Advertisment

Police: ନିୟମ ନମାନିଲେ ଥାନାରେ କଟିବ ରାତି

Advertisment

୨୦୨୬କୁ ସ୍ବାଗତ କରିବାକୁ ରାଜଧାନୀବାସୀ ଅନେଇ ବସିଛନ୍ତି। ଜିରୋ ନାଇଟ୍‌ ସେଲିବ୍ରେସନ୍‌କୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ପୂର୍ବରୁ....

୨୦୨୬କୁ ସ୍ବାଗତ କରିବାକୁ ରାଜଧାନୀବାସୀ ଅନେଇ ବସିଛନ୍ତି। ଜିରୋ ନାଇଟ୍‌ ସେଲିବ୍ରେସନ୍‌କୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ପୂର୍ବରୁ....

Untitled-20

ଭୁବନେଶ୍ବର: ୨୦୨୬କୁ ସ୍ବାଗତ କରିବାକୁ ରାଜଧାନୀବାସୀ ଅନେଇ ବସିଛନ୍ତି। ଜିରୋ ନାଇଟ୍‌ ସେଲିବ୍ରେସନ୍‌କୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ପୂର୍ବରୁ କମିସନରେଟ୍‌ ପୁଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଅମାନିଆ ଓ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଜିରୋ ନାଇଟ୍‌ରେ ଶୂନ୍ୟ ସହନଶୀଳ ନୀତି ଆପଣା ଯିବ।  ନିୟମ ମାନ ନହେଲେ ନୂଆବର୍ଷର ପ୍ରଥମ ରାତି ଥାନାରେ କଟିବ ବୋଲି କମିସନର ଏସ୍‌ ଦେବଦତ୍ତ ସିଂହ ଚେତାବନୀ ଦେଇଛନ୍ତି।

rump-Zelensky: ଟ୍ରମ୍ପ-ଜେଲେନ୍‌ସ୍କି ୩ ଘଣ୍ଟା ଆଲୋଚନା

 ସୂଚନା ଅନୁସାରେ ଡିସେମ୍ବର ୩୧ ଜିରୋ ନାଇଟ୍‌ରେ ଅପରାଧକୁ ରୋକିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଆଜି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନିର୍ଦ୍ଦେଶାବଳୀ ମୁତାବକ କମିସନରେଟ୍‌ ପୁଲିସ ଅଞ୍ଚଳରେ ଥିବା ସମସ୍ତ ବାର୍‌, କ୍ଲବ୍‌, ପବ୍‌ ଓ ହୋଟେଲକୁ ରାତି ୧୨ଟା ପର୍ଯ୍ୟନ୍ତ ସେଲିବ୍ରେସନ୍‌ ପାଇଁ ଅନୁମତି ଦିଆଯାଇଛି। ରାତି ୧୨ଟା ପରେ ମ୍ୟୁଜିକ୍ ବ୍ୟାନ୍‌ କରାଯାଇଛି। ଏହାସହିତ ସବୁ ଥାନାକୁ ସେମାନଙ୍କ ସୀମା ଭିତରେ କେଉଁଠା‌ରେ ଜିରୋ ନାଇଟ୍‌ ସେଲିବ୍ରେସନ କରାଯାଉଛି, ଏହାର ତାଲିକା କରିବାକୁ କୁହାଯାଇଛି। ସଂପୃକ୍ତ ଥାନାରୁ ଅନୁମତି ନେବାକୁ ଆୟୋଜକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।‌ ଯେଉଁ ସବୁ ସ୍ଥାନରେ ସେଲିବ୍ରେସନ୍ ହେବ ଆୟୋଜକମାନେ ସ୍ଥାନୀୟ ପୁଲିସକୁ ସମସ୍ତ ବିବରଣୀ ପ୍ରଦାନ କରିବେ।  କାର୍ଯ୍ୟକ୍ରମକୁ ଆସୁଥିବା‌ ସେଲିବ୍ରିଟି ବା କଳାକାରଙ୍କ ନାମ, କେତେ ଲୋକ କାର୍ଯ୍ୟକ୍ରମରେ ଭାଗ ନେବେ ଓ କାର୍ଯ୍ୟକ୍ରମ ସ୍ଥଳର କେତେ ଲୋକଙ୍କ ଧାରଣର ସାମର୍ଥ୍ୟ ରହିଛି ଏହି ସବୁ ବିବରଣୀ ପୁଲିସକୁ ପୂର୍ବରୁ ଦେବେ। ଡିଜେ ବଜାଇବାକୁ କାହାରିକୁ ମଧ୍ୟ ଅନୁମତି ମିଳିନାହିଁ। କାର୍ଯ୍ୟକ୍ରମସ୍ଥଳୀ ସହିତ ଏହାର ଆଖପାଖ ସ୍ଥାନରେ ଥିବା ରାସ୍ତା, ଅନ୍ୟ ସମ୍ବେଦନଶୀଳ ସ୍ଥାନମାନଙ୍କରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାସ୍ତାକଡ଼ରେ ଷ୍ଟେଜ୍‌ କରି କୌଣସି କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ। ଯେଉଁମାନେ ନିଜ କ୍ୟାମ୍ପସ୍‌ ଯେପରିକି ଆପାର୍ଟମେଣ୍ଟ ବା କଲୋନି ଭିତରେ ସେଲିବ୍ରେସନ କରିବାକୁ ଚାହୁଛନ୍ତି, ସେମାନେ ମଧ୍ୟ ଏହି ନିୟମାବଳୀ ମାନିବାକୁ ବାଧ୍ୟ ‌ବୋଲି ସିପି କହିଛନ୍ତି।

rump-Zelensky: ଟ୍ରମ୍ପ-ଜେଲେନ୍‌ସ୍କି ୩ ଘଣ୍ଟା ଆଲୋଚନା

 
ଏହାସହିତ ରାତି ସାଢ଼େ ୧୨ଠାରୁ ରାଜଧାନୀରେ କଡ଼ାକଡ଼ି ଚେକିଂ କରାଯିବ। ଏଥିପାଇଁ ରାଜଧାନୀରେ ମାଷ୍ଟରକ୍ୟାଣ୍ଟିନ, ଡମଣା ଛକ, କିଟ୍‌ ଛକ, ଲକ୍ଷ୍ମୀସାଗର ଛକ, ଏଜି ଛକ, ଜୟଦେବବିହାର, ବାଣୀବିହାର, ରାଜମହଲ ଛକ, ଜାଗମରା ଛକ, କଳ୍ପନା, ରବି ଟକିଜ୍‌ ଛକ ଆଦି ୧୮ ଟି ସ୍ଥାନରେ ନାକାବନ୍ଦୀ ରହିବ।  ୧୮ ପ୍ଲାଟୁନ ଅତିରିକ୍ତ ଫୋର୍ସ ସାରା ଭୁବନେଶ୍ୱର ଦାୟିତ୍ୱରେ ରହିବେ। ୨୯ ଟି ଛକରେ ୱାଚ୍ ଟିମ୍ ପକ୍ଷରୁ ଚେକିଂ କରାଯିବ। ଜିରୋ ନାଇଟ୍‌ରେ ୧୨ଟା ପରେ ୪ଟି  କ୍ବିକ୍ ରେସ୍ପନ୍ସ ଟିମ୍ ନଜର ରଖିବ। ସେହିପରି ନନ୍ଦନକାନନ, ଧଉଳି, ଲିଙ୍ଗରାଜ ମନ୍ଦିର ଓ ଖଣ୍ଡଗିରିରେ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ଅସୁରକ୍ଷିତ ସ୍ଥାନକୁ ନଯିବା ପାଇଁ ସିପି ପରାମର୍ଶ ଦେଇଛନ୍ତି। ସେଲିବ୍ରେସନ ଆଳରେ ଆଇନକୁ ହାତକୁ ନେଲେ, ନୂଆବର୍ଷ ଜେଲରେ କଟିବ ବୋଲି ସିପି ଶ୍ରୀ ସିଂହ କଡ଼ା ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe