Shri Udayama: ଉତ୍କଳ ବିଶ୍ବବିଦ୍ୟାଳୟରେ ‘ଶ୍ରୀ ଉଦ୍ୟମା’

Advertisment

ମହିଳାଙ୍କ ନେତୃତ୍ବାଧୀନ ଷ୍ଟାର୍ଟଅପ୍‌, ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଓ ଶିଳ୍ପକୁ ନେଇ ଉତ୍କଳ ବିଶ୍ବବିଦ୍ୟାାଳୟରେ ‘ଶ୍ରୀ ଉଦ୍ୟମା’ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ସେଣ୍ଟର....

ମହିଳାଙ୍କ ନେତୃତ୍ବାଧୀନ ଷ୍ଟାର୍ଟଅପ୍‌, ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଓ ଶିଳ୍ପକୁ ନେଇ ଉତ୍କଳ ବିଶ୍ବବିଦ୍ୟାାଳୟରେ ‘ଶ୍ରୀ ଉଦ୍ୟମା’ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ସେଣ୍ଟର....

Untitled-13

ଭୁବନେଶ୍ୱର: ମହିଳାଙ୍କ ନେତୃତ୍ବାଧୀନ ଷ୍ଟାର୍ଟଅପ୍‌, ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଓ ଶିଳ୍ପକୁ ନେଇ ଉତ୍କଳ ବିଶ୍ବବିଦ୍ୟାାଳୟରେ ‘ଶ୍ରୀ ଉଦ୍ୟମା’ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ସେଣ୍ଟର ଅଫ୍‌ ଏଗ୍ରି ମ୍ୟାନେଜମେଣ୍ଟ(ସିଏଏମ୍‌) ଓ ଉତ୍କଳ ସେଣ୍ଟର ଅଫ୍‌ ଇନୋଭେସନ ଆଣ୍ଡ୍‌ ଇନ୍‌କ୍ୟୁବେସନ ଫାଉଣ୍ଡେସନ(ୟୁସିଆଇଆଇଏଫ୍‌) ଦ୍ବାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀ ଶୈକ୍ଷିକ ଗବେଷଣା ଓ ସରକାରୀ କାର୍ଯ୍ୟକାରିତା ମଧ୍ୟରେ ଏକ ଶକ୍ତିଶାଳୀ ମାଧ୍ୟମ ସାଜିଥିଲା। କାର୍ଯ୍ୟକ୍ରମରେ ‘ଆପିକଲ୍‌’ର ପରିଚାଳନା ନିର୍ଦ୍ଦେଶକ ତଥା ‘ନାବାର୍ଡ’ର ମୁଖ୍ୟ ମହାପ୍ରବନ୍ଧକ ଶୁଭ୍ରାଂଶୁ ମିଶ୍ର ଯୋଗଦେଇ ଓଡ଼ିଶାରେ ବୃଦ୍ଧି ପାଉଥିବା କୃଷି-ଉଦ୍ୟୋଗୀ ଇକୋସିଷ୍ଟମ ପାଇଁ ଆନୁଷ୍ଠାନିକ ସହାୟତା ଉପରେ ଗୁରୁତ୍ୱାରୋପ କରିଥିଲେ। ଡିଜିଟାଲ୍ ପରିବର୍ତ୍ତନ ଉପରେ ଅନୁଷ୍ଠିତ ଏକ ଅଧିବେଶନରେ ବିଗ୍‌ହାଟର ନିର୍ଦ୍ଦେଶକ ତଥା ସହ-ପ୍ରତିଷ୍ଠାତା ସଚିନ୍ ନନ୍ଦୱାନା ଯୋଗଦେଇ ପାରମ୍ପରିକ କୃଷିକୁ ଆଧୁନିକୀକରଣ କରିବାକୁ ଡିଜିଟାଲ୍ ବଜାର ପ୍ରବେଶ ଏବଂ ପ୍ରଯୁକ୍ତି-ସକ୍ଷମ ମୂଲ୍ୟ ଶୃଙ୍ଖଳାର ଉପଯୋଗ ବିଷୟରେ ସୂଚନା ଦେଇଥିଲେ।

Nuagaon Anganwad: ସ୍ବାଭାବିକ ହେଲା ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ର, ପିଲାଙ୍କୁ ଘରୁ କାଖେଇ ଅଙ୍ଗନବାଡ଼ି ଆଣିଲେ ବିଧାୟକ

 
ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡାପାଟ ଯୋଗଦେଇ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଉପରେ ଆଲୋକପାତ କରିବା ସହ ମହିଳା ନେତୃତ୍ୱାଧୀନ ଆର୍ଥିକ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ଉପରେ  ଗୁରୁତ୍ୱାରୋପ କରିଥିଲେ। ଏଥିସହ ପ୍ରକୃତ ଆତ୍ମନିର୍ଭରଶୀଳତା ହାସଲ କରିବା ପାଇଁ ଆମକୁ ଗ୍ରାମୀଣ ଓ ସହରାଞ୍ଚଳର ମେରୁଦଣ୍ଡ ଭାବରେ କାର୍ଯ୍ୟ କରୁଥିବା ମହିଳା ଉଦ୍ୟୋଗୀଙ୍କ ପାଇଁ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବାକୁ ହେବ ବୋଲି ‌ପ୍ରଫେସର ଦଣ୍ଡପାଟ ମତପ୍ରକାଶ କରିଥିଲେ। ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନ୍ନାରା ଯୋଗଦେଇ ମହିଳାମାନେ ଏକ ସ୍ଥାୟୀ ଭବିଷ୍ୟତର ନିର୍ଣ୍ଣାୟକ ସ୍ଥପତି ବୋଲି ମତପ୍ରକାଶ କରିଥିଲେ।

Four world: ବିଶ୍ୱର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କିଟ୍‍ ଜୀବନବ୍ୟାପୀ ସାଧନା ପୁରସ୍କାର

 କାର୍ଯ୍ୟକ୍ରମରେ ପ୍ରଫେସର ସନତ ମିଶ୍ର, ଏଗ୍ରିବିଜନେସ୍‌ର ମୁଖ୍ୟ ଦୀପକ ରାମଙ୍କ ସମେତ ସିଏଏମ୍‌ର ସଦସ୍ୟମାନେ ସାମିଲ ହୋଇଥିଲେ। ଏହି ଅବସରରେ ୧୨ଜଣ ମହିଳା ଷ୍ଟାର୍ଟଅପ୍‌ଙ୍କ ଦ୍ବାରା ଅତ୍ୟାଧୁନିକ କୃଷି ସମାଧାନ ଓ ସବୁଜ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ ହୋଇଥିଲା। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଦ୍ବାରା ଉପକୃତ ହୋଇଥିବା ୫୦ରୁ ଅଧିକ ମହିଳା ଚାଷୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe