ଦେଶ
ଦିଲ୍ଲୀପ ଶ୍ରୀଚନ୍ଦନ
ମା’ ମୋର!
କେତେ ଦୂର ସାବରମତୀରୁ
ସ୍ୱର୍ଗଦ୍ବାର।
ଜଳି ଜଳି ଲିଭିବା ଆଗୁ ଦୀପ
ସରିଯିବାଠୁ ନିରାପଦ ରାତି
ଆଉ କେତେକାଳ ବାକି।
ଅନେକ ଆଗରୁ ସାଇତିଥିଲି ତତେ।
ମାନଚିତ୍ରରେ, ନଦନଦୀ... ପର୍ବତ
ନୀଳନୀଳ ଆକାଶ
ସବୁଜ ଶ୍ୟାମଳ କେଦାର
ମା’ ମୋର।
ଭାବିଥିଲି ସବୁ ତାରା, ସୂର୍ଯ୍ୟ ମୋର।
ତୋ ପଣତ ତଳର ଛାଇ
ତୋ ଆଖି ତଳର ସ୍ବପ୍ନ
କରିବା ପାଇଁ ସାକାର।
କେବେ ଦ୍ରୋଣ... କେବେ ଅଶ୍ୱତ୍ଥାମା
କେବେ ରଥଚକ୍ରର ଘର୍ଘର
ଶୁଣିଛି! ଶୁଣିଛି ମା’ ମୋର!
ତୁ ଇତିହାସ ହୋଇ ବୁଝେଇବୁ।
ପୁରାଣ ହୋଇ ବ୍ୟାପିଚୁ ଚଉଦ ବ୍ରହ୍ମାଣ୍ଡ
ଭୂଗୋଳ ହୋଇ ସଜାଡ଼ିଛୁ ଦିଗ୍ବିଦିଗ
ବର୍ଷା ହୋଇ କରିଚୁ ରଙ୍ଗର ମଉଚ୍ଛବ
ମା’ ମୋର।
ଆହୁରି ପଢ଼ନ୍ତୁ- UPSC CSE Final Result: ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ପରୀକ୍ଷାଫଳ: ଅନୁଜ ଅଗ୍ନିହୋତ୍ରୀ ଟପ୍ପର
ବେଳକୁ ବେଳ ନିଜେ ଉଭା ହୋଇଚୁ
ଠାକୁରାଣୀ ପରି।
ଆକାଶକୁ ଲାଗିଛି ମୁଣ୍ଡ
ପାଦତଳେ ଚାପିଛୁ ପାତାଳ।
ଘଣ୍ଟ ଘୋଡ଼େଇ ବଞ୍ଚେଇବାକୁ ଭରତିଆ
ଛାତି ତଳେ ଫୁଟେଇଛୁ ବୋମା।
ନିଜକୁ ଧ୍ବଂସ କରିଛୁ ବାରମ୍ବାର
ହେଲେ ଆମ ଛାତିରେ ଭରିଛୁ
ପତ୍ର, ଫୁଲ, ଫଳ, ଶ୍ୟାମଳ କେଦାର
ମା’ ମୋର... ମା’ ମୋର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/03/06/516335158_24283112861282692_6419613383910841376_n-2026-03-06-16-23-59.jpg)