Advertisment

Trading: ‘ନୋ ଭେଣ୍ଡିଂ ଜୋନ୍’ରେ ବେପାର

Advertisment

ବିଏମ୍‌ସିତାଲିକାରେ ‘ନୋ ଭେଣ୍ଡିଂ ଜୋନ୍’। ଫଳକ ବି ଲାଗିଛି। କିନ୍ତୁ ମନଇଛା ଖୋଲିଛି ଦୋକାନ, ଚାଲିଛି ବେପାର। ଅମାନିଆ ଦୋକାନୀମାନେ ଯିଏ ଯେଉଁଠି ପାରୁଛନ୍ତି, ପସରା ମେଲାଇ....

ବିଏମ୍‌ସିତାଲିକାରେ ‘ନୋ ଭେଣ୍ଡିଂ ଜୋନ୍’। ଫଳକ ବି ଲାଗିଛି। କିନ୍ତୁ ମନଇଛା ଖୋଲିଛି ଦୋକାନ, ଚାଲିଛି ବେପାର। ଅମାନିଆ ଦୋକାନୀମାନେ ଯିଏ ଯେଉଁଠି ପାରୁଛନ୍ତି, ପସରା ମେଲାଇ....

Untitled-2

ଭୁବନେଶ୍ବର: ବିଏମ୍‌ସିତାଲିକାରେ ‘ନୋ ଭେଣ୍ଡିଂ ଜୋନ୍’। ଫଳକ ବି ଲାଗିଛି। କିନ୍ତୁ ମନଇଛା ଖୋଲିଛି ଦୋକାନ, ଚାଲିଛି ବେପାର। ଅମାନିଆ ଦୋକାନୀମାନେ ଯିଏ ଯେଉଁଠି ପାରୁଛନ୍ତି, ପସରା ମେଲାଇ ବେପାର କରୁଛନ୍ତି। ନୋ ଭେଣ୍ଡିଂ ଜୋନ୍ ଫଳକ ନିକଟ ଜାଗା ବି ଏଥିରୁ ବାଦ୍ ପଡ଼ିନି। ଫଳକକୁ ପାଲ ତଳେ ଲୁଚାଇ ବେପାର ଚାଲିଛି। ତଥାପି ଏହି ଅମାନିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଏହା ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିବା ସହ ଅନ୍ୟମାନଙ୍କୁ ବି ଏଭଳି ବେନିୟମ ବେପାର କରିବାକୁ ପ୍ରୋତ୍ସାହନ ଦେଉଛି। କଳ୍ପନା ଛକ, ମହିଳା ମହାବିଦ୍ୟାଳୟ-ଜାଗମରା ୨୦୦ ଫୁଟିଆ ରାସ୍ତା ଏହାର ଜ୍ବଳନ୍ତ ଉଦାହରଣ। ଏଠାରେ ସର୍ବାଧିକ ଦୋକାନୀ ନୋ ଭେଣ୍ଡିଂ ଜୋନ୍‌ରେ ବେପାର କରୁଛନ୍ତି। ଫଳରେ ସକାଳେ ଓ ସଂଧ୍ୟାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି।

Natural drain: ୧୦ ନମ୍ବର ପ୍ରାକୃତିକ ନାଳ, ଛାଡ଼ୁଛନ୍ତି ଶୌଚାଳୟ ବର୍ଜ୍ୟ

KMBB Public School: କେଏମ୍‌ବିବି ପବ୍ଲିକ୍ ସ୍କୁଲ୍‌ର ବାର୍ଷିକ ଉତ୍ସବ ‘ଉମଙ୍ଗ’: ‘ଏ ଅନୁଷ୍ଠାନ ଦିନେ ମହାଦ୍ରୁମ ହେବ’

ବସ୍‌ଷ୍ଟାଣ୍ଡ୍‌, ଏୟାର୍‌ପୋର୍ଟ ଭଳି ପ୍ରମୁଖ ଛକ ତଥା ସଂଲଗ୍ନ ରାସ୍ତାକୁ ନୋ ଭେଣ୍ଡିଂ ଜୋନ୍ ଘୋଷଣା କରାଯାଇଛି। କିଛି ଜାଗାରେ ଭୁବନେଶ୍ବର ମହାନଗର ନିଗମ ଓ କିଛି ଜାଗାରେ କମିସନରେଟ୍ ପୁଲିସ ନୋ ଭେଣ୍ଡିଂ ଜୋନ୍‌ ସୂଚନା ଫଳକ ଲଗାଇଛି। ଯେହେତୁ ଏଠାରେ ଯାନବାହନ ଚଳାଚଳ ସର୍ବାଧିକ, ତାକୁ ନୋ ଭେଣ୍ଡିଂ ଜୋନ୍ ଘୋଷଣା ବି ଅତ୍ୟନ୍ତ ଜରୁରି। କିନ୍ତୁ ଅମାନିଆ ଦୋକାନୀମାନେ ଏହାକୁ ମାନିବାକୁ ନାରାଜ। କଳ୍ପନା ଛକ ଦେଇ ଯେହେତୁ ହଜାର ହଜାର ସଂଖ୍ୟାରେ ବସ୍‌ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗାଡ଼ି ନିୟମିତ ଚଳାଚଳ କରୁଛି, ସେ ଦୃଷ୍ଟିରୁ ଏଠାରେ ଯାତ୍ରୀ ଓ ଗାଡ଼ି ଭିଡ଼ ରହୁଛି। ତେଣୁ ଭୁବନେଶ୍ବର ମହାନଗର ନିଗମ ଏହାକୁ ନୋ ଭେଣ୍ଡିଂ ଜୋନ୍ ଘୋଷଣା କରିଛି। କିନ୍ତୁ ଏଠାରେ ମାଳମାଳ ଦୋକାନ ନୋ ଭେଣ୍ଡିଂ ଜୋନ୍‌ରେ ଖୋଲିଛି। ରାଜମହଲ ଛକ, ୟୁନିଟ୍-୧ ହାଟ ପ୍ରବେଶ ପଥ ବି ନୋ ଭେଣ୍ଡିଂ ଜୋନ୍ ଓ ନୋ ପାର୍କିଂ ଜୋନ୍‌ ଘୋଷଣା କରାଯାଇଛି। ଏହାସତ୍ତ୍ବେ ଦୋକାନୀମାନେ ଏଠାରେ ବେପାର କରୁଛନ୍ତି, ଶହଶହ ଗାଡ଼ି ଏଠାରେ ପାର୍କିଂ ହେଉଛି। ସେହିଭଳି ବିମାନ ଚଳାଚଳ ଦୃଷ୍ଟିରୁ ମହିଳା ମହାବିଦ୍ୟାଳୟରୁ ଜାଗମରା ଛକକୁ ସଂଯୋଗ କରୁଥିବା ୨୦୦ ଫୁଟିଆ ରାସ୍ତା ବହୁ ଗୁରୁତ୍ବ ବହନ କରୁଛି। ପୂର୍ବରୁ ଏହି ରାସ୍ତାରେ ଅନେକ ଫାଷ୍ଟଫୁଡ୍ ଓ ଜଳଖିଆ ଦୋକାନ ଥିଲା। ଏଣୁ ଏଠାରେ ପକ୍ଷୀଙ୍କ ସହ କୁକୁର ଭଳି ପଶୁଙ୍କ ଚଳପ୍ରଚଳ ବଢ଼ିଯାଇଥିଲା। ଏହା ବିମାନ ପ୍ରତି ବିପଦ ସୃଷ୍ଟି କରିବାରୁ ଏହି ଅଞ୍ଚଳରୁ ଦୋକାନ ହଟାଇ ଦିଆଯାଇଥିଲା। ଏହି ରାସ୍ତାକୁ  ନୋ ଭେଣ୍ଡିଂ ଜୋନ୍ ବି ଘୋଷଣା କରାଯାଇଥିଲା। ଫାଷ୍ଟଫୁଡ୍ ପାଇଁ ସ୍ବତନ୍ତ୍ର ଭେଣ୍ଡିଂ ଜୋନ୍ କରାଯାଇଥିଲା। କିନ୍ତୁ ଯେଉଁ ଜାଗାରେ ନୋ ଭେଣ୍ଡିଂ ଜୋନ୍ ଉଲ୍ଲେଖ କରାଯାଇଛି, ସେହି ଜାଗାରେ ଦହିବରାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜଳଖିଆ ଦୋକାନ ଖୋଲିଲାଣି। ଗ୍ୟାରେଜଠାରୁ ଆରମ୍ଭ କରି ଅନ୍ୟାନ୍ୟ ଦୋକାନ ବି ଖୋଲି ସାରିଲାଣି। ଏହା ଗାଡ଼ିମଟର ଯା’ଆସରେ ଅସୁବିଧା ସୃଷ୍ଟି କରୁଛି। ବିମାନ ପ୍ରତି ବି ଏହା ବିପଦ ସୃଷ୍ଟି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe