Advertisment

Seminar: ‘ଓଡ଼ିଆ ଭାଷା, ସାହିତ୍ୟ ଓ ସାଂସ୍କୃତିକ ପରିଚୟ ଗଠନର ପୁନାର୍ବଲୋକନ’ ଶୀର୍ଷକ ଆଲୋଚନାଚକ୍ର

Advertisment

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଓଡ଼ିଆ ଚେୟାର, କଳା ସଙ୍କାୟ ପକ୍ଷରୁ ‘ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ପରିଚୟ ଗଠନର ପୁନାର୍ବଲୋକନ’ ଶୀର୍ଷକ ଦ୍ୱିଦିବସୀୟ....

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଓଡ଼ିଆ ଚେୟାର, କଳା ସଙ୍କାୟ ପକ୍ଷରୁ ‘ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ପରିଚୟ ଗଠନର ପୁନାର୍ବଲୋକନ’ ଶୀର୍ଷକ ଦ୍ୱିଦିବସୀୟ....

Untitled-7

ଭୁବନେଶ୍ବର: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଓଡ଼ିଆ ଚେୟାର, କଳା ସଙ୍କାୟ ପକ୍ଷରୁ ‘ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ପରିଚୟ ଗଠନର ପୁନାର୍ବଲୋକନ’ ଶୀର୍ଷକ ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଏଥିରେ ପ୍ରଫେସର କୈଳାସ ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ପ୍ରାଚୀନ କାଳରୁ ଓଡ଼ିଆ ଭାଷାର ବିକାଶକ୍ରମ ଏବଂ ବିଭିନ୍ନ ଶାସକଙ୍କ ସମୟରେ ଓଡ଼ିଆ ଭାଷା, ଭିନ୍ନଭିନ୍ନ ଭାଷା ଓ ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ମଧ୍ୟ କିଭଳି ନିଜସ୍ୱ ପରିଚୟକୁ ବଜାୟ ରଖିପାରିଛି ତାହା ଉଲ୍ଲେଖ କରିଥିଲେ।

Car runs: ୮ ବାଇକ୍‌ ଉପରେ ଚଢ଼ାଇଦେଲା କାର୍‌

ଏଥିସହ ରୀତିଯୁଗୀୟ କବି ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ପରମ୍ପରା ଓ ଅନ୍ୟ ବିଶିଷ୍ଟ ଓଡ଼ିଆ କବିଙ୍କ କାବ୍ୟ କବିତାର ବିଶେଷତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଜିତ କୁମାର ଚତୁର୍ବେଦୀ, ଉଚ୍ଚଶିକ୍ଷାରେ ମାତୃଭାଷା ଏବଂ ଦେଶୀୟ ଭାଷାଗୁଡ଼ିକର ମହତ୍ତ୍ୱ ଉପରେ ଗୁରୁତ୍ବ ଦେଇଥିଲେ। କାଶୀ-ତାମିଲ ସଙ୍ଗମର ଉଦାହରଣ ଦେଇ ସେ ଭାରତର ଅନ୍ୟାନ୍ୟ ଶାସ୍ତ୍ରୀୟ ଭାଷାଗୁଡ଼ିକର ପରସ୍ପର ସମ୍ବନ୍ଧ ବିଷୟରେ ଚର୍ଚ୍ଚା କରିଥିଲେ। ପ୍ରଫେସର ସୁଷମା ଘିଲଡିୟାଲ ନିଜ ବକ୍ତବ୍ୟରେ ବିଭିନ୍ନ ଭାଷାର ସୁଦୃଢ଼ୀକରଣ ପାଇଁ କଳା ସଙ୍କାୟ ଦ୍ୱାରା ଯୋଗାଇ ଦିଆଯାଉଥିବା ଭୂମିକାକୁ ଉଲ୍ଲେଖ କରିଥିଲେ।

Doctor : କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଡାକ୍ତରଙ୍କୁ ଆକ୍ରମଣ ମାମଲା, କଳା ବ୍ୟାଚ୍‌ ପିନ୍ଧି ସୁରକ୍ଷା ମାଗିଲେ

 ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପ୍ରଫେସର ପ୍ରଦୋଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଚେୟାରର ସଂଯୋଜକ ପ୍ରଫେସର ଗୋପବନ୍ଧୁ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଅମିୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।  ଉଦ୍‌ଘାଟନ ଉତ୍ସବ ପରେ ପ୍ରଥମ ଶୈକ୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ବକ୍ତା ଭାବେ ଯତୀନ୍ଦ୍ର କୁମାର ନାୟକ ଯୋଗ ଦେଇ ଓଡ଼ିଆ ତାଳପତ୍ର ପୋଥି ସମ୍ପାଦନା, ଓଡ଼ିଆ ସମାଲୋଚନା ସାହିତ୍ୟର ବିକାଶ ଧାରା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। କଥାକାର ଗୌରହରି ଦାସ ଓଡ଼ିଆ ସାହିତ୍ୟରେ ବୈରାଗ୍ୟ ଓ କରୁଣାତତ୍ତ୍ୱ ବିଷୟରେ ଆଲୋକପାତ କରିବା ସହ ବ୍ୟାପକ ଦାର୍ଶନିକ ଓ ସାଂସ୍କୃତିକ ପ୍ରେକ୍ଷାପଟରେ ଓଡ଼ିଆ ଭାଷାର ମହତ୍ତ୍ୱ ଆଲୋଚନା କରିଥିଲେ। ପ୍ରଫେସର ବିଷ୍ଣୁ ମହାପାତ୍ର ସାହିତ୍ୟିକ କଳ୍ପନା ଓ ସାମୂହିକ ପରିଚୟ ଗଠନ ଉପରେ ନିଜ ବକ୍ତବ୍ୟ ରଖିଥିଲେ। ପ୍ରଫେସର ଲକ୍ଷ୍ମୀକାନ୍ତ ତ୍ରିପାଠୀ ତାଳପତ୍ର ପୋଥି ମାଧ୍ୟମରେ ଓଡ଼ିଆ ଭାଷାର ପରିଚୟକୁ  କେନ୍ଦ୍ରୀଭୂତ କରି ଆଲୋଚନା କରିବା ସହ ପାଣ୍ଡୁଲିପି ପରମ୍ପରାର ଗୁରୁତ୍ୱକୁ ପ୍ରତିପାଦିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶୁଭକାନ୍ତ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ହିନ୍ଦୁସ୍ଥାନୀ ବଂଶୀ ବାଦନ ସାଂସ୍କୃତିକ ସନ୍ଧ୍ୟାକୁ ମନୋରମ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe