ଭୁବନେଶ୍ୱର: ଜୀବନର ସାୟଂକାଳରେ କାହାଣୀର ମୁଖ୍ୟ ଚରିତ୍ର ଜଣେ ତରୁଣୀ ସହିତ ନିଜ ଜୀବନ ଯାତ୍ରା ସମ୍ପର୍କରେ ଆଲୋଚନା କରୁଛନ୍ତି। ଏପରିକି ଭିନ୍ନ ଭିନ୍ନ ସମୟରେ ତାଙ୍କ ମନରେ ଥିବା କାମନାର ବାସ୍ନା ଓ ଜ୍ବଳନ ମଧ୍ୟ ସେ ତାଙ୍କ ଆଗରେ ପ୍ରକାଶ କରୁଛନ୍ତି। ଏଭଳି କିଛି କଥାବସ୍ତୁ ସମ୍ୱଳିତ ଗୋପ ରଞ୍ଜନ ମିଶ୍ରଙ୍କ ଇଂରାଜୀ ଅନୁବାଦ ଉପନ୍ୟାସିକା ‘ସାୟନ: ଏ ଚାରଣ ଷ୍ଟୋରି’ ‘ଶିକ୍ଷାସନ୍ଧାନ’ ଅନୁଷ୍ଠାନ ପରିସରରେ ଉନ୍ମୋଚିତ ହୋଇଯାଇଛି।
People chased: ଲୋକେ ଗୋଡ଼ାଇଲେ, ବାଲି ମାଫିଆ ଦୌଡ଼ିଲେ
Anti-environmental: ‘ପରିବେଶ ବିରୋଧୀ ସଂକଳ୍ପପତ୍ର, କମ୍ପାନି ପାଇଁ ସରକାରଙ୍କ ପ୍ରେମପତ୍ର’
ଅନୁଷ୍ଠାନର ପରିଚାଳନା ସଦସ୍ୟ ସଂଗ୍ରାମ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ପୁସ୍ତକର ମୂଳ ରଚୟିତା ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସ ଯୋଗଦେଇ ଅସୁସ୍ଥତା ସତ୍ତ୍ୱେ ମାତ୍ର ୨୦ ଦିନ ମଧ୍ୟରେ ସେ ଏହି ପୁସ୍ତକ ରଚନା କରିଥିଲେ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ପ୍ରଫେସର ବସନ୍ତ କୁମାର ପଣ୍ଡା ଯୋଗଦେଇ ସାହିତ୍ୟରେ କିଭଳି କାମନା ବର୍ଣ୍ଣିତ ହୋଇଥାଏ, ତାହା କହିଥିଲେ। ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଶ୍ରୀ ଦାସ ସିଦ୍ଧହସ୍ତ। ତେଣୁ ତାଙ୍କ ବିଷୟରେ ଗବେଷଣା ହେବା ଆବଶ୍ୟକ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ କଥାକାର ଗୌରହରି ଦାସ ଓଡ଼ିଆ ସାହିତ୍ୟରେ ଯେଉଁ ପୁସ୍ତକ ପ୍ରେମ ଆଧାରରେ ଲେଖା ହୋଇଛି, ତାହା ଅତ୍ୟନ୍ତ ସଫଳ ହୋଇଛି ବୋଲି କହିଥିଲେ। ପୁସ୍ତକରେ ଚରିତ୍ର ବିଦ୍ରୋହ, ବିପ୍ଲବ ସହିତ କାମନା ଆଦି ଅତ୍ୟନ୍ତ ସରଳ ଭାବରେ ବର୍ଣ୍ଣନା ହୋଇଛି ବୋଲି ସେ କହିଥିଲେ। ଶାନ୍ତନୁ କୁମାର ରଥ ପୁସ୍ତକର ସମୀକ୍ଷା କରି ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଅନିମେଷ ମହାପାତ୍ର ପୁସ୍ତକର କିଛି ଅଂଶ ପଢ଼ି ଶୁଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ଯତୀନ୍ଦ୍ର କୁମାର ନାୟକ, ପୂର୍ବତନ ପ୍ରଶାସକ ଅରବିନ୍ଦ ବେହେରା, ପ୍ରଫେସର ଅମୂଲ୍ୟ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/05/untitled-4-2025-12-05-04-21-26.jpg)