Photograph: (Sambad.in)
ଭୁବନେଶ୍ୱର: କମିସନରେଟ୍ ପୁଲିସରାଜଧାନୀ ଭୁବନେଶ୍ବର ପ୍ରମୁଖ ୨୧ ରାସ୍ତାରେ ପାର୍କିଂ ଉପରେ ନିଷେଧାଜ୍ଞା ଜାରି କରିଛି। ଏହି ନିଷେଧାଜ୍ଞା ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ଗାଡ଼ିକୁ କ୍ରେନ୍ ଜରିଆରେ ଉଠାଇ ନିଆଯିବ ଓ ସଂପୃକ୍ତ ଗାଡ଼ି ମାଲିକ ପାର୍କିଂ ନିୟମ ଅନୁଯାୟୀ ଜରିମାନା ଦେବେ। ଏଥିସହ କ୍ରେନ୍ରେ ଗାଡ଼ି ଉଠାଇବା ଖର୍ଚ୍ଚ ବି ଗାଡ଼ିମାଲିକ ଭରଣା କରିବେ ବୋଲି ନିୟମ କରାଯାଇଛି। ପୁଲିସର ଏଭଳି ଏକଚାଟିଆ ନିଷ୍ପତ୍ତିକୁ ରାଜଧାନୀବାସୀ ବିରୋଧ କରିଛନ୍ତି। ଅଭିଯୋଗ କରିଛନ୍ତି, ବେପାରୀମାନେ ବେପାର କରି ଲାଭ ପାଉଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଯେଉଁମାନେ କିଣିବାକୁ ଯାଉଛନ୍ତି, ସେମାନଙ୍କୁ ଜରିମାନା କରୁଛି କମିସନରେଟ୍ ପୁଲିସ। ପାର୍କିଂ କଟକଣା ହେଉ, ଏଥିରେ ଅସୁବିଧା ନାହିଁ। କିନ୍ତୁ ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନମାନେ ପାର୍କିଂ ବ୍ୟବସ୍ଥା କରିନାହାନ୍ତି ଓ ରାସ୍ତା ଉପରେ ପାର୍କିଂ କରିବାକୁ ବାଧ୍ୟ କରୁଛନ୍ତି, ସେମାନଙ୍କ ଉପରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ହେଉ।
Utkal University: ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ ସରିଲା ୧୪ ପ୍ରଫେସରଙ୍କ ସାକ୍ଷାତ୍କାର
ରାଜଧାନୀର ବହୁ ବଡ଼ବଡ଼ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କର ନିଜସ୍ବ ପାର୍କିଂ ନାହିଁ। ଏପରିକି ଅନେକ ବ୍ୟବସାୟିକ ପ୍ରତିଷ୍ଠାନର ପାର୍କିଂ ଥିଲେ ବି ଏହା ଭଡ଼ାରେ ଲାଗିଛି। ପାର୍କିଂରେ କେଉଁଠି ହୋଟେଲ, ରେସ୍ତୋଁରା ଖୋଲିଛି ତ କେଉଁଠି ଅନ୍ୟ କିଛି ଦୋକାନ। ସେପଟେ ପ୍ଲାନିଂରେ ପାର୍କିଂ ଏକ ବାଧ୍ୟତାମୂଳକ ସର୍ତ୍ତ ହୋଇଥିଲେ ବି ବ୍ୟବସାୟିକ ପ୍ରତିଷ୍ଠାନମାନେ ଏହାର ଖୋଲା ଉଲ୍ଲଂଘନ କରୁଛନ୍ତି। ବିନା ପାର୍କିଂରେ ବହୁତଳ କୋଠା ଠିଆ କରୁଛନ୍ତି। ଏଣୁ ବ୍ୟବସାୟିକ ପ୍ରତିଷ୍ଠାନକୁ ଗ୍ରାହକମାନେ କିଛି କିଣିବାକୁ ଗଲେ, ରାସ୍ତା ଉପରେ ପାର୍କିଂ କରିବାକୁ ବାଧ୍ୟ ହେଉଛନ୍ତି। ଜନପଥର ଶିଶୁଭବନରୁ ରାଜମହଲ, ମାଷ୍ଟରକ୍ୟାଣ୍ଟିନ୍, ବାଣୀବିହାର ରାସ୍ତା ହେଉ କି ରାଜଭବନରୁ ଜୟଦେବବିହାର, ଓମ୍ଫେଡ୍, କିଟ୍ ଛକ ଆଦି, ସବୁଠି ସମାନ ସ୍ଥିତି। ଜାତୀୟ ରାଜପଥ ବି ଏଥିରୁ ବାଦ୍ ପଡ଼ିନି। ପୁରୀ-ଭୁବନେଶ୍ବର-କଟକ ବାଇପାସ ରାସ୍ତାରେ ନୂଆ କରି ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ଉଠୁଥିବାବେଳେ ଏଠାରେ କେହି ବି ନିଜସ୍ବ ପାର୍କିଂ ବ୍ୟବସ୍ଥା କରୁନାହାନ୍ତି। ସେପଟେ ବିଡିଏ ଓ ବିଏମ୍ସି ବି ଏ ଦିଗରେ ଅସମ୍ଭବ ନିରବତା ଅବଲମ୍ବନ କରୁଛି। ଯାହା ଏଭଳି ବେଆଇନ୍ ନିର୍ମାଣକୁ ପ୍ରୋତ୍ସାହନ ଦେଉଛି।
Badagarh Haat: ବଡ଼ଗଡ଼ ହାଟ ବିପଦସଂକୁଳ କୋଠାରେ ବେପାର
ପାର୍କିଂ କଟକଣା ବେଳେ ଏ ଦିଗକୁ ବି ଗୁରୁତ୍ବର ସହ ବିଚାର କରାଯାଉ। ଏକପାଖିଆ ବିଚାର କରାନଯାଉ। ଯଦି ପାର୍କିଂ କଟକଣା ଲଗାଯାଉଛି, କେଉଁ ଜାଗାରେ ଲୋକେ ଗାଡ଼ି ପାର୍କିଂ କରିବେ, ସେ କଥାକୁ ଆଗ ବିଚାରକୁ ନିଆଯାଉ। ସେଭଳି କିଛି ନ କରି ହଠାତ୍ ପାର୍କିଂ କଟକଣା ଲଦିଦେବା ଅନ୍ୟାୟ ବୋଲି ଭୁବନେଶ୍ବରର ବିଜୟ ଭୂଷଣ ମହାନ୍ତି, ରଜନୀକାନ୍ତ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି।
Follow Us