New year: ନୂଆବର୍ଷ ପାଇଁ ଛାଇଗଲାଣି ହୋଡିଂ

Advertisment

ସହର ସାରା ଲାଗିଲାଣି ନବବର୍ଷ ଶୁଭେଚ୍ଛାର ବ୍ୟାନର, ହୋଡିଂ।  ଖଣ୍ଡଗିରିରୁ ଲକ୍ଷ୍ମୀସାଗର, ବାଣୀବିହାର, ଆଚାର୍ଯ୍ୟ‌ବିହାର, ଜୟଦେବବିହାର ଛକ ହେଉ ଅଥବା ରସୁଲଗଡ଼, ରାଜମହଲ...

ସହର ସାରା ଲାଗିଲାଣି ନବବର୍ଷ ଶୁଭେଚ୍ଛାର ବ୍ୟାନର, ହୋଡିଂ।  ଖଣ୍ଡଗିରିରୁ ଲକ୍ଷ୍ମୀସାଗର, ବାଣୀବିହାର, ଆଚାର୍ଯ୍ୟ‌ବିହାର, ଜୟଦେବବିହାର ଛକ ହେଉ ଅଥବା ରସୁଲଗଡ଼, ରାଜମହଲ...

Untitled-22

ଖଣ୍ଡଗିରି: ସହର ସାରା ଲାଗିଲାଣି ନବବର୍ଷ ଶୁଭେଚ୍ଛାର ବ୍ୟାନର, ହୋଡିଂ।  ଖଣ୍ଡଗିରିରୁ ଲକ୍ଷ୍ମୀସାଗର, ବାଣୀବିହାର, ଆଚାର୍ଯ୍ୟ‌ବିହାର, ଜୟଦେବବିହାର ଛକ ହେଉ ଅଥବା ରସୁଲଗଡ଼, ରାଜମହଲ, ମାଷ୍ଟରକ୍ୟାଣ୍ଟିନ୍‌‌।  ସବୁଠି ଛାଇଗଲାଣି ରାଜନେତାଙ୍କ ବ୍ୟାନର୍‌। ଏହି ଶୁଭେଚ୍ଛା ବ୍ୟାନର ଲଗାଇବାକୁ ରାତି ଗହଳି କମିବା ମାତ୍ରେ ପିଲା ଛକରେ ଆସି ପହଞ୍ଚି ଯାଉଛନ୍ତି। ବିଧାୟକଙ୍କଠାରୁ ଆରମ୍ଭ କରି କର୍ପୋରେଟର, ସ୍ଥାନୀୟ ଯୁବ ନେତାଙ୍କ ବ୍ୟାନର ରାତି ତମାମ ସହର ବିଭିନ୍ନ ସ୍ଥାନରେ ଲାଗୁଛି। ଛାତ୍ର ନେତାମାନେ ମଧ୍ୟ ଛକ ଛକରେ ଶୁଭେଚ୍ଛା ବ୍ୟାନର ବାନ୍ଧି ନିଜର ପତିଆରା ଜାହିର କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଗଳିକନ୍ଦିରେ ବି ଛାଇଯାଇଛି ବିଭିନ୍ନ ଦଳର ନେତାଙ୍କ ହୋର୍ଡିଂ, ବ୍ୟାନର୍ ଓ କଟ୍‌ଆଉଟ୍‌। ସତେ ଯେମିତି ରାଜଧାନୀରେ ନୂଆବର୍ଷର ହୋର୍ଡିଂ ଲଗାଇବା ପ୍ରତି‌ଯୋଗିତା ଚା‌ଲିଛି। ଏଭଳି ରାସ୍ତାରେ ମନଇଚ୍ଛା  ବେଆଇନ ହୋର୍ଡିଂ ଓ ବ୍ୟାନର୍‌ ଲାଗିଥିଲେ ମଧ୍ୟ ବିଏମ୍‌ସି ନିରବ। ଏଭଳି ନିରବତା ଅନ୍ୟ ମାନଙ୍କୁ ଆହୁରି ବେଆଇନ ବ୍ୟାନର ଲଗାଇବାକୁ ପ୍ରୋତ୍ସାହନ ଦେଉଛି ବୋଲି ଅଭିଯୋଗ ହେଉଛି।
 ରାଜଧାନୀର ସୁରକ୍ଷା ଓ ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ରଖି ବିନା ଅନୁମତିରେ କେହି  ହୋର୍ଡିଂ, ବ୍ୟାନର୍ ଓ କଟ୍‌ଆଉଟ୍‌  ଲାଗାଇ ପାରିବେନି ବୋଲି ବିଏମସି ନିଷ୍ପତ୍ତି ନେଇଛି। ଏଥିପାଇଁ ନିର୍ଦ୍ଧାରିତ ସ୍ଥାନରେ ପ୍ରଚାର ପାଇଁ ବିଭିନ୍ନ ଏଜେନସି ଅଛନ୍ତି। ଯେଉଁମାନଙ୍କ ମାଧ୍ୟମରେ ଏହା ଲଗାଯିବ। ହେଲେ ରାସ୍ତାକଡ଼ରେ ଲାଗିଥିବା ନେତାମାନଙ୍କବ୍ୟାନର ଓ ହୋର୍ଡିଂ ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିଲେ ମଧ୍ୟ ସେଥିରେ ହାତ ମାରିପାରୁନି ବିଏମ୍‌ସି। ହୋର୍ଡିଂଗୁଡ଼ିକୁ ହଟାଯାଉନି କି ଜରିମାନା ଆଦାୟ ହେଉ ନାହିଁ।

Driver: ଯିଏ ଚାଳକ, ସିଏ ହେଲ୍‌ପର


ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ରାସ୍ତା ପାର୍ଶ୍ବ କିମ୍ବା ଉପରେବିଜ୍ଞାପନ ହୋର୍ଡିଂ ନ ଲଗାଇବା ସଂପର୍କରେ କୋର୍ଟ ବିଭିନ୍ନ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଜାତୀୟ ରାଜପଥ ନିକଟରେ ୧୦ ମିଟର ବ୍ୟବଧାନ ସହ ଛକ, ଜନଗହଳିପୂର୍ଣ୍ଣ ସ୍ଥାନ ତଥା ଯାନବାହନ ଗମନାଗମନ ସ୍ଥାନରେ ହୋର୍ଡିଂ ଲଗାଇବା ଉପରେ କଟକଣା ରହିଛି। ମାତ୍ର ସବୁ ନିୟମକୁ ଅଣଦେଖା କରି ରାଜପଥ ଉପରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅନୁମତି ନଥାଇ ହୋର୍ଡିଂ ଲଗାଯାଇଛି। ଫଳରେ ଏହା ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଅନ୍ୟମନସ୍କ ହୋଇ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହୋଇଛି। ବିଏମ୍‌ସି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା କହୁଛି। ହେଲେ ଗତ ବର୍ଷ କେବଳ ହୋର୍ଡିଂ ଏବଂ ବିଜ୍ଞାପନ ପାଇଁ ଅନୁମତି ଦେଇ ବିଏମ୍‌ସି ୧୬ କୋଟି ଆଦାୟ ହୋଇଥିଲା। ଚଳିବ ବର୍ଷ ବର୍ତ୍ତମାନ ସୁଦ୍ଧା ୮ କୋଟି ଆଦାୟ ହୋଇଛି। ଏଭଳି ସମୟରେ ଅନୁମତି ନନେଇ ଲଗା ଯାଇଥିବାଏହି ହୋର୍ଡ଼ିଂ ଇତ୍ୟାଦିରୁ ଜରିମାନା ଆକାରରେ ଟଙ୍କା ଆଦାୟ କରାଯାଇ ପାରେ। ହେଲେ ସବୁ ଦେଖି ବିଏମ୍‌ସି ଚୁପ୍।

Supreme Court: ସେନଗାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟକା


ଏ ନେଇ ବିଏମ୍‌ସିର ଡେପୁଟି କମିସନର ଅଜୟ ମହାନ୍ତି କହିଛନ୍ତି, ବେଆଇନ ହୋଡିଂ ଲାଗିଥିବା ଅଭିଯୋଗ ଆସିଲେ ସ୍ଥାନୀୟ ଜୋନାଲ ଡେପୁଟି କସନରଙ୍କ ଜରିଆରେ ସବୁ ହୋଡିଂ ଚିରିଦିଆ ଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe