Third 'Patha Utsav': ତୃତୀୟ ‘ପଥ ଉତ୍ସବ’: ମତୁଆଲା କଲେ ରୁକୁ ସୁନା

Advertisment

ବିଏମ୍‌ସି ପକ୍ଷରୁ ତୃତୀୟ ପଥ ଉତ୍ସବ ଆଜି ଇନ୍‌ଫୋସିଟି ଶିଖରଚଣ୍ଡୀ ରାସ୍ତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଦିନ  ୧୧ ପର୍ଯ୍ୟନ୍ତ ଚାଲିଥିଲା। ଶହଶହ ଲୋକଙ୍କ  ସହ ସ୍ଥାନୀୟ ଅଞ୍ଚଳର ସ୍କୁଲ କଲେଜ୍ ଛାତ୍ରଛାତ୍ରୀ ମନଭରି ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

ବିଏମ୍‌ସି ପକ୍ଷରୁ ତୃତୀୟ ପଥ ଉତ୍ସବ ଆଜି ଇନ୍‌ଫୋସିଟି ଶିଖରଚଣ୍ଡୀ ରାସ୍ତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଦିନ  ୧୧ ପର୍ଯ୍ୟନ୍ତ ଚାଲିଥିଲା। ଶହଶହ ଲୋକଙ୍କ  ସହ ସ୍ଥାନୀୟ ଅଞ୍ଚଳର ସ୍କୁଲ କଲେଜ୍ ଛାତ୍ରଛାତ୍ରୀ ମନଭରି ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

dgdadagzcv

ଚନ୍ଦ୍ରଶେଖରପୁର:  ବିଏମ୍‌ସି ପକ୍ଷରୁ ତୃତୀୟ ପଥ ଉତ୍ସବ ଆଜି ଇନ୍‌ଫୋସିଟି ଶିଖରଚଣ୍ଡୀ ରାସ୍ତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଦିନ  ୧୧ ପର୍ଯ୍ୟନ୍ତ ଚାଲିଥିଲା। ଶହଶହ ଲୋକଙ୍କ  ସହ ସ୍ଥାନୀୟ ଅଞ୍ଚଳର ସ୍କୁଲ କଲେଜ୍ ଛାତ୍ରଛାତ୍ରୀ ମନଭରି ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଇନ୍‌ଫୋସିଟି ଛକରୁ ଶିଖରଚଣ୍ଡୀ ଛକ ପର୍ଯ୍ୟନ୍ତ ରାସ୍ତା ‘ପଥ ଉତ୍ସବ’ରେ ଦୁଲୁକିଥିଲା।  ମଞ୍ଚରେ ସମ୍ବଲପୁରୀ କଣ୍ଠଶିଳ୍ପୀ ରୁକୁ ସୁନା, ପ୍ରୀତିରେଖା ଓ ତାଙ୍କ ଟିମ୍‌ଙ୍କ ଗୀତର ତାଳେ ତାଳେ ମତୁଆଲା ହୋଇଥିଲେ ଦେଖଣାହାରୀ। ଖାଲି ସେତିକି ନୁହେଁ, ହସାଇ ହସାଇ ବେଦମ୍‌ କରିଥିଲେ କମେଡିଆନ ଯୋଡି ପ୍ରଜ୍ଞାନ ଓ ଶଙ୍କର। ସାଇକେଲିଂ, ସ୍କେଟିଂ ସହ ଫୁଡ୍ କୋର୍ଟରେ ଗରମ ଗରମ ଦେଶୀ ଖାଦ୍ୟର ମଜା ବି ନେଇଥିଲେ। ଯୁବତୀମାନେ ଫେସ୍ ପେଣ୍ଟିଂ ଓ ଛୋଟପିଲାମାନେ ବଣମଣିଷ, ମିକି ମାଉସ, ଚାର୍ଲି ଚାପଲିନ୍ ଓ ଜୋକରମାନଙ୍କ ସହ ଖେଳି ମଜା ଉଠାଇଥିଲେ। ଅନ୍ୟପକ୍ଷରେ ଜୁମ୍ବା ଓ ଡିସ୍କୋର ନୃତ୍ୟ ମଧ୍ୟ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା।

Cricket: ତୁଫୈଲଙ୍କ ପଦାର୍ପଣ ୮ ୱିକେଟ୍‌ ବେକାର; ପରାଜୟରେ ଋତୁ ଶେଷ କଲା ଓଡ଼ିଶା

ଆଜିର କାର୍ଯ୍ୟକ୍ରମ ପାଇଁ ନିର୍ମିତ ଦୁଇଟି ମଞ୍ଚ ମଧ୍ୟରୁ ପ୍ରଥମ ମଞ୍ଚରେ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଂଜୁଲତା କହଁର, ବିଏମ୍‌ସି କମିସନର ଚଞ୍ଚଳ ରାଣା, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ, ଅତିରିକ୍ତ କମିସନରଙ୍କ ସହ ଅନ୍ୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷା, ଏବଂ ସ୍ଥାନୀୟ ଅଞ୍ଚଳର କର୍ପୋରେଟରମାନେ ଯୋଗ‌ଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ।  ସେହିଭଳି ଦ୍ବିତୀୟ ମଞ୍ଚରେ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ, ଚଳଚ୍ଚିତ୍ର ତାରକା ସବ୍ୟସାଚୀ ମିଶ୍ର, ଶୀତଲ, ପ୍ରେମାନନ୍ଦ ଲୋକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲେ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅତିରିକ୍ତ କମିସନର ରତ୍ନାକର ସାହୁ ଓ କୈଳାସ ଚନ୍ଦ୍ର ଦାସ l

Odisha Parab: ଗୁଆହାଟୀରେ ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନର ଭବ୍ୟ ପ୍ରଦର୍ଶନୀ ସମାପ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe