ଶୀତଦିନରେ ତ୍ବଚା ସହ ହାତ, ଗୋଡ଼, ପାଦର ସମ୍ପୂର୍ଣ୍ଣ ଯତ୍ନ ନେବା ଆବଶ୍ୟକ। ଏହି ଦିନରେ ଅଧିକ ଚର୍ମ ସମସ୍ୟା ସହିତ ଚର୍ମ ଶୁଖିଲା ହୋଇ ଫାଟିବାକୁ ଲାଗିଥାଏ। ସେଥିପାଇଁ ଏହାକୁ ନରମ ରଖିବା ନିହାରି ଦରକାର। ଘରେ ମଧ୍ୟ ଏହାର ଯତ୍ନ ନେଇପାରିବେ। ବଜାରରେ ଅଧିକ ଦର ଦେଇ କ୍ରିମ୍ କିଣିବା ଅପେକ୍ଷା ଘରେ ନିଜେ ତିଆରି କରି ଲଗାଇବା ତ୍ବଚା ପାଇଁ ଖୁବ୍ ଭଲ। ମେନିକ୍ୟୋର ଓ ପେଡିକ୍ୟୋର୍ କରି ହାତ ଓ ଗୋଡ଼ର ଯିତ୍ନ ନେଇ ପାରିବା। ତେବେ ଆସନ୍ତୁ ଜାଣିବା କିପରି ତିଆରି କରିବା ଏହାକୁ...
ଟିପ୍ସ୍....
ଫାଳେ ଲେମ୍ବୁ ଉପରେ ୧ ଚାମଚ ସାମ୍ପୁ ପକାଇ ସେଇ ଲେମ୍ବୁଟି ନେଇ ଦୁଇ ପାଦ, ଗୋଇଠି, ତଳିପା ଇତ୍ୟାଦି ଭଲକି ଘଷି ସଫା କରନ୍ତୁ। ପାଦ ବୁଡ଼ି ପାରୁଥିବା ପରି ଗରମ ପାଣି ନେଇ ଗୋଟିଏ ଟବ୍ରେ ରଖି ୧୦ ମିନିଟ୍ ଗୋଡ଼ ବୁଡ଼େଇ ବସନ୍ତୁ। ସେଇ ଗରମ ପାଣିରେ ଏକଚାମଚ ବାଥ୍ ସଲ୍ଟ, ଏକ ଚାମଚ ଭିନେଗାର/ ଲେମ୍ବୁରସ .. ମିଶେଇଲେ ଭଲ। ପାଦର ଚର୍ମ ୧୦/୧୫ ମିନିଟ୍ରେ ଟିକେ ନରମ ହୋଇଯିବ ତାକୁ ଫ୍ୟୁମିକ୍ ଷ୍ଟୋନ୍ରେ ଭଲକି ଘଶି ସଫା କରି ଦିଅନ୍ତୁ।
ଆହୁରି ପଢ଼ନ୍ତୁ: ଆମେରିକାର ଟେକ୍ସାସ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ
ଏଥର ଗୋଟିଏ କାଚଗିନାରେ ଏକ ଚାମଚ୍ ଭେସ୍ଲିନ୍ ଜେଲି, ଏକ ଚାମଚ ବେକିଂ ପାଉଡର୍, ଏକ ଚାମଚ ନଡ଼ିଆ ତେଲ, ଗୋଟେ ଭିଟାମିନ୍ ଇ କ୍ୟାପ୍ସୁଲ୍ ଓ ଦୁଇଟି ସାଦା ମହମବତୀକୁ ଖଣ୍ଡ କରି ମିଶାନ୍ତୁ। ଡବଲ୍ ବଏଲର୍ରେ ଏହାକୁ ଗରମ କରନ୍ତୁ। ଅର୍ଥାତ୍ ଗୋଟିଏ ପାତ୍ରରେ ଗରମ ପାଣି କରି ସେଥିରେ ଷ୍ଟାଣ୍ତ୍ଟିଏ ରଖି କାଚଗିନାକୁ ରଖନ୍ତୁ। ମହମବତୀ ତରଳି ଗଲେ ମିଶ୍ରଣଟି ଓହ୍ଲେଇ ଦିଅନ୍ତୁ। ସଫା ପାଦରେ ବ୍ରସ୍ ସାହାଯ୍ୟରେ ଟିକେ ଉଷୁମ ଥିବା ଅବସ୍ଥାରେ ମିଶ୍ରଣଟି ସାରା ପାଦରେ ଭଲକି ଲଗାଇ ଦିଅନ୍ତୁ। ମିଶ୍ରଣଟି ପାଦରେ ଶୁଖିଗଲେ ଅଧଘଣ୍ଟା ପରେ ଛୁରୀ ବା ଚାମଚରେ ମହମର ଶୁଖିଲା ଆସ୍ତରଣଟି ଛଡ଼େଇ ଦିଅନ୍ତୁ। ପାଦରେ ମଏଶ୍ଚରାଇଜର୍ ଲଗେଇ ସୂତା ମୋଜାଟିଏ ପିନ୍ଧନ୍ତୁ। ରାତିରେ ଶୋଇଲା ପୂର୍ବରୁ ସପ୍ତାହକୁ ଥରେ ବା ଦୁଇଥର ଏମିତି ଯତ୍ନ ନେଲେ ଆପଣଙ୍କ ପାଦ କୋମଳ, ମସୃଣ ଓ ସଫା ରହିବ।
ଆହୁରି ପଢ଼ନ୍ତୁ: ଆପଣଙ୍କ ହୃଦୟ ସୁସ୍ଥ ଅଛି କି? ଘରେ କିପରି କରି ହେବ ପରୀକ୍ଷା, ଜାଣନ୍ତୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113655717z-whatsapp-image-2025-11-13-at-32725-pm-2025-11-15-17-06-55.jpeg)
/sambad/media/media_files/2025/12/23/untitled-13-copy-2025-12-23-16-13-32.jpg)