The stubble: ଜଳୁଛି ନଡ଼ା ବଢ଼ୁଛି ପ୍ରଦୂଷଣ

Advertisment

ଏବେ ବାୟୁ ପ୍ରଦୂଷଣ ଗାଁରୁ ସହର ଯାଏ ଚିନ୍ତାର କାରଣ ହୋଇଛି। ଶିଳ୍ପ ଓ ସହରାଞ୍ଚଳରେ ବାୟୁର ମାନ ଖରାପ ହେବାକୁ ନେଇ ତମ୍ବିତଫାନ ଜାରି ରହିଥିବାବେଳେ କିଭଳି ପ୍ରଦୂଷଣ ନିୟନ୍ତ୍ରଣରେ...

ଏବେ ବାୟୁ ପ୍ରଦୂଷଣ ଗାଁରୁ ସହର ଯାଏ ଚିନ୍ତାର କାରଣ ହୋଇଛି। ଶିଳ୍ପ ଓ ସହରାଞ୍ଚଳରେ ବାୟୁର ମାନ ଖରାପ ହେବାକୁ ନେଇ ତମ୍ବିତଫାନ ଜାରି ରହିଥିବାବେଳେ କିଭଳି ପ୍ରଦୂଷଣ ନିୟନ୍ତ୍ରଣରେ...

Untitled-16

ବାଲିପାଟଣା : ଏବେ ବାୟୁ ପ୍ରଦୂଷଣ ଗାଁରୁ ସହର ଯାଏ ଚିନ୍ତାର କାରଣ ହୋଇଛି। ଶିଳ୍ପ ଓ ସହରାଞ୍ଚଳରେ ବାୟୁର ମାନ ଖରାପ ହେବାକୁ ନେଇ ତମ୍ବିତଫାନ ଜାରି ରହିଥିବାବେଳେ କିଭଳି ପ୍ରଦୂଷଣ ନିୟନ୍ତ୍ରଣରେ ରହିବ ସେଥିପାଇଁ ନାନା ଉପାୟ ଖୋଜା ଚାଲିଛି। ଏଭଳି ସ୍ଥିତିରେ ଗ୍ରାମାଞ୍ଚଳ ବାୟୁମଣ୍ଡର ମାନ ମଧ୍ୟ ଖରାପ ହେବାରେ ଲାଗିଛି। ଅବଶ୍ୟ ଏଥିପାଇଁ ଗାଡ଼ିମଟରର ଧୂଆଁ, ଶିଳ୍ପ କାରଖାନାର ଧୂଆଁ କି ଧୂଳିକଣା ଯେତିକି ଦାୟି ନୁହେଁ, ଏଭ ଭିନ୍ନ କାରଣ ଏହି ପ୍ରଦୂଣଷ ପଛରେ ରହିଛି। ବିଶେଷକରି ସଦ୍ୟ ଧାନ ଓ ଆଖୁ ଅମଳ ହୋଇଥିବା ଚାଷ ଜମିଗୁଡ଼ିକରେ ଚାାଷୀମାନେ ପାଳ ଓ ନଡ଼ା ନଷ୍ଟ କରିବା ପାଇଁ ଲଗାଉଥିବା ନିଆଁ ଏହି ପ୍ରଦୂଷଣର କାରଣ ହୋଇଛି।

The condition: ଫିଟୁନି ସହିଦନଗର ହାଟର ଭାଗ୍ୟ


ଏବେ ଖରିଫ ଧାନ ଅମଳ ସହ ଆଖୁ ଚାଷ ଅମଳ ଋତୁ ଚାଲିଛି। ବାଲିଅନ୍ତା ବ୍ଲକ୍‌ ଅଞ୍ଚଳରେ ହାରର୍ଭେଷ୍ଟର୍‌ରେ ଅଧିକାଂଶ ବିଲରେ ଧାନକଟା ହେଉଛି। କିନ୍ତୁ ଏହି ପ୍ରକ୍ରିୟାରେ ଧାନ କାଟିବା ଫଳରେ ଧାନ ଗଛ ଲମ୍ବା ହୋଇରହୁଛି। ହଜାର ହଜାର ହେକ୍ଟର ଧାନ ଜମିରେ ପାଳ ଓ ଧାନ ମୂଳ ରହିଯାଉଥିବାରୁ ଏହା ଚାଷୀଙ୍କ ଅଡୁଆ ବଢା଼ଉଛି। ଚାଷୀ ଏହାକୁ ନିଆଁ ଲଗାଇ ପୋଡ଼ି ଦେଉଥିବାରୁ ଶହ ଶହ ହେକ୍ଟର ଜମିରୁ ଧୂଆଁ ବାହାରି ପରିବେଶ ଉପରେ ଘୋର ପ୍ରଭାବ ପକାଉଛି। ଏହାକୁ ନେଇ ଗାଁ ଗହଳିରେ ପ୍ରଦୂଷଣ ଗତ କିଛି ଦିନ ହେବ ହଠାତ ବଢ଼ିଯାଇଛି। ବିଭିନ୍ନ ସ୍ଥାନରେ ଅମଳ ଚାଷ ଜମିରୁ ନିଆଁ ବ୍ୟାପି ପାଚିଲା ଧାନ ଓ ଗଦା ମଧ୍ୟ ଜଳିବା ନଜୀର ରହିଛି।

12-members: ଧରାପଡ଼ିଲା ୧୨ଜଣିଆ ସାଇବର ଠକ ଗ୍ୟାଙ୍ଗ୍‌

 ଚଳିତ ବର୍ଷ ସାଢେ ୯ ହଜାର ହେକ୍ଟର ଧାନ ଚାଷ ହୋଇଥିଲା। ଧାନ ଅମଳ ପରେ ଚାଷୀ ମୁଗ ଓ ବିରି ଫସଲ ପାଇଁ ଜମି ପ୍ରସ୍ତୁତ କରୁଛନ୍ତି। ଟ୍ରାକ୍ଟର୍‌ ହଳରେ ଧାନ ଗଛ ମୂଳ ଓ ପାଳ ଜମିରେ ଗଦା ହୋଇ ରହୁଛି। ତେଣୁ ଚାଷୀ ନିଆଁ ଲଗାଇ ସେଗୁଡିକ ପୋଡି ଦେଉଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଆଖୁ ଅମଳ ପରେ ଚାଷଜମିରେ ନିଆଁ ଲଗାଇ ପୋଡ଼ି ଦିଆଯାଉଛି। ନିଆଁ ଲଗାଇବାକୁ କେନ୍ଦ୍ର କରି ବିଭିନ୍ନ ଅଞ୍ଚଳରେ ଚାଷୀଙ୍କ ମଧ୍ୟରେ ବିବାଦ ତେଜୁଛି। ପୂର୍ବରୁ ଘର ଛପର ପାଇଁ ନଡ଼ାର ଆବଶ୍ୟକତା ହେଉଥିଲା। ତେବେ ଆଧୁନିକ ଯୁଗରେ ଆଉ ନଡ଼ାର ଆବଶ୍ୟକତା ହେଉ ନାହିଁ। ନଡ଼ା ଗଦାଇ ରଖିବାକୁ ମଧ୍ୟ ଜାଗାର ଅଭାବ। ଏହାକୁ ନେଇ ଚାଷୀମାନେ ବିଲରେ ନଡ଼ା ଜାଳି ନଷ୍ଟ ରିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe