President's visit: ରାଷ୍ଟ୍ରପତିଙ୍କ ଗସ୍ତ: କଡ଼ା ସୁରକ୍ଷା ବଳୟରେ ରାଜଧାନୀ

Advertisment

ଆସନ୍ତାକାଲି  ଅର୍ଥାତ ସୋମବାରଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ....

ଆସନ୍ତାକାଲି  ଅର୍ଥାତ ସୋମବାରଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ....

Untitled-6

ଭୁବନେଶ୍ବର: ଆସନ୍ତାକାଲି  ଅର୍ଥାତ ସୋମବାରଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଲୋକଭବନ ଯାଇ ସେଠାରେ ରାତ୍ରିଯାପନ କରିବେ। ଏହି ଅବସରରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Railways: ରେଳ ପାଇଁ ୨,୯୦,୦୩୦ କୋଟି

 
ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେଭ‌ଳି କୌଣସି ପ୍ରକାର ତ୍ରୁଟି ଦେଖା ନ ଯାଏ, ଏଥିପାଇଁ କମିସନରେଟ୍‌ ପୁଲିସ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଛି। ବ୍ଲୁ-ବୁକ୍‌ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭୁବନେଶ୍ବରରେ ୩୦ ପ୍ଲାଟୁନ୍‌ ଫୋର୍ସ, ୩ ଏସ୍‌ଟିୟୁ, ଡଗ୍‌ ସ୍କାଡ୍‌, ବୋମା ନିଷ୍କ୍ରିୟକାରୀ ଟିମ୍‌ ନିୟୋଜିତ କରାଯାଇଛି।

Protest against marital rape: ଦୀର୍ଘତମ ଶାଢ଼ିରେ ବୈବାହିକ ବଳାତ୍କାରର ପ୍ରତିବାଦ

୪ ଜଣ ଡିସିପିଙ୍କ ନେତୃତ୍ବରେ ୫ ଜଣ ଆଡିସନାଲ୍‌ ଡିସିପି, ୨୩ଜଣ ଏସିପି, ୩୩ ଜଣ ଇନ୍‌ସପେକ୍ଟର, ୧୨୨ଜଣ ଏସ୍ଆଇ/ ଏଏସ୍ଆଇ, ୧୮୫ ଜଣ ଏପିଆର୍‌, ୭୫ ଜଣ ମହିଳା କର୍ମଚାରୀ, ୧୫୦ ଜଣ ଟ୍ରାଫିକ୍‌ କର୍ମଚାରୀ ରାଜଧାନୀ ଉପରେ  ନଜର ରଖିବେ। ସେହିପରି ବିମାନବନ୍ଦର କର୍ତ୍ତୃପକ୍ଷ, ସିଆଇଏସ୍‌ଏଫ୍‌, ଏନ୍‌ଏଚ୍‌ଏଆଇ, ଆର୍‌ ଆଣ୍ଡ ବି, ବିଏମ୍‌ସି ଅଧିକାରୀ, ଟ୍ରାଫିକ୍‌ ଵିଙ୍ଗ୍‌, ସିକ୍ୟୁରିଟି ଵିଙ୍ଗ୍‌, ଇଣ୍ଟେଲିଜେନ୍ସ ଵିଙ୍ଗ୍‌ ସମସ୍ତ ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। ‌ଏହାଛଡ଼ା ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯାନବାହନ ଚଳାଚଳ ନିୟନ୍ତ୍ରଣ ଉପରେ ଟ୍ରାଫିକ୍‌ କଟକଣା ଲଗାଯାଇଛି। ଜଣେ ଡିସିପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ରୁଟ୍ ଲାଇନିଂ ପାଇଁ ୧୦ ପ୍ଲାଟୁନ୍ ନିୟୋଜିତ କରାଯାଇଛି ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି। ଅନ୍ୟପଟେ ରାଷ୍ଟ୍ରପତି ରାଜଧାନୀରେ ପହଞ୍ଚିବା ପୂର୍ବରୁ ଆଜି ଅପରାହ୍ଣରେ ସୁରକ୍ଷା ବ୍ୟବସ୍ଥାର ପୂର୍ଣ୍ଣ ଅଭ୍ୟାସ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe