Photograph: (sambad.in)
- ମସ୍ତିଷ୍କ ଆନ୍ୟୁରିଜିମ୍ କ’ଣ ଓ ଏହା କେତେ କ୍ଷତିକାରକ?
ମସ୍ତିଷ୍କ ଆନ୍ୟୁରିଜିମ୍ ହେଲେ ମସ୍ତିଷ୍କର ରକ୍ତ ନଳୀ ଦୁର୍ବଳ ହୋଇ ଫୁଲିଯାଇ ସ୍ଥାନଟି ବେଲୁନ ପରି ହୋଇଯାଏ। ଉଚ୍ଚ ରକ୍ତଚାପ ସମୟରେ ଏହା ବଡ଼ ହୋଇଯାଏ। ଏହା ଶରୀର ପାଇଁ ବହୁ କ୍ଷତିକାରକ ହୋଇଥାଏ। ଅଧିକ ଦିନ ମୁଣ୍ଡବ୍ୟଥା ମସ୍ତିଷ୍କ ଆନ୍ୟୁରିଜିମ୍ର ଲକ୍ଷଣ ହୋଇପାରେ। ଚିକିତ୍ସା ବିନା ବ୍ରେନ୍ ଷ୍ଟ୍ରୋକ୍ ହୁଏ ଏବଂ ଆଖିକୁ ଠିକ୍ରେ ଦେଖାଯାଏ ନାହିଁ। ନଳୀଟି ଫାଟି ମୃତ୍ୟୁର ଆଶଙ୍କା ଥାଏ।
- ଆନ୍ୟୁରିଜିମ୍ ହେବାର କାରଣ କ’ଣ?
ଆନ୍ୟୁରିଜିମ୍ ହେବାର ଅନେକ କାରଣ ଅଛି। ବୟସ ଓ ବଂଶଗତ କାରଣ ଯୋଗୁଁ ଏହି ଅସୁବିଧା ହୋଇଥାଏ, ଯାହା ଆମ ହାତରେ ନଥାଏ। କିନ୍ତୁ ଆଉ କିଛି, ଯେମିତିକି ସିଗାରେଟ୍, ହୁକା ଓ ଡ୍ରଗ୍ସ ସେବନ ମସ୍ତିଷ୍କ ଆନ୍ୟୁରିଜିମ୍ ହେବାର ଆଶଙ୍କାକୁ ବଢ଼ାଇଥାଏ। ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଓ ଅଧିକ କୋଲେଷ୍ଟ୍ରାଲ୍ ଥିବା ବ୍ୟକ୍ତିଙ୍କଠାରେ ମଧ୍ୟ ଏହା ହୋଇପାରେ।
- ଆନ୍ୟୁରିଜିମ୍ ଫାଟି ରକ୍ତସ୍ରାବ ହେବା ପରେ ଜଣକର ଅବସ୍ଥା କେତେ ଗୁରୁତର ହୋଇପାରେ?
ଆନ୍ୟୁରିଜିମ୍ ସମସ୍ତଙ୍କଠାରେ ଥାଏ କିନ୍ତୁ ଆମକୁ ଜଣାପଡ଼େ ନାହିଁ। ଏହା ଫାଟିଗଲେ ବ୍ରେନ୍ ଷ୍ଟ୍ରୋକ୍ ହୋଇଯାଏ। ଏପରିକି ହସ୍ପିଟାଲ୍ ଆସିବା ପୂର୍ବରୁ ବାଟରେ ମଧ୍ୟ ଜୀବନ ଯାଇପାରେ। ତେଣୁ ଏହାର ତୁରନ୍ତ ଚିକିତ୍ସା ଦରକାର ହୋଇଥାଏ। ଯେଉଁମାନେ ବଞ୍ଚିଯାଆନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ଦୁଇ-ତୃତୀୟାଂଶ ଲୋକଙ୍କର କିଛି ସ୍ଥାୟୀ ସ୍ନାୟୁବିକ କିମ୍ବା ବୌଦ୍ଧିକ ସମସ୍ୟା ରହିପାରେ।
- ଫାଟିଯାଇଥିବା ଆନ୍ୟୁରିଜିମ୍ର ଚିକିତ୍ସା କ’ଣ ରହିଛି ଏବଂ ଏଥିରେ ଜଣେ ସମ୍ପୂର୍ଣ୍ଣ ସୁସ୍ଥ ହେବା ସମ୍ଭବ କି?
ମସ୍ତିଷ୍କ ଭିତରେ ରକ୍ତନଳୀ ଫାଟିଗଲେ ପୂର୍ବରୁ ନ୍ୟୁରୋସର୍ଜନମାନେ ଓପନ୍ ବ୍ରେନ୍ ସର୍ଜରି ବା ମସ୍ତିଷ୍କକୁ କାଟି ଅସ୍ତ୍ରୋପଚାର କରୁଥିଲେ। ଏହା ଅଧିକ ସମୟ ନେବା ସହିତ ବିପଦପୂର୍ଣ୍ଣ ଥିଲା। କିନ୍ତୁ ଏବେ ‘ଆନ୍ଜିଓଗ୍ରାମ୍ ପଦ୍ଧତି’ରେ ଆନ୍ୟୁରିଜିମ୍ ହୋଇଥିବା ସ୍ଥାନରେ କିଛି କଏଲ୍ ପକାଇ ଚିକିତ୍ସା କରିଥାଉ ଯାହାକୁ ଆନ୍ଜିଓଗ୍ରାମ୍ ପଦ୍ଧତିରେ ଅାନ୍ୟୁରିଜିମ୍ କଏଲିଂ ଚିକିତ୍ସା କୁହାଯାଏ। ଏକ ସୁକ୍ଷ୍ମ କଣା ମାଧ୍ୟମରେ ଏହି ଅସ୍ତ୍ରୋପଚାର କରାଯାଇଥାଏ। ଏହା ବିପଦପୂର୍ଣ୍ଣ ନୁହେଁ ଓ ଏଥିରେ ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ଥାଏ।
- ଆନ୍ଜିଓଗ୍ରାମ୍ ପଦ୍ଧତିରେ ଚିକିତ୍ସା ରୋଗୀ ପାଇଁ କେତେ ଉପକାରୀ ହୋଇପାରିଛି?
ରୋଗୀ ଡାକ୍ତରଖାନାକୁ ଆସିବା ମାତ୍ରେ ଏମ୍ଆର୍ଆଇ କରିବା ପରେ ଆନ୍ଜିଓଗ୍ରାମ୍ କରାଯାଏ। ଅବସ୍ଥା ଦେଖି ଅସ୍ତ୍ରୋପଚାର କରାଯାଇଥାଏ। ଏହା ଚିକିତ୍ସା ଖୁବ୍ ସହଜ ଓ ବିପଦମୁକ୍ତ। ଜଣେ ସାତଦିନରେ ମଧ୍ୟ ଠିକ୍ ହୋଇ ଚଲାବୁଲା କରିପାରେ। ଏହି ପଦ୍ଧତି ଏବେ ଭୁବନେଶ୍ବରେ ମଧ୍ୟ ଉପଲବ୍ଧ ହେଲାଣି।
ଆହୁରି ପଢ଼ନ୍ତୁ: ଘରେ ବନାନ୍ତୁ ଶୀତଦିନିଆ ପେଡିକ୍ୟେର୍...
Follow Us