ଭୁବନେଶ୍ୱର: ଚଳିତ ମାସରୁ ଆରମ୍ଭ ହୋଇଯାଇଛି ସ୍ବଚ୍ଛ ଭାରତ ସର୍ବେକ୍ଷଣ। ଗତବର୍ଷ ସ୍ବଚ୍ଛତାରେ ଭୁବନେଶ୍ବର ସାରା ଦେଶରେ ୮ ନମ୍ବରରେ ରହିଥିଲା। ଏଣୁ ଚଳିତବର୍ଷ ୧ ନମ୍ବର ହେବାକୁ ପ୍ରତିଯୋଗିତା ଆରମ୍ଭ କରିଦେଇଛି। ରାଜଧାନୀକୁ ସ୍ବଚ୍ଛ, ସବୁଜ କରିବା ପାଇଁ ଅଧିକାରୀ, ସ୍ବଚ୍ଛ କର୍ମଚାରୀ, ସଫେଇ ଏଜେନ୍ସିଙ୍କ ସାଙ୍ଗରେ ଘନ ଘନ ବୈଠକ ସାଙ୍ଗକୁ ସଚେତନତାକୁ ବ୍ୟାପକ କରାଯାଇଛି। କିନ୍ତୁ କ୍ଷେତ୍ରସ୍ତରରେ ଏହା ଯେ ସଫଳ କାର୍ଯ୍ୟକାରୀ ହୋଇପାରୁନି, ତାହା ରାଜଧାନୀର ପ୍ରମୁଖ ବଜାରଘାଟ, ଗଳିକନ୍ଦି ଦେଖିଲେ, ଜଳଜଳ ଦିଶୁଛି। ଯୁଆଡ଼େ ଚାହିଁଲେ କେବଳ ଆବର୍ଜନା ହିଁ ଆବର୍ଜନା। ଗାନ୍ଧୀମାର୍ଗ, ୟୁନିଟ୍-୧, ୟୁନିଟ୍-୩, ବିନ୍ଦୁସାଗର, ବିବେକାନନ୍ଦ ମାର୍ଗ ଆଦି ଏହାର ଜ୍ବଳନ୍ତ ଉଦାହରଣ।
Seminar: ସୃଷ୍ଟି ଏକାଡେମିରେ ଆଲୋଚନାଚକ୍ର
ଆଜି ସ୍ଥିତି ଅନୁଧ୍ୟାନ ବେଳେ ଗାନ୍ଧୀ ମାର୍ଗ, ୟୁନିଟ୍-୩ ସରକାର ପ୍ରାଥମିକ ବିଦ୍ୟାଳୟ, ଅଭିନ୍ନଚନ୍ଦ୍ର ଆୟୁର୍ବେଦିକ ଚିକିତ୍ସାଳୟ, ୧ ନମ୍ବର ହାଟଠାରେ, ବିନ୍ଦୁସାଗର ସମ୍ମୁଖରେ, ବିବେକାନନ୍ଦ ମାର୍ଗରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ସ୍ବଚ୍ଛତାରେ ୧ ନମ୍ବର ହେବାକୁ ଯେ କେବଳ ଫମ୍ପା ପ୍ରୟାସ ଚାଲିଛି, ଏହି ଅଞ୍ଚଳରେ ଗଦା ହୋଇଥିବା ଆବର୍ଜନା ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି।ଏଥିରେ ଅଧିକ ବିଭ୍ରାଟ କରୁଛନ୍ତି ସଫେଇରେ ନିୟୋଜିତ ଠିକା ଏଜେନ୍ସିମାନେ। ଅଧିକାରୀଙ୍କ ସହ ସଲାସୁତରା କରି ଏହି ଏଜେନ୍ସିମାନେ ବ୍ୟାପକ ଠକେଇରେ ଲାଗି ପଡ଼ିଛନ୍ତି। କେଉଁଠି ୨ ଦିନରେ ରାସ୍ତାଘାଟ ସଫାସୁତରା କରାଯାଉଛି ଓ ଅଳିଆ ଉଠୁଛି ତ କେଉଁଠି ୪/୫ ଦିନ ଲାଗିଯାଉଛି। ଯାହା ଭୁବନେଶ୍ବରକୁ ସ୍ବଚ୍ଛତା ରାଙ୍କିଙ୍ଗ୍ରେ ତଳକୁ ଖସାଇଦେବାର ଆଶଙ୍କା ସୃଷ୍ଟି କରିଛି।
Pediatric doctor: ଶିଶୁଭବନ ଡାକ୍ତରଙ୍କ ବିରଳ ସଫଳତା: ଅସ୍ତ୍ରୋପଚାର ବିନା ଶ୍ବାସନଳୀରୁ ବାହାରିଲା ଚକୋଲେଟ୍ ଜରି
କର୍ପୋରେଟର୍ମାନେ ବି ଏହାକୁ ନେଇ ଅସନ୍ତୋଷ ଝାଡ଼ୁଛନ୍ତି। କିନ୍ତୁ କେହି ଶୁଣିବାକୁ ନାରାଜ। ଏଭଳି ସ୍ଥିତିରେ ମୋଟା ଅଙ୍କର ୟୁଜର୍ସ ଫି’ ଆଦାୟ କାହା ସ୍ବାର୍ଥରେ ବୋଲି ରାଜଧାନୀବାସୀ ପ୍ରଶ୍ନ କରିଛନ୍ତି।
ସଫେଇ କଥା ଦେଖିଲେ, ୬୭ଟି ୱାର୍ଡରୁ ଘରକୁ ଘର ଅଳିଆ ସଂଗ୍ରହର ଟେଣ୍ଡର ୩ ଏଜେନ୍ସି ନେଇଛନ୍ତି। ରାସ୍ତାଘାଟ ସଫେଇ ପାଇଁ ୬୭ଟି ୱାର୍ଡରୁ ବିଏମ୍ସି ୩ଟି ୱାର୍ଡ କଥା ନିଜେ ବୁଝୁଥିବା ବେଳେ ୬୪ଟି ୱାର୍ଡ ମଧ୍ୟରୁ ୨୦ଟି ୱାର୍ଡ ଟନେଜ୍ରେ ଓ ୪୪ଟି ୱାର୍ଡ ଲମ୍ପସମ୍ରେ ଚାଲିଛି। କିନ୍ତୁ ଉଭୟ ଘରକୁ ଘର ଅଳିଆ ସଂଗ୍ରହ କଥା ହେଉ କି ରାସ୍ତାଘାଟ ସଫେଇ, କେହି ବି ଠିକ୍ରେ କାମ କରୁନାହାନ୍ତି।
ତିନିଟି ବର୍ଗରେ ଦେଶର ବଛା ବଛା ସହରାଞ୍ଚଳକୁ ନେଇ ସ୍ବଚ୍ଛ ସର୍ଭେକ୍ଷଣ କରାଯାଉଛି। ୩ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ସହର, ୩ରୁ ୧୦ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ସହର ଓ ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରକୁ ଏହି ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ କରାଯାଇଛି। ସ୍ବଚ୍ଛତାକୁ ଦେଖି ତିନିଟି ବର୍ଗରେ ହିଁ ବିଜେତା ଚୟନ ହେଉଛି, ସେହି ଅନୁସାରେ ଶ୍ରେଷ୍ଠ ସହରାଞ୍ଚଳକୁ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନୁଦାନ ପ୍ରଦାନ କରୁଛି। ସହରର ବର୍ଜ୍ୟ ପରିଚାଳନା, ରାସ୍ତା ସଫେଇ, ପ୍ରଦୂଷଣ ରୋକିବା, ଘରକୁ ଘର ଆବର୍ଜନା ସଂଗ୍ରହ, ବଜାରଘାଟ ସଫେଇ ଆଦିକୁ ମାନଦଣ୍ଡ ଭାବେ ଧରାଯାଉଛି।୩ରୁ ୧୦ ଲକ୍ଷ ବିଶିଷ୍ଟ ଜନସଂଖ୍ୟା ବର୍ଗ ଶ୍ରେଷ୍ଠତ୍ବ ପ୍ରଦର୍ଶନ ପାଇଁ ବିଏମ୍ସି ଚଳିତ ମାସରେ ଘନ ଘନ ବୈଠକ କରି ସାରିଲାଣି। କିନ୍ତୁ ବିଏମ୍ସିର ବଡ଼ବାବୁମାନେ ଶୀତତାପ ନିୟନ୍ତ୍ରିତ କକ୍ଷ ଛାଡ଼ୁନାହାନ୍ତି କି କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁନାହାନ୍ତି। ୱାର୍ଡରେ ଏମାନଙ୍କ ପାଦ ପଡ଼ୁ ନଥିବାରୁ ସଫେଇରେ ଠକିବା ଏଜେନ୍ସିଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/03/untitled-4-2026-03-03-06-51-33.jpg)