିଶମ ବଳ ଆଖ୍ୟା ପାଇଥିବା ଓଡ଼ିଶା ଅଗ୍ନିଶମ ବିଭାଗକୁ ଗୋଟିଏ କୋଠାର ଗୋଟିଏ ମହଲାରେ ନିଆଁ ଲିଭାଇବା ପାଇଁ ୨୦/୨୨ ଘଣ୍ଟା ସମୟ ଲାଗିଥିଲା। ‌ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅନ୍ୟ ରାଜ୍ୟକୁ ଯାଇ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ଓଡ଼ିଶାର ଅଗ୍ନିଶମ ବିଭାଗ ନିଆଁଲିଭା କୌଶଳ କ୍ଷେତ୍ରରେ ପଛରେ ପଡ଼ିଛି। ଅଧିକ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିବ ‌ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

🔴 LIVE News Updates 2026 February 26: ଇତିହାସ ପୃଷ୍ଠାରେ ନରେନ୍ଦ୍ର ମୋଦୀ; ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦୦ ନିୟୁତ ଫଲୋଅର୍ସ; ଆଜି ଲଢ଼ିବେ ଭାରତ-ଜିମ୍ବାୱେ

 
ଏନେଇ ସୁପରମାର୍ଟର ମାଲିକ କହିଛନ୍ତି, ଅଗ୍ନିକାଣ୍ଡରେ ତାଙ୍କର ପ୍ରାୟ ୫ କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ତାଙ୍କ ମାର୍ଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି, ତେବେ ଏହା ଅଚଳାବସ୍ଥାରେ ଥିବାରୁ କାମ କଲାନି। ଅଗ୍ନିଶମ ବିଭାଗର ଅରିଜିନାଲ ଅନୁମତିପତ୍ର ନାହିଁ। ଏହାସହିତ ଅଗ୍ନିଶମ ବିଭାଗର ନିୟମ ମୁତାବକ ବିଲ୍ଡିଂ କରାଯାଇ ପାରିବ ନାହିଁ। ‌ତାଙ୍କ ଗୋଦାମର ଇନସ୍ୟୁରାନ୍ସ ମଧ୍ୟ ନାହିଁ। 
ଏନେଇ ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ବ୍ୟାବସାୟିକ ଅନୁଷ୍ଠାନ ଗୁଡ଼ିକ ବିଏମ୍‌ସି, ବିଡିଏ, ଅଗ୍ନିଶମ ବିଭାଗରୁ ଅନୁମତି ନ ନେଇ ସୁଉଚ୍ଚ ଅଟ୍ଟାଳିକାରେ ବେଆଇନ ଭାବେ ମଲ୍‌, ଗୋଦାମ ଓ ଏଠାରେ ଦହନଶୀଳ ସାମଗ୍ରୀ ଭର୍ତ୍ତି କରି ରଖୁଛନ୍ତି। ଏଭଳି ନକରିବାକୁ ଅନୁରୋଧ କରିଛନ୍ତି। ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ୨୦୧୭ରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଆଇନ କରାଯାଇଛି। ଏହାପୂର୍ବରୁ ବହୁତ କୋଠା ନିର୍ମାଣକୁ ଅନୁମତି ପ୍ରଦାନ କରାଯାଇଥିଲା। ଯେଉଁ ସୁପରମାର୍ଟରେ ନିଆଁ ଲାଗିଥିଲା ତାହା ପୁରୁଣା ଓ ସେଠାରେ ଅଗ୍ନି ନିରପତ୍ତା ବ୍ୟବସ୍ଥା ନଥିଲା।

You'll fly around: ଦୋଳବିମାନରେ ବୁଲିବେ, ଫଗୁ ଲାଗି ହେବେ

କିନ୍ତୁ ବର୍ତ୍ତମାନ ପୁରୁଣା ବିଲ୍ଡିଂରେ ଯେପରି ସମସ୍ତ ବ୍ୟବସ୍ଥା କରାଯାଇ ପାରିବ ତାହାକୁ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ଏହାସହିତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ଏବେ ସରକାରଙ୍କ ନିଷ୍ପତ୍ତି ଅନୁସାରେ ତୃତୀୟ ପକ୍ଷ ଅଡିଟ କରିବେ। ଅଗ୍ନିନିରାପତ୍ତା‌ ଏକ ବିରାଟ ପ୍ରସଙ୍ଗ। ଏଥିପାଇଁ ସଚେତନତା ଆବଶ୍ୟକ। ଏହାସହିତ ଏକ ଟିମ୍‌ ଯାଞ୍ଚରେ ନିୟୋଜିତ ହେବେ। ଏହାସହିତ ଓଡ଼ିଶା ଅଗ୍ନିଶମ ବିଭାଗ ପାଖରେ ବର୍ତ୍ତମାନ ପରିସ୍ଥିତିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ରହିଛି, ଏହାକୁ ଆହୁରି ବ୍ୟବସ୍ଥିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe