‘ଜେଡ୍ ୱାନ୍ ଭ୍ୟୋମ୍’ରେ ଶୀତ ଉତ୍ସବ

Advertisment

ଭୁବନେଶ୍ବର ‘ଜେଡ୍ ୱାନ୍ ଭ୍ୟୋମ୍’ ଆପାର୍ଟମେଣ୍ଟରେ ଶୀତ ଉତ୍ସବର ତୃତୀୟ ସଂସ୍କରଣ ଆଜି ଶେଷ ହୋଇଛି। ଭୁବନେଶ୍ୱର ଓ କଟକରୁ ୩୫ ଶହରୁ ଅଧିକ ଜନତା ଏଥିରେ ଯୋଗ...........

ଭୁବନେଶ୍ବର ‘ଜେଡ୍ ୱାନ୍ ଭ୍ୟୋମ୍’ ଆପାର୍ଟମେଣ୍ଟରେ ଶୀତ ଉତ୍ସବର ତୃତୀୟ ସଂସ୍କରଣ ଆଜି ଶେଷ ହୋଇଛି। ଭୁବନେଶ୍ୱର ଓ କଟକରୁ ୩୫ ଶହରୁ ଅଧିକ ଜନତା ଏଥିରେ ଯୋଗ...........

Untitled-11

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ‘ଜେଡ୍ ୱାନ୍ ଭ୍ୟୋମ୍’ ଆପାର୍ଟମେଣ୍ଟରେ ଶୀତ ଉତ୍ସବର ତୃତୀୟ ସଂସ୍କରଣ ଆଜି ଶେଷ ହୋଇଛି। ଭୁବନେଶ୍ୱର ଓ କଟକରୁ ୩୫ ଶହରୁ ଅଧିକ ଜନତା ଏଥିରେ ଯୋଗ ଦେଇଥିଲେ। ଏହି ସାଂସ୍କୃତିକ ଉତ୍ସବ ଛଅ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥିଲା। ଆଜି ସନ୍ଧ୍ୟାରେ ଲାଇଭ୍ ବ୍ୟାଣ୍ଡ୍‌, ଆକର୍ଷଣୀୟ ଖେଳ, ଖାଦ୍ୟ ଷ୍ଟଲ୍ ଓ କଳାକାରଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରଦର୍ଶନ ସହିତ ଉତ୍ସବ ଉଦ୍‌ଯାପିତ ହୋଇଛି। ଏହା ଉତ୍ସବ ସ୍ଥାନୀୟ ପରିବାର, ଯୁବପିଢ଼ି ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଏକ ନିଆରା ଉତ୍ସବ ଥିଲା।

Neglect: ସୀମାନ୍ତରେ ଓଡ଼ିଆ ଭାଷାର ନାହିଁ ଗୁରୁତ୍ବ

Despite the cold: ଶୀତ ସତ୍ତ୍ୱେ ଜମୁଛି ପୁସ୍ତକ ମହୋତ୍ସବ

ଭୁବନେଶ୍ବର ମେୟର୍‌ ସୁଲୋଚନା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଆପାର୍ଟମେଣ୍ଟ ବାସିନ୍ଦାଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ‘ୱିଣ୍ଟର୍‌ଫେଷ୍ଟ ୩.୦’ ଓଡ଼ିଶାରେ ବଡ଼ ଆବାସିକ ସମ୍ପ୍ରଦାୟ ସମାବେଶ କ୍ଷେତ୍ରରେ ଏକ ଉଦାହରଣ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଜଷ୍ଟିସ୍ ଶତୃଘ୍ନ ପୂଜାରୀ ଯୋଗ ଦେଇଥିଲେ। ସୁନିତା ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପିଲାମାନଙ୍କ ପାଇଁ ଅନେକ ପ୍ରକାର ଗେମ୍‌ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ରସିୟାନ ଯୁବତୀଙ୍କ ବବଲ ଗେମ୍‌ ମଧ୍ୟ ଆକର୍ଷଣର କେନ୍ଦ୍ର ଥିଲା। ଏହି ଉତ୍ସବ ଜେଡ୍ ୱାନ୍ ଭ୍ୟୋମ୍ ଆସୋସିଏସନ୍ ଅଫ୍ ଆଲୋଟିଜ୍ ପକ୍ଷରୁ ଜେଡ୍ ୱାନ କ୍ଲବ୍ ସହଯୋଗରେ ଆୟୋଜିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe