Global climate: ବିଶ୍ବ ଜଳବାୟୁ ସହଯୋଗକୁ ଝଟକା: ଜାତିସଂଘ ଜଳବାୟୁ ସମ୍ମିଳନୀ ସମେତ ୬୬ଟି ସଂଗଠନରୁ ଓହରିଲା ଆମେରିକା

Advertisment

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟକାରୀ ନିର୍ଦ୍ଦେଶନାମା‌ ସ୍ୱାକ୍ଷର କରି ତାଙ୍କ ଦେଶ ଜାତିସଂଘ ଜଳବାୟୁ ସମ୍ମିଳନୀ ସମେତ ୬୬ଟି ଅନ୍ତର୍ଜାତୀୟ ସଂଗଠନ ଓ ଚୁକ୍ତିରୁ ଓହରିଯାଇଥିବା ଘୋଷଣା କରିଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟକାରୀ ନିର୍ଦ୍ଦେଶନାମା‌ ସ୍ୱାକ୍ଷର କରି ତାଙ୍କ ଦେଶ ଜାତିସଂଘ ଜଳବାୟୁ ସମ୍ମିଳନୀ ସମେତ ୬୬ଟି ଅନ୍ତର୍ଜାତୀୟ ସଂଗଠନ ଓ ଚୁକ୍ତିରୁ ଓହରିଯାଇଥିବା ଘୋଷଣା କରିଛନ୍ତି।

weather

Photograph: (Harvard ALI Social Impact Review - Harvard University)

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କାର୍ଯ୍ୟକାରୀ ନିର୍ଦ୍ଦେଶନାମା‌ ସ୍ୱାକ୍ଷର କରି ତାଙ୍କ ଦେଶ ଜାତିସଂଘ ଜଳବାୟୁ ସମ୍ମିଳନୀ ସମେତ ୬୬ଟି ଅନ୍ତର୍ଜାତୀୟ ସଂଗଠନ ଓ ଚୁକ୍ତିରୁ ଓହରିଯାଇଥିବା ଘୋଷଣା କରିଛନ୍ତି। ଏହାର ଅର୍ଥ ହେଉଛି ବିଶ୍ୱର ବୃହତ୍ତମ ପ୍ରଦୂଷଣକାରୀ ରାଷ୍ଟ୍ର ଆମେରିକା ବର୍ତ୍ତମାନ ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଶମନ ଚୁକ୍ତି ଓ ଜଳବାୟୁ ପରିବର୍ତ୍ତନର ବୈଜ୍ଞାନିକ ମୂଲ୍ୟାଙ୍କନରୁ ନିଜକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେବ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଜଳବାୟୁ ପରିବର୍ତ୍ତନ ପ୍ରଶମନ ପାଇଁ ବିକାଶଶୀଳ ଦେଶମାନଙ୍କୁ ଆମେରିକା ଆଉ ଅର୍ଥ ଯୋଗାଇବ ନାହିଁ।

Air Pollution: ଚିନ୍ତାଜନକ ସ୍ଥିତିରେ ନବରଙ୍ଗପୁର ବାୟୁ ପ୍ରଦୁଷଣ

ଜାତିସଂଘ ଜଳବାୟୁ ସମ୍ମିଳନୀ ସମେତ ୬୬ଟି ସଂଗଠନରୁ ଓହରିଲା ଆମେରିକା
ଭାରତ ନେତୃତ୍ବାଧୀନ ଆଇଏସ୍‌ଏ ବି ଛାଡ଼ିଲା

ଜଳବାୟୁ ପରିବର୍ତ୍ତନର ବୈଜ୍ଞାନିକ ବାସ୍ତବତା ବିଷୟରେ ଟ୍ରମ୍ପ ପ୍ରଶାସନର ଲଜ୍ଜାଜନକ ମିଥ୍ୟା ତଥା ଜଳବାୟୁ ଓ ସ୍ୱଚ୍ଛ ଶକ୍ତି ନୀତି ଉପରେ ଏହାର ଅନୁଚିତ ପଦକ୍ଷେପ ଆମେରିକାର ଲୋକଙ୍କ ସ୍ୱାର୍ଥ ପାଇଁ ଅତ୍ୟନ୍ତ କ୍ଷତିକାରକ। ଗୋଟିଏ ପଟେ ଜୀବାଶ୍ମ ଇନ୍ଧନ ପ୍ରଦୂଷଣକାରୀଙ୍କୁ ସମର୍ଥନ କରୁଥିବାବେଳେ ଟ୍ରମ୍ପ ପ୍ରଶାସନ ଜଳବାୟୁର ବାସ୍ତବ ତଥ୍ୟ ପ୍ରତି ଉଦାସୀନ ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।  
ଟ୍ରମ୍ପଙ୍କ ଚୁକ୍ତି ପ୍ରତ୍ୟାହାର ତାଲିକାରେ ଭାରତ ନେତୃତ୍ବାଧୀନ  ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସ୍‌ଏ) ମଧ୍ୟ ରହିଛି। ଭାରତର ଗୁରୁଗ୍ରାମରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି।  ଏହି ପଦକ୍ଷେପ ଟ୍ରମ୍ପଙ୍କ ‘ଆମେରିକା ପ୍ରଥମ’ ନୀତିର ଅଂଶ ଏବଂ ଏହାକୁ ଆମେରିକାର ଜାତୀୟ ହିତ ବିରୋଧୀ ବୋଲି ଦର୍ଶାଯାଇଛି। ଆଇଏସ୍‌ଏରୁ ଆମେରିକା ଓହରିବା ଏହାର ଅତ୍ୟନ୍ତ ବେପରୁଆ ଓ ଅହଙ୍କାରୀ ନୀତିର ପରିଣାମ ବୋଲି ବିଶ୍ଳେଷକମାନେ କହିଛନ୍ତି।

Cricket : ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ତିଳକ ବର୍ମା

ସୂଚନାଯୋଗ୍ୟ, ୨୦୧୫ରେ ପ୍ୟାରିସ୍ ଜଳବାୟୁ ସମ୍ମିଳନୀ ସମୟରେ ଭାରତ ଓ ଫ୍ରାନ୍‌ସର ମିଳିତ ଉଦ୍ୟୋଗରେ ଆଇଏସ୍‌ଏ ଗଠିତ ହୋଇଥିଲା।  ମେଣ୍ଟର ଉଦ୍ଦେଶ୍ୟ ହେଉଛି ଦେଶଗୁଡ଼ିକରେ ସୌର ଶକ୍ତିର ବ୍ୟବହାର ବଢ଼ାଇବା ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା। ଆମେରିକା ୨୦୧୬ରେ ଏହି ମେଣ୍ଟରେ ଯୋଗ   ଦେଇଥିଲା ଏବଂ ୨୦୨୨-୨୦୨୫ ମଧ୍ୟରେ ୨.୧ ମିଲିୟନ ଡଲାର ଆର୍ଥିକ ସହାୟତା ଦେଇଥିଲା। ସୂଚନାଯୋଗ୍ୟ, ଟ୍ରମ୍ପ ଜଳବାୟୁ ପରିବର୍ତ୍ତନକୁ ‘ସବୁଠାରୁ ବଡ଼ ଠକେଇ’ ବୋଲି କହି ଆସୁଛନ୍ତି ଏବଂ ନବୀକରଣଯୋଗ୍ୟ ଶକ୍ତିର ମଧ୍ୟ ସେ ବଡ଼ ବିରୋଧୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe