ଭୁବନେଶ୍ୱର: ଘରକୁ ଘର ଆବର୍ଜନା ସଂଗ୍ରହ ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ତିନି ଠିକାସଂସ୍ଥାଙ୍କୁ ଟେଣ୍ଡର ଦେଇଛି। ୬୭ଟି ୱାର୍ଡ ପାଇଁ ୪୩୫ଟି ଗାଡ଼ି ବି ଦେଇଛି। ଯେଉଁଠି ଗାଡ଼ି ଦେଇପାରୁନି, ସେଠି ଠିକାସଂସ୍ଥାମାନେ ଗାଡ଼ି ନିୟୋଜିତ କରୁଛନ୍ତି ଓ ଏହି ଗାଡ଼ି ଖର୍ଚ୍ଚ ବିଏମ୍ସି ଦେଉଛି। ଏଥିପାଇଁ ଚାଳକ ଓ ହେଲ୍ପର୍ଙ୍କ ଦୈନିକ ମଜୁରି ବି ଗଣୁଛି। ଏଜେନ୍ସିଙ୍କୁ ଦରଦ ଦେଖାଇବାକୁ ଯାଇ ଟେଣ୍ଡର ସର୍ତ୍ତାବଳୀ ଉଲ୍ଲଂଘନ କରି ଅତିରିକ୍ତ ଜଣେ ହେଲ୍ପର୍ ବି ଦିଆଯାଉଛି। ତଥାପି ଠିକାସଂସ୍ଥାମାନେ ଠକିବା ମୋହ ଛାଡ଼ି ପାରୁନାହାନ୍ତି। ହେଲ୍ପର୍ ବାବଦ ଦୈନିକ ମଜୁରି ଟଙ୍କା ବାଟମାରଣା କରିବାରେ ଲାଗିଛନ୍ତି। ଘରକୁ ଘର ଅଳିଆ ସଂଗ୍ରହ ପାଇଁ ରାଜଧାନୀରେ ବୁଲୁଥିବା ଅଳିଆ ଗାଡ଼ିରେ ଆଉ ପୂର୍ବଭଳି ହେଲ୍ପର୍ ରହୁନାହାନ୍ତି। ଚାଳକ ଏଠି ହେଲ୍ପର୍ କାମ କରୁଛନ୍ତି। ଯେଉଁଠି ୪୩୫ଜଣ ଚାଳକ ରହିବା କଥା ସେଠି କମ୍ ଚାଳକରେ କାମ ହେଉଛି।
rump-Zelensky: ଟ୍ରମ୍ପ-ଜେଲେନ୍ସ୍କି ୩ ଘଣ୍ଟା ଆଲୋଚନା
Bengaluru: ବିବାହ ପୂର୍ବ ବନ୍ଧୁତାକୁ ନେଇ ଝଗଡ଼ା ପରେ ଆତ୍ମହତ୍ୟା କରିଥିଲେ ବେଙ୍ଗାଲୁରୁ ଦମ୍ପତି
ଘରକୁ ଘର ବୁଲି ପୃଥକ୍ ବର୍ଜ୍ୟ ସଂଗ୍ରହଓ ଆଇଇସି କାର୍ଯ୍ୟ ପାଇଁ ୬୭ ୱାର୍ଡ ପାଇଁ ୬ଟି ପ୍ୟାକେଜ୍ରେ ଟେଣ୍ଡର ଆହ୍ବାନ କରିଥିଲା। ୯ଟିରୁ ବୈଷୟିକ ଜ୍ଞାନ ଆଧାରରେ ୩ ଠିକାସଂସ୍ଥାଙ୍କୁ ୩ ବର୍ଷ ପାଇଁ ଏହି ଟେଣ୍ଡର ମିଳିଛି। ୬୭ ୱାର୍ଡକୁ ନର୍ଥ ଜୋନ୍-୧ ଓ ୨, ସାଉଥ୍-ଇଷ୍ଟ ଜୋନ୍-୧ ଓ ୨ ଏବଂ ସାଉଥ୍ ୱେଷ୍ଟ ଜୋନ୍-୧ ଓ ସାଉଥ୍ ୱେଷ୍ଟ ଜୋନ୍-୨, ଏଭଳି ୬ଟି ପ୍ୟାକେଜ୍ରେ ବିଭକ୍ତ କରି ପ୍ରତି ସଂସ୍ଥାକୁ ୨ଟି ଲେଖାଏ ପ୍ୟାକେଜ୍ ଦିଆଯାଇଛି। ଟେଣ୍ଡର ସର୍ତ୍ତ ଅନୁଯାୟୀ, ପ୍ରତି ଅଳିଆ ଗାଡ଼ି ୧ହଜାର ଘରୁ ପ୍ରତିଦିନ ସକାଳେ ଓ ସଂଧ୍ୟାରେ ଆବର୍ଜନା ଉଠାଇବ। ଗାଡ଼ି ଚଳାଇବା ପାଇଁ ପ୍ରତି ଗାଡ଼ିରେ ଜଣେ ଚାଳକ ଓ ଜଣେ ହେଲ୍ପର୍ ରହିବେ। ୬୭ଟି ୱାର୍ଡ ପାଇଁ ସର୍ବମୋଟ୍ ୪୩୫ଜଣ ଚାଳକ ଓ ୪୩୫ଜଣ ହେଲ୍ପରଙ୍କୁ ଠିକାସଂସ୍ଥା ନିୟୋଜିତ କରିଛନ୍ତି ବୋଲି କହୁଛନ୍ତି। ବିଏମ୍ସି ଚାଳକଙ୍କୁ ଅର୍ଦ୍ଧକୁଶଳୀ ଓ ହେଲ୍ପର୍ଙ୍କୁ ଅଣକୁଶଳୀ ଶ୍ରମିକ ଭାବେ ମାସିକ ମଜୁରି ବି ଗଣୁଛି। ଚାଳକଙ୍କୁ ମଜୁରି ବାବଦରେ ମାସିକ ପ୍ରାୟ ୬୯.୦୪ ଲକ୍ଷ ଟଙ୍କା ଦେଉଛି। ବାର୍ଷିକ ପ୍ରାୟ ୮.୧୨ କୋଟି ଓ ୩ ବର୍ଷରେ ୨୪.୩୮ କୋଟି ଟଙ୍କା ଦେବ। ସେହିଭଳି ହେଲ୍ପର୍ଙ୍କୁ ମଜୁରି ବାବଦରେ ମାସିକ ୬୨.୩୦ ଲକ୍ଷ ଟଙ୍କା ପ୍ରଦାନ କରୁଛି। ବାର୍ଷିକ ପ୍ରାୟ ୭.୩୩ କୋଟି ଟଙ୍କା ଓ ୩ ବର୍ଷରେ ପ୍ରାୟ ୨୨.୬୨ କୋଟି ଟଙ୍କା ଦେବ। କିନ୍ତୁ ଏଜେନ୍ସିମାନେ ଅଧିକାଂଶ ୱାର୍ଡରେ ହେଲ୍ପର୍ଙ୍କୁ ନିୟୋଜିତ କରୁନାହାନ୍ତି। ହେଲ୍ପର୍ମାନେ ଗାଡ଼ି ସହ ଯାଉନାହାନ୍ତି। ଚାଳକ୍ମାନେ ଉଭୟ ଚାଳକ ଓ ହେଲ୍ପର୍ ସାଜିଛନ୍ତି। ଚାଳକଙ୍କୁ ପ୍ରଲୋଭନ ଦେଖାଇ ହେଲ୍ପର୍ ଟଙ୍କା ବାଟମାରଣା କରାଯାଉଥିବା ଅଭିଯୋଗ ହୋଇଛି।
ପରିମଳ ଷ୍ଟାଣ୍ଡି କମିଟିଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର କହିଛନ୍ତି, ଆବଶ୍ୟକ ଚାଳକ ନିୟୋଜିତ କରାଯାଉ ନଥିବା ଅଭିଯୋଗ ଆମ ପାଖରେ ପହଞ୍ଚିଛି। ଏହାର ତଦନ୍ତ ଚାଲିଛି। କିନ୍ତୁ ହେଲ୍ପର୍ ନିୟୋଜନ କରାଯାଉ ନଥିବା ଅଭିଯୋଗ ଆସିନି। ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ଆସେ, ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ତଥାପି ଏ ଉପରେ ନଜର ରଖିବୁ।
Follow Us