ଭୁବନେଶ୍ୱର: ରାଜଧାନୀବାସୀଙ୍କ ଯାତାୟତକୁ ସହଜ କରିବା ପାଇଁ ତିଆରି ହୋଇଥିବା ଓଭରବ୍ରିଜ୍ ବର୍ତ୍ତମାନ ଯନ୍ତ୍ରଣାର କାରଣ ପାଲଟିଛି। କେଉଁଠି ସିମେଣ୍ଟ ବ୍ୟାରିକେଡ୍ ଯୋଗୁଁ ବ୍ରିଜ ପାର କରିବା ଦଣ୍ଡ ବୋଲି ଅନୁଭବ ହେଉଛି ତ କେଉଁଠି ଲୋକମାନେ କେଉଁଆଡ଼େ ଯିବେ ବାଉଳା ହେଉଛନ୍ତି। ତ ଆଉ କେଉଁଠି ଅଧାପନ୍ତରିଆ କାମକୁ ବେଆଇନ ଗାଡ଼ିମଟର ଚାଳନା ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ବିଶେଷ କରି ସହରର ପ୍ରମୁଖ ଶିଶୁ ଭବନ, ସତ୍ୟନଗର, ମହର୍ଷି କଲେଜ୍ ରୋଡ ବ୍ରିଜ୍ ବର୍ତ୍ତମାନ ଚାଳକଙ୍କୁ ହରଡ଼ଘଣାରେ ପକାଉଛି। ଶିଶୁଭବନ ଛକର ଓଭରବ୍ରିଜ୍ରେ ଥିବା ସିମେଣ୍ଟ ବାଡ଼ ରାସ୍ତାକୁ ଆହୁରି ସଙ୍କୁଚିତ କରିଦେଉଛି। ଫଳରେ ଏହି ଓଭରବ୍ରିଜ୍ ଦେଇ ଅନ୍ୟ ପଟକୁ ଗଲାବେଳେ ବହୁ ସମୟ ଲାଗୁଛି। କିଛି ଦିନ ତଳେ ଏହି ଓଭରବ୍ରିଜ୍ରେ ବିରଞ୍ଚି ନାରାୟଣ ଜେନାଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇ ତଳକୁ ଗଳି ପଡ଼ିଥିଲା। ଯଦିଓ ଏହି ଘଟଣା ପଛରେ ଏକ ହତ୍ୟାକାଣ୍ଡ ରହିଥିଲା। ହେଲେ ଓଭରବ୍ରିଜ୍ ମଝିରେ ଥିବା ସିମେଣ୍ଟ ବାଡ଼ ଯୋଗୁଁ ହିଁ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପ୍ରତି ମାସରେ ଏହି ବାଡ଼ ଯୋଗୁଁ ଛୋଟମୋଟ ଦୁର୍ଘଟଣା ଘଟୁଛି।
Manoj Das's : ‘ମନୋଜ ଦାସଙ୍କ ରଚନାରେ ଥାଏ ଅଦମ୍ୟ ପରିପକ୍ୱତା’
ସେହିପରି ସହିଦନଗର ମହର୍ଷି କଲେଜ ରୋଡ୍ରୁ ବମିଖାଲକୁ ସଂଯୋଗକରୁଥିବା ‘ଟି’ ଆକୃତିର ଓଭରବ୍ରିଜ୍ ଲୋକଙ୍କୁ ବାଉଳା କରୁଛି। ଓଭରବ୍ରିଜ୍ ମଝିରେ ଥିବା ବ୍ୟାରିକେଡ୍ ଏକ ପ୍ରକାର ନାହିଁ କହିଲେ ଚଳେ। ଅମାନିଆମାନେ ଏହି ବ୍ୟାରିକେଡ୍ର ଅଧିକାଂଶ ଅଂଶକୁ ଭାଙ୍ଗି ଦେଲେଣି। ଫଳରେ କିଏ କେଉଁ ପଟେ ପସିଯାଉଛି କହି ହେଉନାହିଁ। ଓଭର୍ବ୍ରିଜ୍ରେ ଶହ ଶହ ଗାଡ଼ି ରଙ୍ଗ୍ ରୁଟ୍ରେ ଯାତ୍ରା କରୁଛନ୍ତି। ବିଶେଷ କରି ରସଲଗଡ଼ ପଟକୁ ୱାନ୍ୱେ ଥିବାବେଳେ ଏକାମ୍ର ସିନେମାହଲ ଆଡ଼କୁ ଏବେ ରଙ୍ଗ୍ରୁଟ୍ ଲୋକେ ଯାଉଛନ୍ତି। ଗତ କିଛି ଦିନ ହେବ, ସେଠାରେ ଥିବା ସିମେଣ୍ଟ ବ୍ୟରିକେଡ୍କୁ ହଟାଇ ଦିଆଯଯାଇ ରାସ୍ତା ଛଡ଼ା ଯାଇଛି।
Police DG: ପୁଲିସ ଡିଜିଙ୍କ ସମୀକ୍ଷା ବୈଠକ: ହୋଲି, ଇଦ୍, ରାମନବମୀ ପାଇଁ ପୁଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ
ଫଳରେ ଏଠାରେ ସକାଳେ ଓ ସନ୍ଧ୍ୟାରେ ଟ୍ରାଫିକ୍ ଜାମ୍ ହେଉଛି। ଅନ୍ୟତମ ଜନବହୁଳ ସତ୍ୟନଗର ଓଭରବ୍ରିଜ୍ ଏବେ ବାଇକ୍ଚାଳକଙ୍କୁ ଯନ୍ତ୍ରଣା ଦେଉଛି। ନିକଟରେ ଓଭରବ୍ରିଜ୍ର ରାସ୍ତା ମରାମତି ବେଳେ ଏଥିରେ ଦୁଇ ସ୍ଲାବ୍କୁ ସଂଯୋଗ କରୁଥିବା ସ୍ଥାନରେ ଷ୍ଟିଲ୍ ପ୍ଳେଟ୍ ଦିଆଯାଇଛି। ତେବେ ଏହି ଷ୍ଟିଲ୍ ପ୍ଲେଟ୍ଗୁଡ଼ିକ ରାସ୍ତାଠାରୁ ପ୍ରାୟ ୨ ଇଞ୍ଚ ଉଚ୍ଚରେ ଥିବାରୁ ଅଧିକାଂଶ ସମୟରେ ଛୋଟମୋଟ ଦୁର୍ଘଟଣା ଘଟୁଛି। ବିଶେଷ କରି ରାତିରେ ଲୋକମାନେ ହଇରାଣରେ ପଡ଼ୁଛନ୍ତି।
Follow Us