ତା’ର ଏବେ ଆସିବାର ନ ଥିଲା
ଚନ୍ଦନ କୁମାର ଦାସ
ନଦୀ ଏବେ ଶୁଖେଇ ସାରିଛି
ତା’ ଧୂସର ଦେହର ରକ୍ତ
ବହିବାର ପଣ ନେଇ ପାଲଟି ଯାଇଛି
ଅପେକ୍ଷାର ଶୁଷ୍କ ବାଲିଚର
ଗୋଟିଏ ଚରମ ଶୂନ୍ୟତାକୁ ଛାତିରେ ଧରି
ନାଉରି ହଜେଇ ଦେଇଛି
ତା’ ଆଶାର ଆହୁଲା, ଆତ୍ମାର ଅଭିସାର
କଅଁଳ କିରଣର ଅପେକ୍ଷାରେ
ମଉଳି ପଡ଼ିଛି ସମୟର ସୂର୍ଯ୍ୟମୁଖୀ
ଉଡ଼ି ନ ପାରିବାର ଅବସୋସରେ
ନୀଡ଼ ଭାଙ୍ଗି ହଜିଯାଇଛି ଅବୁଝା ପକ୍ଷୀ
ଆଉ କ’ଣ ଫେରିବ ସେ
ନା, ଗୀତ ଗାଇ ଗଢ଼ିଦେବ
ତା’ ହଜିଥିବା ପୁରୁଣା ଠିକଣା
ରାତି ପାହିଲେ ବି ଆଲୁଅ କ’ଣ ଖୋଜିପାରେ
ହଜିଥିବା ନିଦ, ନା ଭୁଲିଥିବା ଅଗଣା।
ଆହୁରି ପଢ଼ନ୍ତୁ- Quentin Griffiths : ୧୭ମହଲାରୁ ଡେଇଁପଡ଼ିଲେ ଫ୍ୟାସନ୍ ଡିଜାଇନର୍, ୫୮ବର୍ଷରେ ଦୁଃଖଦ ମୃତ୍ୟୁ ,ପତ୍ନୀ ଲଗାଇଥିଲେ ସାଂଘାତିକ ଅଭିଯୋଗ
ହଁ, ପ୍ରତିଥର ସମୟର ସୂର୍ଯ୍ୟମୁଖୀଟିଏ
ଫୁଟୁ ଅବା ନ ଫୁଟୁ
ରାତିକୁ ଗାଢ଼ ଲାଲ୍ କରି
ପିନ୍ଧିବାକୁ ହୁଏ ରକ୍ତଜବାର ଚାଦର
ଛଳନାର ଛାତିପରେ ଲେଖାହୁଏ
ସମ୍ବେଦନହୀନତାର ନିଷ୍ଠୁର ସ୍ବାକ୍ଷର
ଅପେକ୍ଷାର ଶୁଷ୍କ ବାଲିଚର ପରେ
ନାଉରିଟିଏ ହଜେଇ ଦେଉ ପଛକେ
ତା’ ଆଶାର ଆହୁଲା
ଏବେ କିନ୍ତୁ ତା’ର ଆସିବାର ନ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/02/21/600364037_10164183639536558_9154202150203400832_n-2026-02-21-17-20-44.jpg)