ଭୁବନେଶ୍ୱର: ଫେବ୍ରୁଆରିରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ ସର୍ଭେ। ଏଥିପାଇଁ କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱର ପରିଦର୍ଶନରେ ଆସି ସ୍ଥିତି ପରଖିବେ। ଏହା ପୂର୍ବରୁ ସ୍ବଚ୍ଛତାକୁ ଜୋର ଦେଇଛି ବିଏମ୍ସି। ନିଜ ଅଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ସ୍ବଚ୍ଛ ରଖିବାକୁ ଅଣ୍ଟା ଭିଡ଼ିଛି। ଏହି ଅଭିଯାନକୁ ବ୍ୟାପକ କରିବାକୁ ବିଏମ୍ସି ନିଜ ଅଞ୍ଚଳର ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟକୁ ୫୦ହଜାର ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରିବ। ବିଏମ୍ସିର ତିନି ଜୋନ୍ର ୩ଟି ଶ୍ରେଷ୍ଠ ସ୍ବଚ୍ଛ ବିଦ୍ୟାଳୟକୁ ୫୦ହଜାର ଲେଖାଏଁ ଆର୍ଥିକ ପୁରସ୍କାର ରାଶି ମିଳିବ। ଆଜି ସ୍ବଚ୍ଛ ସର୍ବେକ୍ଷଣ ତାଲିମ୍ ଅବସରରେ ମେୟର ସୁଲୋଚନା ଦାସ ଏହି ଘୋଷଣା କରିଛନ୍ତି।
Encroachment clearance: ବାଳକାଟି ବଜାରରୁ ଜବରଦଖଲ ଉଚ୍ଛେଦ ଆରମ୍ଭ, ମାଟିରେ ମିଶିଲା ୫ ଦୋକାନ
ଆଜି ସ୍ୱଚ୍ଛ ସର୍ବେକ୍ଷଣ ତାଲିମ ବିଏମ୍ସି ମୁଖ୍ୟାଳୟର ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩୦ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକମାନେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେୟର ଶ୍ରୀମତୀ ଦାସ କହିଛନ୍ତି, ସହରକୁ ସ୍ୱଚ୍ଛ ରଖିବା ଦାୟିତ୍ୱ, କେବଳ ବିଏମ୍ସିର ନୁହେଁ, ନାଗରିକଙ୍କର ମଧ୍ୟ ଏଥିପ୍ରତି ଦାୟିତ୍ୱ ରହିଛି। ଏ ଦିଗରେ ପ୍ରତ୍ୟେକ ନାଗରିକ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରିବା ଜରୁରି। ସ୍ୱଚ୍ଛତାକୁ ସଂସ୍କାର ଅଭିମୁଖୀ କରିବାରେ ଶିକ୍ଷାନୁଷ୍ଠାମାନଙ୍କର ପ୍ରମୁଖ ଭୂମିକା ରହିଛି।
Utkal Women's : ଫେବ୍ରୁଆରି ୧୫ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଉତ୍କଳ ମହିଳା ସମିତି
ନିଜ ନିଜ ବିଦ୍ୟାଳୟରୁ ବାହାରୁଥିବା ବର୍ଜ୍ୟକୁ ଓଦା ଓ ଶୁଖିଲା ଅଲଗା ଅଲଗା କରି ଦେବା ସହ ବିପଦପୂର୍ଣ୍ଣ ଇଲେକ୍ଟ୍ରୋନିକ୍ ବର୍ଜ୍ୟକୁ ମଧ୍ୟ ସ୍ୱତନ୍ତ୍ର ଭାବେ ଅଲଗା କରି ବିଏମ୍ସି ସଫେଇ ଗାଡ଼ିକୁ ଦେବାକୁ ମେୟର ଅନୁରୋଧ କରିଥିଲେ। ବିଦ୍ୟାଳୟ ପରିବେଶକୁ ସ୍ୱଚ୍ଛ ଓ ସବୁଜ ରଖିବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ଅନୁରୋଧ କରିଥିଲେ। ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ଏ ଦିଗରେ ସଚେତନତା କରିବାକୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱରର ପ୍ରତ୍ୟେକ ବିଦ୍ୟାଳୟ ଓ ମହାବିଦ୍ୟାଳୟ, ରାସ୍ତା, ପାର୍କ, ଖେଳପଡ଼ିଆ, ଡ୍ରେନ୍, ଯେପରି ସ୍ୱଚ୍ଛ ଓ ସବୁଜ ରହିବ, ସେଥିପାଇଁ ସାମୁହିକ ଉଦ୍ୟମ ପାଇଁ ମେୟର ଅନୁରୋଧ କରିଥିଲେ। ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସ୍ୱତନ୍ତ୍ର ଭାବେ ତାଲିମ ଦେବେ। ସ୍ୱଚ୍ଛ ସର୍ବେକ୍ଷଣ ସଂପର୍କିତ ବିଭିନ୍ନ ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜନ କରିବାକୁ କୁହାଯାଇଛି। ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସ ତାଲିମ ଦେଇଥିଲେ। ଡେପୁଟି କମିସନର୍(ପରିମଳ) କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/13/untitled-16-2026-01-13-06-59-11.jpg)