Utkal University: ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ ସରିଲା ୧୪ ପ୍ରଫେସରଙ୍କ ସାକ୍ଷାତ୍‌କାର

ଉତ୍କଳ ବିଶ୍ବବିଦ୍ୟାଳୟର ପରବର୍ତ୍ତୀ କୁଳପତି କିଏ ହେବେ? ଓଡ଼ିଆ ପ୍ରଫେସର ହେବେ ନା ଅଣଓଡ଼ିଆଙ୍କୁ ଦାୟିତ୍ବ ମିଳିବ? ବିଶ୍ବବିଦ୍ୟାଳୟର ପ୍ରଫେସର ନା ବାହାର ଶିକ୍ଷାନୁଷ୍ଠାନର ପ୍ରଫେସରଙ୍କୁ....

Untitled-2

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ପରବର୍ତ୍ତୀ କୁଳପତି କିଏ ହେବେ? ଓଡ଼ିଆ ପ୍ରଫେସର ହେବେ ନା ଅଣଓଡ଼ିଆଙ୍କୁ ଦାୟିତ୍ବ ମିଳିବ? ବିଶ୍ବବିଦ୍ୟାଳୟର ପ୍ରଫେସର ନା ବାହାର ଶିକ୍ଷାନୁଷ୍ଠାନର ପ୍ରଫେସରଙ୍କୁ ଏଭଳି ଗୁରୁଦାୟିତ୍ବ ମିଳିବ? ଏହାକୁ ନେଇ ଆରମ୍ଭ ହୋଇଯାଇଛି ଅବଗଣନା। ସଂକ୍ଷିପ୍ତ ତାଲିକାରେ ଥିବା ୨୫ଜଣ ପ୍ରଫେସରଙ୍କ ସାକ୍ଷାତ୍‌କାର ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। ତାମିଲନାଡ଼ୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ସଂକ୍ଷିପ୍ତ ତାଲିକାରେ ଥିବା ପ୍ରଫେସରଙ୍କ ସାକ୍ଷାତ୍‌କାର ନେଉଛନ୍ତି। ପ୍ରଥମ ଦିନରେ ୧୬ଜଣ ଆଶାୟୀ ପ୍ରଫେସରଙ୍କୁ ଡକାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ଜଣ ସାମିଲ ହୋଇଥିଲେ। କମିଟି ଅଧ୍ୟକ୍ଷ ଶ୍ରୀ ଦାଶଙ୍କ ସମେତ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି ଆଲୋକ କୁମାର ଚକ୍ରୱାଲ, କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ, ହାଇଦ୍ରାବାଦର ପୂର୍ବତନ କୁଳପତି ପ୍ରଫେସର କଟିମଣି ଅପରାହ୍ଣ ପର୍ଯ୍ୟନ୍ତ ପ୍ରଫେସରମାନଙ୍କ ସାକ୍ଷାତ୍‌କାର ନେଇଥିଲେ।

Badagarh Haat: ବଡ଼ଗଡ଼ ହାଟ ବିପଦସଂକୁଳ କୋଠାରେ ବେପାର

ପ୍ରଥମ ଦିନରେ ଯେଉଁ ୧୬ ଜଣଙ୍କୁ ଡକାଯାଇଥିଲା ସେଥିରେ କିଛି ଅଣଓଡ଼ିଆ ପ୍ରଫେସର ରହିଥିଲେ। ଦେଶର ଅନ୍ୟାନ୍ୟ ଅନୁଷ୍ଠାନରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଅନୁପସ୍ଥିତ ରହିଥିବା ଦୁଇଜଣ ପ୍ରଫେସର ଅଣଓଡ଼ିଆ ବୋଲି ଜଣାପଡ଼ିଛି। ପୂର୍ବ ଧାର୍ଯ୍ୟ ସମୟ ଅନୁଯାୟୀ ଆଶାୟୀ ପ୍ରଫେସରମାନେ ରାଜ୍ୟ ଅତିଥିଭବନରେ ପହଞ୍ଚିବା ପରେ କମିଟିର ସଦସ୍ୟମାନେ ଜଣଙ୍କ ପରେ ଜଣେ ପ୍ରଫେସରଙ୍କୁ ଡାକି ସାକ୍ଷାତ୍‌କାର ନେଇଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟକୁ ନେଇ ସେମାନଙ୍କ ଭିଜନ ଓ ମିସନ ସମ୍ପର୍କରେ ବର୍ଣ୍ଣନା କରିବାକୁ କମିଟିର ସଦସ୍ୟମାନେ କହିଥିଲେ। ସେହି ଅନୁଯାୟୀ ପ୍ରଫେସରମାନେ ନିଜର ମତ ରଖିଥିଲେ। ବିଶ୍ବବିଦ୍ୟାଳୟ ସହ ଜଡ଼ିତ ଥିବା ପ୍ରଫେସରମାନେ ଚୟନ କମିଟି ଆଗରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ରାଜ୍ୟ ବାହାରୁ ଆସିଥିବା ଆଶା‌ୟୀ ପ୍ରଫେସରମାନେ ମଧ୍ୟ ବିଶ୍ବବିଦ୍ୟାଳୟ ସମ୍ପର୍କରେ ଯାହା ଜାଣିଛନ୍ତି ସେନେଇ ମତ ରଖିଥିଲେ।  ଶୁକ୍ରବାର ବାକି ୯ଜଣ ପ୍ରଫେସରଙ୍କୁ ସାକ୍ଷାତ୍‌କାର ପାଇଁ ଡକାଯାଇଛି।

Pant apologizes for Test: ଟେଷ୍ଟ୍‌ ବିପର୍ଯ୍ୟୟ ପାଇଁ କ୍ଷମା ମାଗିଲେ ପନ୍ତ: ଦିନିକିଆ ପରୀକ୍ଷା ୩୦ରୁ

ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସାକ୍ଷାତ୍‌କାର ପରୀକ୍ଷା ସୁରୁଖୁରରେ ଚାଲିଛି। ଚୟନ କମିଟିର ସଦସ୍ୟମାନେ ବାକି ରହିଥିବା ପ୍ରଫେସରଙ୍କ ସହ ଆଲୋଚନା ପରେ ୩ ଜଣିଆ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରିବେ। ଜଉମୁଦ ଲଫାପାରେ ସେହି ତାଲିକାକୁ ରାଜଭବନକୁ ପଠାଯିବ। ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ତିନିଜଣ ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ଜଣଙ୍କୁ କୁଳପତି ଭାବେ ଚୟନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe