Tribal life: ଜନଜାତି ଜୀବନର କଥା ‘ଆଦିବାସୀ ମେଳା’

Advertisment

ଓଡ଼ିଶା ଏକ ବିବିଧ ସଂସ୍କୃତିର ଭୂମି ଯେଉଁଠାରେ ଜନଜାତି ସମ୍ପ୍ରଦାୟ ହଜାର ହଜାର ବର୍ଷ ଧରି ପ୍ରକୃତିର କୋଳରେ ବସବାସ କରି ସେମାନଙ୍କ ଜୀବନଶୈଳୀ, ପରମ୍ପରା ଓ ଚିନ୍ତାଧାରା ସମାଜକୁ....

ଓଡ଼ିଶା ଏକ ବିବିଧ ସଂସ୍କୃତିର ଭୂମି ଯେଉଁଠାରେ ଜନଜାତି ସମ୍ପ୍ରଦାୟ ହଜାର ହଜାର ବର୍ଷ ଧରି ପ୍ରକୃତିର କୋଳରେ ବସବାସ କରି ସେମାନଙ୍କ ଜୀବନଶୈଳୀ, ପରମ୍ପରା ଓ ଚିନ୍ତାଧାରା ସମାଜକୁ....

Untitled-2

ଭୁବନେଶ୍ୱର: ଓଡ଼ିଶା ଏକ ବିବିଧ ସଂସ୍କୃତିର ଭୂମି ଯେଉଁଠାରେ ଜନଜାତି ସମ୍ପ୍ରଦାୟ ହଜାର ହଜାର ବର୍ଷ ଧରି ପ୍ରକୃତିର କୋଳରେ ବସବାସ କରି ସେମାନଙ୍କ ଜୀବନଶୈଳୀ, ପରମ୍ପରା ଓ ଚିନ୍ତାଧାରା ସମାଜକୁ ଏକ ନୂତନ ଦିଗ୍‌ଦର୍ଶନ ଦେଉଛି। ଆଦିବାସୀ ପଡ଼ିଆରେ ଆୟୋଜିତ ଆଦିବାସୀ ମେଳା ୨୦୨୬ର ଉଦ୍‌ଘାଟନୀ କରି ଏଭଳି କହିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାର ଭୌଗୋଳିକ ସ୍ଥିତିକୁ ଅଧ୍ୟୟନ କଲେ ଆମେ ଜାଣିପାରିବା ଯେ, ରାଜ୍ୟର ଜନଜାତିମାନେ ବିଶେଷତଃ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବହୁଳ ଭାବରେ ବସବାସ କରନ୍ତି । ତେଣୁ ଆଞ୍ଚଳିକ ବୈଷମ୍ୟତା ଦୂର କରିବା ପାଇଁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାରେ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ କହିଥିଲେ। ଚଳିତ ବର୍ଷ ମେଳାରେ ଓଡ଼ିଶାର ୬୨ଟି ଜନଜାତି ସେମାନଙ୍କର  ପରମ୍ପରା, ଖାଦ୍ୟପେୟ, ପୋଷାକ, କଳା, ସଂସ୍କୃତି ଓ ଲୋକକଳାକୁ ନେଇ ଏକତ୍ରିତ ହୋଇଛନ୍ତି ।

RatnaBhandar: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ତଦନ୍ତ ରିପୋର୍ଟ ଉପସ୍ଥାପନ ହେଲାନି, ହାଇକୋର୍ଟଙ୍କ ଉଦ୍‌ବେଗ

Bank closed: ଅଚଳ କରିଦେଲେ ବ୍ୟାଙ୍କ: ଓଡ଼ିଶାରେ ୧୦ ହଜାର କୋଟିର କାରବାର ଠପ୍‌, ରାଜ୍ୟରେ ୫ ଦିନ ହେଲା ବନ୍ଦ ରହିଛି ବ୍ୟାଙ୍କ

ତେଣୁ ଏହି ମେଳା କେବଳ ମନୋରଞ୍ଜନ ନୁହେଁ, ଏହା ଜନଜାତି ଜୀବନର କଥା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗବେଷଣାମୂଳକ ପତ୍ରିକା ‘ଆଦିବାସୀ’ ଉନ୍ମୋଚନ କରିଥିଲେ। ଏଥିସହିତ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରୁ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନିତ କରିଥିଲେ। ଅନ୍ୟତମ ଅତିଥି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  କହିଥିଲେ ସଂସ୍କୃତି ହେଉଛି ଗୋଟିଏ ଜାତିର ସମୃଦ୍ଧ ଐତିହ୍ୟ, ପରମ୍ପରା ଏବଂ ସ୍ୱାଭିମାନର ବାର୍ତ୍ତାବହ । ଏହି ଉଦ୍‌ଘାଟନୀ ଉତ୍ସବରେ ବିଭାଗର ଶାସନ ସଚିବ ବି ପରମେଶ୍ୱରନ୍ ସ୍ୱାଗତ ଭାଷଣ ଦେଇଥିଲେ।  ସୁଧାକର ଶବର ଧନ୍ୟବାଦ ଦେଇଥିଲେ। ଚଳିତ ବର୍ଷ  ମେଳାରେ ୧୧୪୦ ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଛନ୍ତି। ଏଥିରେ ୩୨୫ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ଆଦିବାସୀ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ଏଥିରେ ୧୦୯ଟି ଷ୍ଟଲ୍‌ ସମେତ ୧୦ଟି ଆଦିବାସୀ ଗୃହ ମଧ୍ୟ ନିର୍ମିତ ହୋଇଛି।  ଏହି ମେଳା ଆସନ୍ତା ଫେବ୍ରୁଆରି ୫ ତାରିଖ ପର୍ଯ୍ୟନ୍ତ ଚାଲିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe