Road work: ବାରମ୍ବାର ଖୋଳା ହେଉଛି ରାସ୍ତା ହନ୍ତସନ୍ତ ଶାସ୍ତ୍ରୀନଗରବାସୀ

Advertisment

ରାଜଧାନୀର ଏକ ପ୍ରମୁଖ ସ୍ଥାନ ହେଉଛି ଶାସ୍ତ୍ରୀନଗର। ଏଠାରେ ପାଖାପାଖି ୪୦ ହଜାର ଲୋକ ବାସ କରନ୍ତି। ହେଲେ ଏ ପର୍ଯ୍ୟନ୍ତ ଏଠାକାର ମୌଳିକ ସ୍ଥିତି ସୁଧୁରି ପାରି ନାହିଁ। ରାସ୍ତା ଖୋଳା ଏକ ନିତିଦିନିଆ ସମସ୍ୟାରେ ପରିଣତ ହୋଇଯାଇଛି।

ରାଜଧାନୀର ଏକ ପ୍ରମୁଖ ସ୍ଥାନ ହେଉଛି ଶାସ୍ତ୍ରୀନଗର। ଏଠାରେ ପାଖାପାଖି ୪୦ ହଜାର ଲୋକ ବାସ କରନ୍ତି। ହେଲେ ଏ ପର୍ଯ୍ୟନ୍ତ ଏଠାକାର ମୌଳିକ ସ୍ଥିତି ସୁଧୁରି ପାରି ନାହିଁ। ରାସ୍ତା ଖୋଳା ଏକ ନିତିଦିନିଆ ସମସ୍ୟାରେ ପରିଣତ ହୋଇଯାଇଛି।

FSHSFHBXVBXV

ଭୁବନେଶ୍ୱର: ରାଜଧାନୀର ଏକ ପ୍ରମୁଖ ସ୍ଥାନ ହେଉଛି ଶାସ୍ତ୍ରୀନଗର। ଏଠାରେ ପାଖାପାଖି ୪୦ ହଜାର ଲୋକ ବାସ କରନ୍ତି। ହେଲେ ଏ ପର୍ଯ୍ୟନ୍ତ ଏଠାକାର ମୌଳିକ ସ୍ଥିତି ସୁଧୁରି ପାରି ନାହିଁ। ରାସ୍ତା ଖୋଳା ଏକ ନିତିଦିନିଆ ସମସ୍ୟାରେ ପରିଣତ ହୋଇଯାଇଛି। କେତେବେଳେ ସ୍ୱେରେଜ୍‌ ଲାଇନ୍‌ ବିଛାଇବା ପାଇଁ ତ ଆଉ କେତେବେଳେ କେବୁଲ୍‌ କିମ୍ୱା ଅନ୍ୟ କୌଣସି କାରଣ ଯୋଗୁଁ ରାସ୍ତା ଖୋଳା ହେଉଛି। ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ନ ଥାଇ ପ୍ରତି ବର୍ଷ ରାସ୍ତା ଖୋଳା ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ବହୁ ଅଭିଯୋଗ ପରେ ଗତ ଛଅ ମାସ ତଳେ ପ୍ରାୟ ୬୦ ଲକ୍ଷ ଟଙ୍କାରେ ଅଞ୍ଚଳର ଲେନ୍‌-୩ ରାସ୍ତା କାମ ହୋଇଥିଲା। ହେଲେ କିଛି ମାସ ନଯାଉଣୁ ପୁଣି କେବୁଲ୍‌ ବିଛାଇବା ପାଇଁ ରାସ୍ତାକୁ ଖୋଳି ଦିଆଯାଇଛି। କାମ ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି। ରାସ୍ତା କଡ଼ରେ ଗଦା ହୋଇଥିବା ନିର୍ମାଣ ବର୍ଜ୍ୟ ରାସ୍ତାକୁ ଆହୁରି ସଂକୁଚିତ କରିଦେଇଛି। ଫଳସ୍ୱରୂପ ରାସ୍ତାରେ ଗୋଟେ ଚାରିଚକିଆ ଗଲେ ଅନ୍ୟ ଗାଡ଼ିଗୁଡ଼ିକୁ ଧାଡ଼ି ଲମ୍ୱାଇବାକୁ ପଡ଼ୁଛି। ବିଶେଷ କରି ସକାଳେ ଓ ସନ୍ଧ୍ୟା ବେଳେ ଲୋ‌କେ ବହୁ ଅସୁବିଧାରେ ପଡ଼ୁଛନ୍ତି। ସେହିପରି ଅନ୍ୟ ଲେନ୍‌ଗୁଡ଼ିକରେ କାମ ସରିଯାଇଥିଲେ ମଧ୍ୟ ଏଯାଏଁ ନିର୍ମାଣ ବର୍ଜ୍ୟବସ୍ତୁ ଉଠି ପାରିନାହିଁ। ଯେଉଁ ଲେନ୍‌କୁ ଅନେଇଲେ ନିର୍ମାଣ ବର୍ଜ୍ୟବସ୍ତୁର ପାହାଡ଼ ଗଦା ହୋଇ ରହିଛି। ଗାଡ଼ିମଟର ଯାଆସ କରିବା ସମୟରେ ବର୍ଜ୍ୟବସ୍ତୁ ଅଧିକ ମାତ୍ରାରେ ଉଡ଼ି ଲୋକଙ୍କ ନାକ ପାଟିରେ ପଶିବା ସହିତ ପରିବେଶକୁ ଦୂଷିତ କରୁଛି।  

ଅଣ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ: ସି-ପ୍ଲେନ୍‌ ନିର୍ମାଣ କରିବ ‘ହାଲ୍’

ଶାସ୍ତ୍ରୀନଗରରୁ ନୂଆପଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାରେ କାମ ସରି ଯାଇଥିଲେ ସୁଦ୍ଧା ନିର୍ମାଣ ବର୍ଜ୍ୟବସ୍ତୁ ଏବଂ କିଛି ମାସ ତଳେ ପଡ଼ିଥିବା ପେଭରବ୍ଲକ୍‌ ଗଦା ହୋଇ ରହିଛି। କେବୁଲ୍‌ ପଡ଼ିଯାଇଥିଲେ ସୁଦ୍ଧା ଏଯାବତ୍‌ ସେହି ରାସ୍ତା କାମ ହୋଇନାହିଁ। କର୍ପୋରେଟର ଗୀତାଞ୍ଜଳି ସାହୁ କୁହନ୍ତି ଏ ନେଇ ସେ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ସେ ଖୁବ୍‌ ଶୀଘ୍ର କାମ ସାରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେହିପରି ନିର୍ମାଣ ବର୍ଜ୍ୟବସ୍ତୁ ଉଠିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe