ଭୁବନେଶ୍ବର: ବୟସ ଏକ ତାରିଖର ମାପକାଠି ନୁହେଁ। ବୟସର ମାପକାଠିରେ ଯୁବକକୁ ପରିଭାଷିତ କରିବା ଉଚିତ ନୁହେଁ। ଯିଏ ପ୍ରବଳ ଇଚ୍ଛାଶକ୍ତିର ଅଧିକାରୀ, ସେ ହିଁ ଯୁବକ। ଯୁବପିଢ଼ିଙ୍କ ପାଖରେ ସବୁ ବଳ ରହିଛି। ତେବେ ବାହୁବଳ ଅପେକ୍ଷା ମ‌େନାବଳ ଶକ୍ତ ରଖିଲେ ଯୁବପିଢ଼ି ସମାଜ ପରିବର୍ତ୍ତନର ବାହକ ହୋଇପାରିବେ ବୋଲି କହିଛନ୍ତି ‘ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ।

Advertisment

Sahitya Academy: କିସ୍‌ ବିଶ୍ୱବିଦ୍ୟାଳୟରେ ସାହିତ୍ୟ ଏକାଡେମିର ଆଲୋଚନାଚକ୍ର, ‘ଆଦିବାସୀ ମୌଖିକ ପରମ୍ପରା ହେଉଛି ଅମୂଲ୍ୟ ସାଂସ୍କୃତିକ ସମ୍ପଦ’

 
ଆଜି ‘ଜାତୀୟ ଯୁବ ଦିବସ’ ଅବସରରେ ‘କ୍ରାନ୍ତିକାରୀ ଫାଉଣ୍ଡେସନ୍’ ପକ୍ଷରୁ ଜୟଦେବ ଭବନଠାରେ ଆୟୋଜିତ ‘ଓଡ଼ିଶା ୟୁଥ୍ କନକ୍ଲେଭ୍’ର ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ ‘ମ-ନ’ର ପାଞ୍ଚ ଫର୍ମୁଲା ଯୁବପିଢ଼ିଙ୍କୁ ବତାଇଛନ୍ତି। ଶ୍ରୀ ପଟ୍ଟନାୟକ ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ କହିଥିଲେ, ‘ମା’, ‘ମାଟି’ ଓ ‘ମାତୃଭାଷା’କୁ ଭଲ ପାଇବା ସହ ‘ମୋବାଇଲ’କୁ ନିଜ ନିୟନ୍ତ୍ରଣରେ ରଖି ‘ମଦ’ଠାରୁ ଦୂରେଇ ରହିବା ସହ ‘ନିରୋଗ’, ‘ନିରହଙ୍କାର’, ‘ନିରାଡ଼ମ୍ବର’ ଓ ‘ନିଡ଼ର’ ହୋଇ ‘ନିଶାମୁକ୍ତ ଓଡ଼ିଶା ଗଠନ’ରେ ଯୁବପିଢ଼ି ନିଜକୁ ନିୟୋଜିତ କଲେ ଏକ ସୁସ୍ଥ ସମାଜ ଓ ରାଷ୍ଟ୍ରର ଗଠନ ସମ୍ଭବ ହୋଇପାରିବ। ଏଥିସହ ଯୁବପିଢ଼ି ନିରୋଗ ଓ ନିଶାମୁକ୍ତ ରହି ରକ୍ତଦାନରେ ସକ୍ରିୟ ଅଂଶଗ୍ରହଣ କରି ବହୁ ମୂଲ୍ୟ ଜୀବନ ବଞ୍ଚାଇବା ଯାତ୍ରାର ସହଯାତ୍ରୀ ହୁଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

Bande Mataram: ଓଡ଼ିଶା ମାଟିରେ ବନ୍ଦେ ମାତରମ୍‌ ଗୁଞ୍ଜରିତ


କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମ‌େନାବଳ ସହ ଯୁବପିଢ଼ି ନିଜ ପଦ ବଳ ମିଶାଇବାକୁ ପରାମର୍ଶ ଦେଇଥିଲେ। ନିଜେ ସୁସ୍ଥ ରହିଲେ, ନିଜ ପଦ ବଳ ଜରିଆରେ ସେମାନେ ସମାଜର ସର୍ବାଙ୍ଗୀନ ଉନ୍ନତି କରିପାରିବେ ବୋଲି କହିଥିଲେ। ଯୁବ ସମାଜ ସ୍ୱାମୀ ବିବେକାନନ୍ଦଙ୍କ ପଥକୁ ଅନୁସରଣ କରି ଆଗକୁ ବଢ଼ିବା ଉଚିତ। ବିବେକାନନ୍ଦଙ୍କ ସମସ୍ତ ଉକ୍ତିକୁ ପାଳନ କରି ରାଜ୍ୟ ଓ ଦେଶର ସମଗ୍ର ବିକାଶ କରିବା ଦିଗରେ ଯୁବଶକ୍ତି କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀ କାନୁନ୍‌ଗୋ କହିଥିଲେ। 

Nitrogen cycle: ବିଗୁଡୁଛି ନାଇଟ୍ରୋଜେନ୍‌ ଚକ୍ରର ସନ୍ତୁଳନ


ପ୍ରାରମ୍ଭରୁ କ୍ରାନ୍ତିକାରୀ ଫାଉଣ୍ଡେସନର ଅଧ୍ୟକ୍ଷ ନଳିନୀକାନ୍ତ ମହାନ୍ତି ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଫାଉଣ୍ଡେସନ୍‌ର ଉପଦେଷ୍ଟା ସତ୍ୟାନନ୍ଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସଂଗଠନ ପକ୍ଷରୁ ଏକ ସ୍ମରଣିକା ‘କ୍ରାନ୍ତିକାରୀ’ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ‘ଯୁବନେତୃତ୍ବ- ସୃଷ୍ଟି, ସଂଘର୍ଷ ଓ ସମ୍ଭାବନା’, ‘କର୍ମନିଯୁକ୍ତି ଓ ଆତ୍ମନିର୍ଭରଶୀଳ- ଯୁବଶକ୍ତିଙ୍କ ପାଇଁ ସୁଯୋଗ ଓ ଆହ୍ବାନ’ ଏବଂ ‘ଉତ୍କୃଷ୍ଟ ଓଡ଼ିଶା- ସ୍ଥିତି, ସୃଜନ ଓ ସମ୍ଭାବନା’ ଆଦି ୩ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା।