The fruit market: ଫଳବଜାର ନିର୍ମାଣ ହେଲା, ଦୋକାନ ଖୋଲିଲାନି

Advertisment

ୟୁନିଟ-୧, ଯୁନିଟ-୨, ରାଜମହଲ ଛକ, କଳ୍ପନା ଆଦି ସ୍ଥାନରେ ଆଉ ବ୍ୟବସାୟୀମାନେ ଠେଲାଗାଡ଼ି ଧରି ଠିଆ ହେବେନି। ଗୋଟିଏ ସ୍ଥାନରେ ବିଭିନ୍ନ ଫଳର ସମ୍ଭାର ଦେଖିବାକୁ ମିଳିବ.....

ୟୁନିଟ-୧, ଯୁନିଟ-୨, ରାଜମହଲ ଛକ, କଳ୍ପନା ଆଦି ସ୍ଥାନରେ ଆଉ ବ୍ୟବସାୟୀମାନେ ଠେଲାଗାଡ଼ି ଧରି ଠିଆ ହେବେନି। ଗୋଟିଏ ସ୍ଥାନରେ ବିଭିନ୍ନ ଫଳର ସମ୍ଭାର ଦେଖିବାକୁ ମିଳିବ.....

Untitled-4

ଭୁବନେଶ୍ୱର: ୟୁନିଟ-୧, ଯୁନିଟ-୨, ରାଜମହଲ ଛକ, କଳ୍ପନା ଆଦି ସ୍ଥାନରେ ଆଉ ବ୍ୟବସାୟୀମାନେ ଠେଲାଗାଡ଼ି ଧରି ଠିଆ ହେବେନି। ଗୋଟିଏ ସ୍ଥାନରେ ବିଭିନ୍ନ ଫଳର ସମ୍ଭାର ଦେଖିବାକୁ ମିଳିବ। ଦୋକାନୀମାନେ ଥଇଥାନ ହେବା ସହିତ ଟ୍ରାଫିକ୍‌ସମସ୍ୟା ମଧ୍ୟ ରହିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ୨୦୧୫ ଅଗଷ୍ଟ ୩୧ ତାରିଖରେ ୟୁନିଟ୍‌୨ ରେ ୨ କୋଟି ଟଙ୍କା ଖର୍ଚ୍ଚରେ ଫଳବଜାର ଉଦ୍‌ଘାଟିତ ହୋଇଥିଲା। ଏହି ୩ମହଲା କୋଠାରେ ୭୮ଜଣ ଫଳଦୋକାନୀଙ୍କୁ ଥଇଥାନ କରାଯିବାର ଯୋଜନା ହୋଇଥିଲା। ହେଲେ ଉଦ୍‌ଘାଟନ ପରଠାରୁ ଏଯାବତ୍‌ଏଠାରେ ଗୋଟିଏ ବି ଫଳଦୋକାନ ଖୋଲି ନାହିଁ। ଫଳରେ ଏଜି ଛକଠାରୁ କଳ୍ପନା ଛକ ପର୍ଯ୍ୟନ୍ତ ଉଠାଫଳଦୋକାନର ସଂଖ୍ୟା ବଢ଼ୁଛି। ଏହି କାରଣରୁ ଏ ଅଞ୍ଚଳରେ ଦିନକୁ ଦିନ ଟ୍ରାଫିକ୍‌ସମସ୍ୟା ବଢ଼ିବାରେ ଲାଗିଛି।

Protest against marital rape: ଦୀର୍ଘତମ ଶାଢ଼ିରେ ବୈବାହିକ ବଳାତ୍କାରର ପ୍ରତିବାଦ

 
୨୦୨୦ ମସିହା ଡିସେମ୍ବର ୨୨ ତାରିଖରେ ଲଟେରି ଜରିଆରେ ବିଏମ୍‌ସି ନିର୍ମିତ ଫଳବଜାର କୋଠାରେ ତାଲିକାବଦ୍ଧ ଦୋକାନୀଙ୍କୁ ଦୋକାନ ପ୍ରଦାନ କରାହୋଇଥିଲା। ହେଲେ ବିବାଦ ଯୋଗୁ ଏହି ପ୍ରକଳ୍ପ ସାକାର ହୋଇପାରି ନଥିଲା। ପୁଣି ୨୦୨୨ ମସିହା ଜୁନ୍‌ମାସରେ ମେୟର ସୁଲୋଚନା ଦାସ ଏହି ବଜାରର ସ୍ଥିତି ସମୀକ୍ଷା କରିଥିଲେ। ବ୍ୟବସାୟୀଙ୍କ ପାଇଁ ୪ ଲକ୍ଷ ଟଙ୍କା ସିକ୍ୟୁରିଟି ଜମା ଓ ମାସକୁ ଭଡ଼ା ବାବଦକୁ ବର୍ଗଫୁଟ୍‌ପିଛା ୩୫ ଟଙ୍କା ହିସାବରେ ମାସକୁ ୨୫୨୦ ଟଙ୍କା ଧାର୍ଯ୍ୟ କରିଥିଲେ। ହେଲେ ଫଳ ବ୍ୟବସାୟୀ ଅମଙ୍ଗ ହୋଇଥିଲେ।

Budget: ୫୩,୪୭,୩୧୫ କୋଟିର ବଜେଟ୍‌

ସେମାନେ କହିଥିଲେ, ଏଠାରେ ଫଳ ସଜାଇ ରଖି ପ୍ରଦର୍ଶନ କରିବାକୁ କୌଣସି ଜାଗା ନାହିଁ। ପୁଣି ଏତେ ଛୋଟ ଜାଗାରେ କେତେ ଫଳ ବେପାର ହେବ ବୋଲି ପ୍ରଶ୍ନ କରି ଏଠାରେ ଫଳବେପାର କରିବାକୁ ମନାକଲେ। ଫଳସ୍ୱରୂପ ଫଳ ବ୍ୟବସାୟୀଙ୍କ ଥଇଥାନ ସହିତ ଟ୍ରାଫିକ୍‌ସମସ୍ୟା ଦୂର କରିବା ପାଇଁ କୋଟି କୋଟି ଟଙ୍କାରେ ତିଆରି ହୋଇଥିବା ଏହି ମାର୍କେଟରେ ବର୍ତ୍ତମାନ ଡ୍ରେସ, ବହି, ଜୁଏଲାରି ଦୋକାନ ସହିତ ବିଉଟି ପାର୍ଲର ଆଦି ଖୋଲିଲାଣି। ତାହା ପୁଣି କେବଳ ତଳ ଓ ଦ୍ୱିତୀୟ ମହଲାରେ। ତୃତୀୟ ମହଲା ଏତେ ଆବଦ୍ଧ ହୋଇଯାଇଛି ଯେ କେହି ଦୋକାନ ଖୋଲିବାକୁ ଚାହୁନାହାନ୍ତି। ଯେଉଁମାନେ ନେଇଛନ୍ତି ଏହାକୁ ଗୋଦାମ ଭାବରେ ବ୍ୟବହାର କରୁଛନ୍ତି। ବଜାରର ତଳମହଲାର ଦୋକାନର ମାସିକ ଭଡ଼ା ୧୦ ହଜାର ପାଖାପାଖି ହେଲାଣି। ସେହିପରି ଦ୍ୱିତୀୟ ମହଲାର ଭଡ଼ା ୫ ହଜାର ଏବଂ ତୃତୀୟ ମହଲାର ଭଡ଼ା ପାଖାପାଖି ତିନି ହଜାର ଛୁଇଁଲାଣି।  
ବିଏମ୍‌ସି ବିପଣି ଉପାୟୁକ୍ତ (ଡେପୁଟି କମିସନର୍‌-ମାର୍କେଟ୍‌) ପ୍ରିୟଙ୍କା ମଲ୍ଲିକ କହିଛନ୍ତି, ଯେହେତୁ ଫଳ ବଜାର ପାଇଁ ନିର୍ମିତ ଦୋକାନଘର ଫଳଦୋକାନୀମାନେ ନେଲେନି, ବାଧ୍ୟ ହୋଇ ଅନ୍ୟମାନଙ୍କୁ ଭଡ଼ା ଦିଆଯାଇଛି। ଅପରପକ୍ଷେ ଏହି ବଜାରର ବ୍ୟାପକ ଉନ୍ନତୀକରଣ ଯୋଜନା କରାଯାଇଛି। ଚତୁଃପାର୍ଶ୍ବ ବିକାଶ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆସରିଛି।‌ମେୟର, କମିସନର୍‌ବି ଏଥିରେ ସହମତି ଜଣାଇଛନ୍ତି। ଶୀଘ୍ର ଉନ୍ନତୀକରଣ କାମ ଆରମ୍ଭ ହେବ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe