Environmentalist: ପରିବେଶ ଯୋଦ୍ଧା: ଜଳଦୂତ ପ୍ରଦୀପ

Advertisment

ପରିବେଶ ପାଇଁ କାମ କରିବା କେବଳ ତାଙ୍କ ନିଶା ନୁହେଁ; ପେସା ମଧ୍ୟ। ୧୯୯୫ ମସିହାରେ ପଞ୍ଜୀକୃତ ହୋଇଥିବା ସଂସ୍ଥା ‘ଆଦର୍ଶ’ର ସଚିବ ପ୍ରଦୀପ କୁମାର ବେହେରାଙ୍କ ପରିବେଶ ପ୍ରୀତି ବିଷୟରେ କହିଲେ ନ ସରେ!

ପରିବେଶ ପାଇଁ କାମ କରିବା କେବଳ ତାଙ୍କ ନିଶା ନୁହେଁ; ପେସା ମଧ୍ୟ। ୧୯୯୫ ମସିହାରେ ପଞ୍ଜୀକୃତ ହୋଇଥିବା ସଂସ୍ଥା ‘ଆଦର୍ଶ’ର ସଚିବ ପ୍ରଦୀପ କୁମାର ବେହେରାଙ୍କ ପରିବେଶ ପ୍ରୀତି ବିଷୟରେ କହିଲେ ନ ସରେ!

dagdagdvzcvcv

ପରିବେଶ ପାଇଁ କାମ କରିବା କେବଳ ତାଙ୍କ ନିଶା ନୁହେଁ; ପେସା ମଧ୍ୟ। ୧୯୯୫ ମସିହାରେ ପଞ୍ଜୀକୃତ ହୋଇଥିବା ସଂସ୍ଥା ‘ଆଦର୍ଶ’ର ସଚିବ ପ୍ରଦୀପ କୁମାର ବେହେରାଙ୍କ ପରିବେଶ ପ୍ରୀତି ବିଷୟରେ କହିଲେ ନ ସରେ! ଖରାଦିନେ ଜଳାଭାବ ସମସ୍ୟା ସମାଧାନର ସୂତ୍ର ବାଣ୍ଟିବାରେ ଖୁସି ପାଆନ୍ତି ସମ୍ବଲପୁରର ପରିବେଶପ୍ରେମୀ ପ୍ରଦୀପ। ସେ ଝରଣାରୁ ବୋହି ଯାଉଥିବା ପାଣିକୁ ହିଡ଼ କରି ସଂରକ୍ଷଣ କରନ୍ତି। ଏଥିସହିତ ଆଖପାଖ ଗାଁ ଲୋକମାନଙ୍କୁ ବି ଜଳ ସଂରକ୍ଷଣର ଗୁରୁତ୍ବ ବିଷୟରେ ଜ୍ଞାନ ବାଣ୍ଟନ୍ତି। 

Puri: ଶ୍ରୀନଅରରେ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ

ଏବେ ସୁଦ୍ଧା ନିଜ ଜିଲ୍ଲା ଭିତରେ ପ୍ରାୟ ୫୭ଟି ଜାଗାରେ ସେ ଝରଣା ପାଣିକୁ ସଂରକ୍ଷିତ କରିପାରିଛନ୍ତି। ଖରାଦିନେ ଯେତେବେଳେ ଚାରିଆଡ଼େ ମାଟି ଶୁଖି ଆଁ କରିଥାଏ, ସେହି ସଂରକ୍ଷିତ ପାଣିରେ ଗ୍ରାମବାସୀ ନିଜର ଆବଶ୍ୟକତା ମେଣ୍ଟାନ୍ତି। ସେ ଗ୍ରାମବାସୀଙ୍କୁ ମତାଇ, ଖୁବ୍‌ ସହଜରେ ଜଳ ଉପଲବ୍ଧ କରାଇ ପାରିଛନ୍ତି। ବେଳେବେଳେ ଲୋକଙ୍କ ଭିତରେ ଉତ୍ସାହ ଭରିବାକୁ ସେ ଛୋଟମୋଟ ପିକ୍‌ନିକ୍‌ ବି କରନ୍ତି। ଲୋକ ଯାଇ କାମ କରନ୍ତି, ସେଠାରେ ରନ୍ଧାବଢ଼ା ହୁଏ। ସବା ଶେଷରେ ଭୋଜିଭାତ ଖାଇ ଘରକୁ ଫେରନ୍ତି। 

କେବଳ ସେତିକି ନୁହେଁ; ସେ ବିଦ୍ୟୁତ୍‌ ଶକ୍ତି ଉପଯୋଗ ବିନା, ଘରେ ଘରେ ପାଇପ୍‌ ପାଣି ଯୋଗାଇଛନ୍ତି। ଏହି କାମ ପାଇଁ ସେ ନାବାର୍ଡଠାରୁ ସହାୟତା ନେଉଥିବା କହନ୍ତି। ନାବାର୍ଡର ଏକ ପ୍ରକଳ୍ପ ଅଧୀନରେ ସେ ଏବେ ସୁଦ୍ଧା ୪ଟା ଗାଁକୁ ପାଣି ଯୋଗାଇବାରେ ସକ୍ଷମ ହୋଇଛନ୍ତି। ଏହାଛଡ଼ା କୈଳାସ କୁସୁମ ଫାଉଣ୍ଡେସନ୍‌, କୃଷି ବିଭାଗ, ମିଲେଟ୍‌ ମିସନ ଆଦିରୁ ଅନୁଦାନ ପାଇ ସେ ‘ଆଦର୍ଶ’କୁ ଚଳାନ୍ତି। ତାଙ୍କର ଏହି ସଂସ୍ଥାରେ ଏବେ ୮୭ ଜଣ କର୍ମଚାରୀ କାମ କରୁଛନ୍ତି। ପ୍ରାରମ୍ଭରୁ ସେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସଶକ୍ତ କରିବା, ଶିଶୁମାନଙ୍କୁ ସୁରକ୍ଷା ଦେବା, ଶିକ୍ଷା ପ୍ରଦାନ କରିବା ଭଳି ଜନକଲ୍ୟାଣ କାର୍ଯ୍ୟ କରୁଥିଲେ। ୨୦୦୧ ମସିହାରୁ ସେ ସଂପୂର୍ଣ୍ଣ ଭାବେ ପରିବେଶ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। 

Bangladesh: ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି, ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଗଛରେ ବାନ୍ଧିଲେ

କେବଳ ଜଳ ସଂରକ୍ଷଣରେ ସୀମିତ ରହିଯାଇନାହାନ୍ତି ସେ; ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଲକ୍ଷାଧିକ ବୃକ୍ଷ ରୋପଣ କରିଛନ୍ତି। ଅନେକ ଜଙ୍ଗଲୀ ଗଛ ସମେତ ଆମ୍ବ ଗଛ ବି ରୋପଣ କରିଛନ୍ତି। କେବଳ ଏତିକି ନୁହେଁ, ଗଛର ସୁରକ୍ଷା ପାଇଁ ସେ ସ୍ବେଚ୍ଛାସେବୀ ନିୟୋଜିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe