ରାଇରଙ୍ଗପୁର/ଯଶିପୁର: ଇଣ୍ଟର୍ନେଟ୍ ସହିତ ଯୋଡ଼ିହେଲେ ମୟୂରଭଞ୍ଜଜିଲ୍ଲା ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଶିମିଳିପାଳର ଅଧିବାସୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳରେ ବିଏସ୍ଏନ୍ଏଲ୍-୪ଜି ସେବା ଲୋକାର୍ପଣ କରିବା ପରେ ଏହି ସୁଯୋଗ ସୃଷ୍ଟି ହୋଇଛି। ଏଣିକି ଶିମିଳିପାଳ ଅଞ୍ଚଳବାସୀଙ୍କ ସହ ଯୁବକ, ଛାତ୍ରଛାତ୍ରୀ ଇଣ୍ଟରନେଟ୍ ସେବା ପାଇପାରିବେ ଏବଂ ଦୁନିଆର ସବୁ ଘଟଣା ସମ୍ପର୍କରେ ଜାଣିପାରିବେ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି।
Cricket: ଆଜିଠୁ ଟ୍ବେଣ୍ଟି-୨୦ ବିଶ୍ବକପ୍: ଆମେରିକାକୁ ଭେଟିବ ଭାରତ
‘ଜଙ୍ଗଲ ସୁରକ୍ଷାର ପ୍ରକୃତ ଯୋଦ୍ଧା ହେଉଛନ୍ତି ଆଦିବାସୀ’
ଗତକାଲି ରାଷ୍ଟ୍ରପତି ଶିମିଳିପାଳ ଗସ୍ତ କରିବା ସହିତ ଗୁରୁଗୁଡ଼ିଆଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସଭାରେ ଯୋଗ ଦେଇଥିଲେ। ଜଙ୍ଗଲ ସୁରକ୍ଷାକ୍ଷେତ୍ରରେ ଆଦିବାସୀଙ୍କ ଭୂମିକାକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଥିଲେ। ଜଙ୍ଗଲ ସଂରକ୍ଷଣରେ ନିଜକୁ ଉତ୍ସର୍ଗ କରିବାକୁ ଆହ୍ବାନ ଦେବା ସହିତ ଅଧିକ ବୃକ୍ଷରୋପଣ କରି ଜଙ୍ଗଲ ପରିସର ବୃଦ୍ଧି କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ। ଏଥିସହିତ ଉପସ୍ଥିତ ଆଦିବାସୀ ମହିଳା, ଯୁବବର୍ଗ, ଛାତ୍ରଛାତ୍ରୀଙ୍କ ସହିତ ଭାବବିନିମୟ କରିଥିଲେ। ଛାତ୍ରଛାତ୍ରୀଙ୍କ ସହ ଭାବ ଆଦାନପ୍ରଦାନ ସମୟରେ ଉଚ୍ଚଶିକ୍ଷା ପ୍ରତି ଗୁରୁତ୍ବ ଦେବାକୁ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅବତୀର୍ଣ୍ଣ ହେବାକୁ ପରାମର୍ଶ ଦେଇଥିଲେ। ଅସହାୟଙ୍କୁ କମ୍ବଳ ବଣ୍ଟନ କରି ସେମାନଙ୍କର ନିରାମୟ ଜୀବନ କାମନା କରିଥିଲେ। ରାଷ୍ଟ୍ରପତିଙ୍କୁ ହୋ, ସାନ୍ତାଳୀ, ମୁଣ୍ଡା, ଭୂମିଜ, ବାଥୁଡ଼ି, ଖଡ଼ିଆ ଆଦିବାସୀ ସଂପ୍ରଦାୟ ପକ୍ଷରୁ ହୁଳହୁଳି, କରତାଳି, ବନ୍ଦାପନା ମାଧ୍ୟମରେ ଉଚ୍ଛ୍ବସିତ ସ୍ୱାଗତ କରାଯାଇଥିଲା। ପ୍ରାରମ୍ଭରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଆଜି ସକାଳେ ରାଷ୍ଟ୍ରପତି ଶିମିଳିପାଳରୁ ଯଶିପୁରକୁ ଫେରିବା ପରେ ସେଠାରୁ ବାୟୁସେନା ହେଲିକପ୍ଟର ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/07/dgdaddgzvcv-2026-02-07-01-48-48.jpg)