Photograph: (sambad.in)
ତୁମେ, ମୁଁ ଆଉ ପ୍ରଜାପତି
ଅବିନାଶ ସାହୁ
ଯେଉଁଠି ପ୍ରେମ ନାହିଁ
ସେଠି ଫୁଲ ନାହିଁ
ଆଉ ଫୁଲ ନାହିଁ ତ
ନାହିଁ ପ୍ରଜାପତି
ଯେଉଁଠି ବଉଦ ନାହିଁ
ସେଠି ବର୍ଷା ନାହିଁ
ଆଉ ବର୍ଷା ନାହିଁ ତ
ନାହିଁ ବାସ୍ନା, ନାହିଁ ଇନ୍ଦ୍ରଧନୁ
ଆହୁରି ପଢ଼ନ୍ତୁ- Youth in Agriculture: ଆଧୁନିକ ପ୍ରଣାଳୀର ଚାଷ ସାଙ୍ଗକୁ ଉନ୍ନତ ବୈଷୟିକ କୌଶଳ ପାଇଁ ଚାଷକୁ ମୁହାଁଇଲେଣି ଯୁବପିଢ଼ି
ଆକାଶ ଅଛି ତ
ମାଟି ବି ଅଛି
ଆଉ ମାଟି ଥିଲେ
ତା’ ଭିତରେ ଜୀବନ ବି
ଗୁଞ୍ଜିଗାଞ୍ଜି ହେଇ, ଚୁପ୍ଚାପ୍
ସେଇ ଜୀବନ କେବେ ଗଛ ହେଇ ହସେ
ତ କେବେ ଫୁଲ ହେଇ ବାସେ
ଆହୁରି ପଢ଼ନ୍ତୁ- Shah Rukh Khan in Jailer-2?: ରଜନୀକାନ୍ତଙ୍କ ‘ଜେଲର୍-୨’ରେ ଶାହରୁଖ ଖାନ ରହିବେ କି? ବିବାଦରେ ମିଥୁନ ଚକ୍ରବର୍ତ୍ତୀଙ୍କ ବୟାନ
ଗଛ ନାହିଁ ତ ଫୁଲ ନାହିଁ
ଆଉ ଫୁଲ ନାହିଁ ତ ନାହିଁ ପ୍ରଜାପତି
ପ୍ରଜାପତି ନଥିଲେ ପ୍ରେମ କାହିଁ!
ଆଉ ପ୍ରେମ ନଥିଲେ
ନା ତୁମେ ଅଛ
ନା ମୁଁ ଅଛି
ଠିକ୍ ନା?
Follow Us