ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ସ୍ନାତକ(ୟୁଜି) ପ୍ରଥମ ବର୍ଷ ଛାତ୍ରୀଙ୍କ ପାଇଁ  ଆତ୍ମରକ୍ଷା କୌଶଳ ତାଲିମ ଶିବିର ଆୟୋଜନ କରିବାକୁ ୨୦୨୫ ଡିସେମ୍ବରରେ ସମସ୍ତ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଥିଲା।  ମାର୍ଚ୍ଚ ମାସ ମଧ୍ୟରେ ଏହି ଶିବିର ସାରିବାକୁ କୁହାଯାଇଥିଲା। ଜାନୁଆରି ମାସ ସରି ଫେବ୍ରୁଆରି ପ୍ରଥମ ସପ୍ତାହ ଶେଷ ହେଲାଣି। ହେଲେ ଭୁବନେଶ୍ବରରେ ମାତ୍ର ଦୁଇଟି କଲେଜକୁ ଛାଡ଼ି ଅନ୍ୟ କୌଣସି କଲେଜରେ ଏହା ଆରମ୍ଭ ହୋଇ ନାହିଁ। ଭୁବନେଶ୍ବରରେ ଏହି ବର୍ଗର ୧୩ରୁ ଶିକ୍ଷାନୁଷ୍ଠାରେ ଯୁକ୍ତ୩ ପ୍ରଥମ ବର୍ଷରେ ହିଁ କେବଳ ୪ହଜାରରୁ ଅଧିକ ଛାତ୍ରୀ ପଢ଼ୁଛନ୍ତି। ସେଥିମଧ୍ୟରୁ ରମାଦେବୀ ବିଶ୍ବବିଦ୍ୟାଳୟ, କମଳା‌ ନେହେରୁ ମହିଳା ମହାବିଦ୍ୟାଳୟ, ସିଟି ଓମେନ୍ସ କଲେଜ, ମହର୍ଷି ମହିଳା ମହାବିଦ୍ୟାଳୟ ପରି ୩ଟି କେବଳ ଛାତ୍ରୀଭିତ୍ତିକ ଶିକ୍ଷାନୁଷ୍ଠାନ ରହିଛି। ଆତ୍ମରକ୍ଷା କୌଶଳ ତାଲିମ ଦେବାକୁ ଛାତ୍ରୀଙ୍କ ଅନୁଯାୟୀ ଅନୁଦାନ ମିଳିଛି। ତେବେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ  ୧୩ଟି ଶିକ୍ଷାନୁଷ୍ଠାନ ମଧ୍ୟରୁ ଏବେ ସୁଦ୍ଧା ମାତ୍ର ୨ଟିରେ ଶିବିର ଶେଷ ହୋଇଛି।

Advertisment

Jeffrey Epstein: ଅନିଲଙ୍କ ପାଇଁ ସ୍ବିଡେନ୍‌ର ଡେଙ୍ଗା, ଗୋରା ଝିଅର ବ୍ୟବସ୍ଥା କରିବାକୁ ଏପ୍‌ଷ୍ଟିନ୍‌ଙ୍କ ପ୍ରସ୍ତାବ

ରମାଦେବୀ ବିଶ୍ବବିଦ୍ୟାଳୟର ଯୁକ୍ତ୩ ପ୍ରଥମ ବର୍ଷ ଛାତ୍ରୀ ପ୍ରିୟମ୍ବଦା ପ୍ରିୟଦର୍ଶିନୀ କହିଛନ୍ତି ଶିବିର ୮ ଦିନ ଧରି ଚାଲିବାକୁ ନିଷ୍ପତ୍ତି ହୋଇଛି। ପ୍ରତିଦିନ ଗୋଟିଏ ଘଣ୍ଟାର କ୍ଲାସ ହେବ। ପ୍ରତି ଗ୍ରୁପରେ ୫୦ ଜଣ ଝିଅ ରହିବେ। ଏଥିପାଇଁ ସ୍ବତନ୍ତ୍ର ବଜେଟ୍ ବ୍ୟବସ୍ଥା ହୋଇଛି। ପ୍ରତି ଛାତ୍ରୀ ପିଛା ୨୭୦ଟଙ୍କା ପ୍ରଦାନ କରାଯାଇଛି। ମାତ୍ର ଶିବିର ଆରମ୍ଭ ହୋଇପାରି ନାହିଁ। ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ କହିବା କଥା, ଆତ୍ମରକ୍ଷା କୌଶଳ ତାଲିମ ଦେବାକୁ ସମୟ ହେଉ ନାହିଁ। ଏଥିରେ ଖର୍ଚ୍ଚ ବାବଦକୁ ଜରୁରୀକାଳୀନ ପରିସ୍ଥିତିରେ ଅଡିଟ୍ ସମେତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ କଲେଜ କର୍ତ୍ତୃପକ୍ଷ ସମସ୍ତ ବିଲ୍‌କୁ ନୋଡାଲ କାର୍ଯ୍ୟାଳୟରେ ଦାଖଲ କରିବାକୁ ବାଧ୍ୟତାମୂଳକ ହୋଇଛି। ଗ୍ରୁପ୍ ଅନୁଯାୟୀ ବଜେଟ୍ ପ୍ରସ୍ତୁତ ଓ ଡକ୍ୟୁମେଣ୍ଟ କଲେଜ ଅଧ୍ୟକ୍ଷ ପ୍ରସ୍ତୁତ କରି ନିୟମାବଳୀ ଅନୁଯାୟୀ କାର୍ଯ୍ୟକ୍ରମ ସାରିବାକୁ କୁହାଯାଇଛି। ତେଣୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରୁନି।

High Court: ୩ ପୁଲିସ ଅଧିକାରୀଙ୍କ ଉପରେ ବର୍ଷିଲେ ହାଇକୋର୍ଟ

ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆତ୍ମରକ୍ଷା କୌଶଳ ତାଲିମ ଦେବାକୁ ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟର ୬୭୦ କଲେଜକୁ ପାଖାପାଖି ସାଢ଼େ ୪କୋଟି ଟଙ୍କା ପ୍ରଦାନ କରାଯାଇଛି। ୫୦ରୁ କମ୍‌ ଛାତ୍ରୀ ଥିବା କଲେଜକୁ ଟଙ୍କା ଦିଆଯାଇ ନାହିଁ। କେଉଁ କଲେଜ ତାଲିମ ଦେଉନାହାନ୍ତି ତାର ତାଲିକା ହେଉଛି। ଖୁବ୍‌ଶୀଘ୍ର ‌ଏନେଇ ମହାବିଦ୍ୟାଳୟଗୁଡ଼ିକୁ ନୋଟିସ୍‌ ଦିଆଯିବ।