ଭୁବନେଶ୍ବର: ରସୁଲଗଡ଼ ଛକରୁ ପଳାଶୁଣୀ ପର୍ଯ୍ୟନ୍ତ ପ୍ରତିଦିନ ହେଉଥିବା ଅସମ୍ଭାଳ ଭିଡ଼କୁ ନଜରରେ ରଖି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏକ ବଡ଼ ପ୍ରକଳ୍ପ କରିବାକୁ ଯୋଜନା କରିଛନ୍ତି। ରସୁଲଗଡ଼ରୁ ପଳାଶୁଣୀ ପର୍ଯ୍ୟନ୍ତ ପ୍ରାୟ ୫୦୦ ମିଟର ଲମ୍ବର ଛାୟାପ୍ରଦ ପଥଚାରୀ ପଥ ବା ସ୍କାଏୱାକ୍ ନିର୍ମାଣ କରାଯିବ। ପ୍ରଥମ ଥର ପାଇଁ ରାଜଧାନୀରେ ଏଭଳି ଏକ ପ୍ରକଳ୍ପ ନିର୍ମାଣ ପାଇଁ ୨୦କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।
Jewellery loot case: ଜୁଏଲାରି ଲୁଟ୍ ମାମଲା, ସୁନା ବନ୍ଧକ ରଖି ନେଇଥିଲା ୨.୨ ଲକ୍ଷ
Three accused arrested: ଫାଷ୍ଟଫୁଡ୍ ଦୋକାନରେ ପଶି ହଣାକଟା, ୩ ଅଭିଯୁକ୍ତ ଗିରଫ
ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ସ୍କାଏୱାକ୍ ହେଉଛି ଏକ ଛାୟାପ୍ରଦ ସେଡ୍ ଥିବା ପାଦଚଲା ରାସ୍ତା। ଉଭୟ ଦିନ ଓ ରାତିରେ ଏଥିରେ ଯା’ଆସ କରିହେବ। ରାତିରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ଫୁଟ୍ ଓଭରବ୍ରିଜ ସଦୃଶ ଏହା ତଳେ ରାସ୍ତାରେ ଗାଡ଼ିମୋଟର ଯା’ଆସ କରିବ। ପଥଚାରୀମାନେ ଆଉ ଟ୍ରାଫିକ୍ ଭିଡ଼ରେ ନ ପଶି ସିଧାସଳଖ ଏହା ଉପରେ ଯା’ଆସ କରିପାରିବେ। ଏହା ଦୁର୍ଘଟଣା ହ୍ରାସ କରିବା ସହ ଟ୍ରାଫିକ୍ ପରିଚାଳନା ସୁବିଧା ହେବ। ପଳାଶୁଣୀ ପାର୍ଶ୍ବରୁ ଆସିବା ବେଳେ ଏହା ବାମପାର୍ଶ୍ବରେ ନିର୍ମାଣ ହେବ। ରସୁଲଗଡ଼ ଗୋଲେଇ ଛକ ପୂର୍ବରୁ ସ୍କାଏୱାକ ମାର୍ଗ ଶେଷ ହେବ। ଏଠାରେ ଓହ୍ଲାଇବା ପାଇଁ ଶିଡି କରାଯିବ। ଏହି ସ୍କାଏୱାକ୍ ପଳାଶୁଣୀ ଫୁଟ୍ ଓଭରବ୍ରିଜ୍ ସହ ସଂଯୋଗ କରିବ। ଫୁଟ୍ ଓଭରବ୍ରିଜ ସ୍କାଏୱାକ୍କୁ ଚଢ଼ିବାର ବାଟ ହେବ। ଫୁଟ୍ ଓଭରବ୍ରିଜ୍ ଦେଇ ଲୋକେ ଦୁଇପାର୍ଶ୍ବରୁ ସ୍କାଏୱାକ୍କୁ ଯା’ଆସ କରିପାରିବେ। ଲୋକେ ଉଭୟପାର୍ଶ୍ବର ଫୁଟ୍ ଓଭରବ୍ରିଜରେ ଶିଡି ଚଢ଼ି ସିଧାସଳଖ ସ୍କାଏୱାକ୍କୁ ଯାଇପାରିବେ।
Follow Us