ବାଲିଅନ୍ତା: ଆଜି ରାତି ୧୦ଟା ବେଳେ ସରଦେଈପୁର-ନିମାପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ବାଳକାଟି ବଜାର ପୁରୁଣା ଫାଣ୍ଡି ଛକ ନିକଟରେ ଜଣେ ମାତାଲ କାର୍ଚାଳକ ଗୋଟିଏ ପରେ ଗୋଟିଏ ବାଇକ୍କୁ ଧକ୍କା ଦେବା ସହ ୮ଟି ବାଇକ୍ ଭାଙ୍ଗି ଚୂରମାର କରିଦେଇଛି l
Cycling: ସାଇକେଲ୍, ପାଦଚଲାକୁ ମିଳିବ ପ୍ରୋତ୍ସାହନ
ବାଳକାଟି ବଜାର ପୁରୁଣା ଫାଣ୍ଡି ଛକ ନିକଟ ରାସ୍ତାକଡ଼ରେ ଲୋକେ ବାଇକ୍ ପାର୍କିଂ କରି ଜିନିଷପତ୍ର କିଣିବାକୁ ନିକଟସ୍ଥ ଦୋକାନକୁ ଯାଇଥିଲେ। ଏହି ସମୟରେ ଏକ କାର୍ ଦ୍ରୁତ ଗତିରେ ଆସି ସିନେମା ଷ୍ଟାଇଲ୍ରେ ଗୋଟିଏ ପରେ ଗୋଟିଏ କରି ୮ଟି ବାଇକ୍ ଉପରେ ଚଢ଼ି ଯାଇଥିଲା। ଶେଷରେ ଭଙ୍ଗା ହୋଇଥିବା ଏକ ଦୋକାନଘରର ଇଟାଗଦା ଉପରକୁ ଚଢ଼ିଯାଇ ଅଟକିଥିଲା। ଏନେଇ ଘଟଣାସ୍ଥଳରେ ଭୀଷଣ ଉତ୍ତେଜନା ଦେଖାଦେଇଥିଲାl ସ୍ଥାନୀୟ ଲୋକେ କାର୍ଚାଳକକୁ ଧରି ନିସ୍ତୁକ ଛେଚିଥିଲେ। ବାଳକାଟି ଫାଣ୍ଡି ପୁଲିସ ପହଞ୍ଚି କାର୍ଚାଳକକୁ ଉଦ୍ଧାର କରି ଫାଣ୍ଡିକୁ ନେଇଯାଇଥିଲା। ତେବେ କାର୍ଚାଳକ ନିଶାରେ ବାଉଳିଚାଉଳି ହେଉଥିବାରୁ ତାଙ୍କର ପ୍ରକୃତ ପରିଚୟ ଓ ଠିକଣା ଜଣାପଡ଼ିନାହିଁ।
Unique plant: ଅନନ୍ୟ ଉଦ୍ଭିଦ: ଜୀବନକାଳରେ ଥରେ ଫୁଟେ ସିକ୍କିମ ସୁନ୍ଦରୀ
ସୂଚନା ଅନୁସାରେ ଓଡି୦୨ ସିଡବ୍ଲ୍ୟୁ ୮ ୩୦୨ ନମ୍ବର ବିଶିଷ୍ଟ ସଫାରି କାର୍ ବାଲିପାଟଣାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ହେଲେ ଚାଳକକୁ ନିଶାସକ୍ତ ଥିବାରୁ କାର୍କୁ ନିୟନ୍ତ୍ରଣ କରିପାରିନଥିଲା। ଫାଣ୍ଡି ଛକ ନିକଟରେ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ରାସ୍ତାକଡ଼ରେ ଥିବା ବାଇକ୍ଗୁଡ଼ିକ ଉପରେ କାର୍ ଚଢ଼ାଇ ଦେଇଥିଲା। ପୁଲିସ ୮ଟି ବାଇକ୍ ସମେତ ଦୁର୍ଘଟଣା ଘଟାଇଥିବା କାର୍ ଜବତ କରିଛିl ପୁଲିସ କାର୍ଚାଳକକୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଛିl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/18/untitled-5-2026-01-18-05-13-37.jpg)