ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ଛକମାନଙ୍କରେ ରାଜ୍ୟ ସରକାର ୱାଟର୍ ଏଟିଏମ୍ (ବିଶୁଦ୍ଧ ପାନୀୟ ଜଳ ଏଟିଏମ୍) ମେସିନ୍ ବସାଇଥିଲେ। ଏହି ଅତ୍ୟାଧୁନିକ ବ୍ୟବସ୍ଥା ଡିଜିଟାଲ୍ ଥିଲା ଓ ଏଥିପାଇଁ ୱାଟର୍ କାର୍ଡ ବି ଜାରି କରାଯାଇଥିଲା। କାର୍ଡ ନ ଥିଲେ କଏନ୍ ପକାଇ ପିଇବା ପାଣି ପାଇ ପାରୁଥିଲେ ଲୋକେ। ଦିଲ୍ଲୀ ପରେ ଦେଶର ଦ୍ବିତୀୟ ସହର ଭାବେ ଓଡ଼ିଶା ସରକାର ରାଜଧାନୀ ଭୁବନେଶ୍ବରରେ ଏହି ବ୍ୟବସ୍ଥା କରିଥିଲେ। କିନ୍ତୁ ଏହି ୱାଟର୍ ଏଟିଏମ୍ ସବୁ ଏବେ ଅଚଳ ଅବସ୍ଥାରେ ପଡ଼ିଛି। ୬ ବର୍ଷ ଭିତରେ ସବୁ ଭିତ୍ତିଭୂମି ଉଜୁଡ଼ିଗଲାଣି।
Sports Awards : ୬ରେ ପ୍ରଦାନ କରାଯିବ ଏସଏସ୍ଆଇ କ୍ରୀଡ଼ା ପୁରସ୍କାର
୨୦୧୯-୨୦ରେ ୱାଟର୍ ଏଟିଏମ୍ ବ୍ୟବସ୍ଥା ଆପଣାଇଥିଲା ଭୁବନେଶ୍ବର ମହାନଗର ନିଗମ। ସେ ସମୟରେ ଅନନ୍ତ ନାରାୟଣ ଜେନା ବିଏମ୍ସି ମେୟର ଥିଲେ। ସର୍ବଜଲ ପିରାମଲ୍ କମ୍ପାନି ସହଭାଗିତାରେ ବିଏମ୍ସି ଭୁବନେଶ୍ବରର ଝରଣା ସାହିରେ ପ୍ରଥମ ୱାଟର୍ ଏଟିଏମ୍ ବସାଇଥିଲା। ପରବର୍ତ୍ତୀ ସମୟରେ ରାଜଧାନୀର ପ୍ରମୁଖ ୪୦ଟି ସ୍ଥାନରେ ୪୦ଟି ୱାଟର ଏଟିଏମ୍ ବସାଯାଇଥିଲା। ଏହି ମେସିନ୍ ସ୍ବୟଂଚାଳିତ ଥିଲା। ପ୍ରତି ମେସିନ୍ ପିଛା ପ୍ରାୟ ୧୨.୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏପରି ୪୦ଟି ମେସିନ୍ ବାବଦରେ ୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥିରୁ ପିଇବା ପାଣି ପାଇବା ପାଇଁ ହେଲେ ବିଏମ୍ସିଠାରୁ ୫୦ ଟଙ୍କା ଦେଇ ସ୍ବତନ୍ତ୍ର ୱାଟର୍ କାର୍ଡ ଇସ୍ୟୁ କରିବାକୁ ପଡ଼ୁଥିଲା। ଯେଉଁଥିରେ ମୋବାଇଲ୍ ଭଳି ଟଙ୍କା ରିଚାର୍ଜ କରିବାକୁ ପଡ଼ୁଥିଲା। କାର୍ଡଧାରୀମାନେ କାର୍ଡଟି ସ୍କାନ୍ କରିବା ପରେ ଲିଟର ପିଛା ୩୦ ପଇସା ହିସାବରେ ଯିଏ ଯେତିକି ଲିଟର ପାଣି ନେଉଥିଲେ, ସେତିକି ଟଙ୍କା ସେମାନଙ୍କ କାର୍ଡରୁ କଟୁଥିଲା। ଯେଉଁମାନେ କାର୍ଡ ଇସ୍ୟୁ କରିନଥିଲେ, ସେମାନେ କଏନ୍ ଗଳାଇ ପାଣି ପାଇ ପାରୁଥିଲେ। ସହିଦନଗର ଯେହେତୁ ସବୁଠୁ ଦାମୀ ଓ ଭିଭିଆଇପି ଅଞ୍ଚଳ ଏଠାରେ ବି ସହିଦ୍ ନଗର ଶ୍ମଶାନ ସହ ଅନ୍ୟାନ୍ୟ ସ୍ଥାନରେ ଏକାଧିକ ୱାଟର୍ ଏଟିଏମ୍ ମେସିନ୍ ବସିଥିଲା।
Nabarangpur: ନବରଂଗପୁରରେ ୫୫ ପ୍ରତିଶତ ମା’ ରକ୍ତହୀନତାର ଶିକାର
ସେହିଭଳି ଲିଙ୍ଗରାଜ ମନ୍ଦିର ନିକଟରେ ଓ ଅନ୍ୟାନ୍ୟ ସ୍ଥାନରେ ବି ୱାଟର୍ ଏଟିମ୍ ମେସିନ୍ ବସାଯାଇଥିଲା। କିନ୍ତୁ ଏହି ମେସିନ୍ ଖରାପ ହେବା ପରେ ଏହାର ମରାମତି କଥା ଚିନ୍ତା କରାଗଲାନି। ସେହିଭଳି ପଡ଼ିପଡ଼ି ଏହା ସବୁ ନଷ୍ଟ ହୋଇଗଲାଣି। ଲିଙ୍ଗରାଜ ମନ୍ଦିର ନିକଟରେ ଲାଗିଥିବା ଏହି ମେସିନ୍ ଅଚଳ ହୋଇଯିବା ପରେ ମରାମତି ନ ହେବାରୁ ଏଥିରେ ବିଶୁଦ୍ଧ ପାନୀୟ ଜଳ ବଦଳରେ ସିଧାସଳଖ ବୋରିଂ ପାଣି ଭର୍ତ୍ତି କରାଯାଉଛି। ସହିଦନଗରଠାରୁ ଆରମ୍ଭ କରି ଅନ୍ୟ ସ୍ଥାନରେ ବି ସମାନ ସ୍ଥିତି। ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି, ୱାଟର୍ ଏଟିଏମ୍ରେ ଲାଗିଥିବା ମେସିନ୍ ଖରାପ ହେବା ପରେ ସଂପୃକ୍ତ ଘରୋଇ ସଂସ୍ଥା ଏହାର ମରାମତି କରିବା କଥା। କିନ୍ତ ସଂପୃକ୍ତ ଘରୋଇ ସଂସ୍ଥା ଆଉ ଧରାଛୁଆଁ ଦେଲାନି। ଏଣୁ ମେସିନ୍ ମରାମତି ହୋଇନପାରି ସେହିଭଳି ପଡ଼ିରହିଛି।
Follow Us