Dhauli-Kalinga festival: ଧଉଳି-କଳିଙ୍ଗ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା: ବିଭୋର କଲା ଭାରତନାଟ୍ୟମ୍‌ ଓ ଛଉନୃତ୍ୟ

Advertisment

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନ୍‌ର ମିଳିତ ସହଯୋଗରେ ଚାଲିଥିବା ଧଉଳି-କଳିଙ୍ଗ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଭାରତନାଟ୍ୟମ୍‌ ଓ ଛଉନୃତ୍ୟ ଦର୍ଶକମାନଙ୍କୁ ବିଭୋର କରିଥିଲା।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନ୍‌ର ମିଳିତ ସହଯୋଗରେ ଚାଲିଥିବା ଧଉଳି-କଳିଙ୍ଗ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଭାରତନାଟ୍ୟମ୍‌ ଓ ଛଉନୃତ୍ୟ ଦର୍ଶକମାନଙ୍କୁ ବିଭୋର କରିଥିଲା।

fshfshfsxbvbvxbv

ଧଉଳି: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନ୍‌ର ମିଳିତ ସହଯୋଗରେ ଚାଲିଥିବା ଧଉଳି-କଳିଙ୍ଗ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଭାରତନାଟ୍ୟମ୍‌ ଓ ଛଉନୃତ୍ୟ ଦର୍ଶକମାନଙ୍କୁ ବିଭୋର କରିଥିଲା। ଗୁଜରାଟର ଗୁରୁ ଅରୂପା ଲାହିରୀ ଓ ସାଥୀ ନୃତ୍ୟଶିଳ୍ପୀଙ୍କ ପରିବେଷିତ ଭାରତନାଟ୍ୟମ୍‌ ନୃତ୍ୟରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ନିବିଡ଼ ସଂପର୍କ ପ୍ରତିଫଳିତ ହୋଇଥିଲା। ଦର୍ଶକମାନେ ଭାବରେ ବିଭୋର ହୋଇପଡ଼ିଥିଲେ।

Jeffrey Epstein: ଅନିଲଙ୍କ ପାଇଁ ସ୍ବିଡେନ୍‌ର ଡେଙ୍ଗା, ଗୋରା ଝିଅର ବ୍ୟବସ୍ଥା କରିବାକୁ ଏପ୍‌ଷ୍ଟିନ୍‌ଙ୍କ ପ୍ରସ୍ତାବ

ପରେପରେ ମୟୂରଭଞ୍ଜ ଜିଲ୍ଲା ମିଚୁଆପଡ଼ା ଉତ୍ତରସାହି ଛଉନୃତ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠାତା ହରିପଦ ମହାନ୍ତ ଓ ସାଥୀ ଶିଳ୍ପୀମାନେ ଛଉନୃତ୍ୟ ପରିବେଷଣ କରିଥିଲେ। ଏହି ନୃତ୍ୟରେ ପ୍ରଦର୍ଶିତ ହୋଇଥିବା ମଣିଷ ମନର ଛଅ ଶତ୍ରୁ ତଥା ଷଡ଼ରିପୁ ଓ ମୋକ୍ଷ ପ୍ରାପ୍ତିର ଭାବଧାରା ଦର୍ଶକଙ୍କୁ ବିମୋହିତ କରିଥିଲା। ଭୁବନେଶ୍ବର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଦି ଶଙ୍କରାଚାର୍ଯ୍ୟଙ୍କ ରଚିତ ‘ଜଗନ୍ନାଥ ଅଷ୍ଟକମ୍‌’ ପରେ ଶିବ ଓ ଦେବୀ ଶକ୍ତି ସହ ପ୍ରକୃତିର ଅପୂର୍ବ ସଂଯୋଗ ଆଧାରିତ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ଭିତରେ ଶିହରଣ ଖେଳାଇଥିଲେ। ଗୁରୁ ଲିଙ୍ଗରାଜ ପ୍ରଧାନ ଓ ପଙ୍କଜ ପ୍ରଧାନଙ୍କ ସଂଯୋଜନା ଓ ଡ. ବିଜୟ ଜେନାଙ୍କ ସଂଗୀତରେ ଏହି ନୃତ୍ୟ ବେଶ୍‌ ଚିତ୍ତାକର୍ଷକ ଥିଲା। 

Excise Sports: ଅବକାରୀ ବିଭାଗରେ ଅନେକ ସଂସ୍କାର ଆସିବାକୁ ଯାଉଛି: ମନ୍ତ୍ରୀ

ଆଜି ଅତିଥି ଭାବେ ଓଡ଼ିଶା ଡ୍ୟାନ୍‌ସ ଏକାଡେମୀର ସଭାପତି ସତ୍ୟାନନ୍ଦ ମିଶ୍ର, ଅଶୋକ କୁମାର ତ୍ରିପାଠୀ, ନାଲ୍‌କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂ, ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ରାମ୍‌ଜୀ ନଟରାଜନ୍, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶିକା ସୁଚିସ୍ମିତା ମନ୍ତ୍ରୀ ଓ ଓଡ଼ିଶା ଡ୍ୟାନ୍‌ସ ଏକାଡେମୀର ସମ୍ପାଦିକା ଗୁରୁ ଡ. ଅରୁଣା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀନିବାସ ଘଟୁଆରୀ ଓ ନାଜିଆ ଆଲାମ୍‍ ମଞ୍ଚ ସଂଚାଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe