Carrier At Home, Tips For Success: ଘରେ ବସି କ୍ୟାରିଅର୍‌ ଗଢ଼ିବାକୁ ଚାହୁଛନ୍ତି କି? ଏହାର ସଫଳତା ପାଇଁ ଆପଣାନ୍ତୁ କିଛି ଟିପ୍ସ୍‌

Advertisment

ବର୍ତ୍ତମାନ ସୋସିଆଲ୍‌ ମିଡିଆର ବ୍ୟବହାର ବହୁମାତ୍ରାରେ ବଢ଼ିଯାଇଛି। ଯେକୌଣସି ମିଡିଆରେ ସ୍କ୍ରୋଲ୍‌ କରିବା ବେଳେ ବିଭିନ୍ନ କଣ୍ଟେଣ୍ଟ୍‌ ସହିତ ଅନେକ ବ୍ଲଗରଙ୍କ ପୋଷ୍ଟ ମଧ୍ୟ ଦେଖିବାକୁ ମିଳୁଛି। ଯାହାକି ହେଲ୍‌ଥ, ଟ୍ରାଭେଲ, ଟେକ୍‌, ନେଚର୍‌, ଫିଲ୍ମ, ସ୍ପୋଟର୍ସ, କୁକିଂ ଭଳି ତଥ୍ୟକୁ ନେଇ ଲେଖାହେଉଛି।

ବର୍ତ୍ତମାନ ସୋସିଆଲ୍‌ ମିଡିଆର ବ୍ୟବହାର ବହୁମାତ୍ରାରେ ବଢ଼ିଯାଇଛି। ଯେକୌଣସି ମିଡିଆରେ ସ୍କ୍ରୋଲ୍‌ କରିବା ବେଳେ ବିଭିନ୍ନ କଣ୍ଟେଣ୍ଟ୍‌ ସହିତ ଅନେକ ବ୍ଲଗରଙ୍କ ପୋଷ୍ଟ ମଧ୍ୟ ଦେଖିବାକୁ ମିଳୁଛି। ଯାହାକି ହେଲ୍‌ଥ, ଟ୍ରାଭେଲ, ଟେକ୍‌, ନେଚର୍‌, ଫିଲ୍ମ, ସ୍ପୋଟର୍ସ, କୁକିଂ ଭଳି ତଥ୍ୟକୁ ନେଇ ଲେଖାହେଉଛି।

carrier

Photograph: (google)

ବର୍ତ୍ତମାନ ସୋସିଆଲ୍‌ ମିଡିଆର ବ୍ୟବହାର ବହୁମାତ୍ରାରେ ବଢ଼ିଯାଇଛି। ଯେକୌଣସି ମିଡିଆରେ ସ୍କ୍ରୋଲ୍‌ କରିବା ବେଳେ ବିଭିନ୍ନ କଣ୍ଟେଣ୍ଟ୍‌ ସହିତ ଅନେକ ବ୍ଲଗରଙ୍କ ପୋଷ୍ଟ ମଧ୍ୟ ଦେଖିବାକୁ ମିଳୁଛି। ଯାହାକି ହେଲ୍‌ଥ, ଟ୍ରାଭେଲ, ଟେକ୍‌, ନେଚର୍‌, ଫିଲ୍ମ, ସ୍ପୋଟର୍ସ, କୁକିଂ ଭଳି ବିଭିନ୍ନ ତଥ୍ୟକୁ ନେଇ ଲେଖାହେଉଛି। ଏହାକୁ ଲେଖୁଥିବା ବ୍ଲଗରମାନେ ପ୍ରତିଦିନ ନିଜ ଫଲୋଅର୍ସମାନଙ୍କ ପାଇଁ କିଛି କିଛି ନୂଆ ବିଷୟବସ୍ତୁ ଲେଖିଥା’ନ୍ତି। ପାଠକଙ୍କ ମନ ପସନ୍ଦ ଲେଖା ଦେଉଥିବା ବ୍ଲଗରମାନଙ୍କର ବହୁତ ଭଲ ସଂଖ୍ୟାରେ ଫ୍ୟାନ୍‌ ଫଲୋଅର୍ସ ବି ବଢ଼ିଥାଆନ୍ତି। ତେବେ ଲେଖାଲେଖିରେ ରୁଚି ରଖୁଥିବା ଅଧିକାଂଶ ଯୁବପିଢ଼ିଙ୍କ ପାଇଁ ଏହି ବ୍ଲଗିଂ ବର୍ତ୍ତମାନ ଏକ ଭଲ କ୍ୟାରିୟର ଅପ୍‌ସନ ମଧ୍ୟ ପାଲଟିଛି। ଅଧିକାଂଶ ଝିଅମାନେ ଘରେ ବସି ବିଭିନ୍ନ ପ୍ରକାର କଳା ଓ ରୋଷେଇକୁ ମଧ୍ୟ ଏହି ବ୍ଲଗ୍‌ ମାଧ୍ୟମରେ ନିଜକୁ ପାରଦର୍ଶିତା କରାଇପାରୁଛନ୍ତି। 

ପାଠକଙ୍କୁ ଦିଅନ୍ତୁ ନୂଆ ନୂଆ ଆଇଡିଆ: 

ଲେଖିବାରେ ରୁଚି ରଖୁଥିବା ଯୁବତୀ ଯୁବକଙ୍କ ପାଇଁ ନିଜ ଲେଖାକୁ ପାଠକମାନଙ୍କ ପାଖରେ ପହଞ୍ଚାଇବା ଲାଗି ଏହି ଫିଲ୍ଡ ପାଲଟିଛି ସବୁଠୁ ଭଲ ମାଧ୍ୟମ। ଏହାଦ୍ୱାରା ପାଠକମାନେ ପ୍ରତିଦିନ ନୂଆ ନୂଆ ଲେଖା ପଢ଼ିବାର ସୁଯୋଗ ପାଉଛନ୍ତି ଏବଂ ସେମାନଙ୍କ ମତାମତ ଏବଂ ପ୍ରଶଂସା ବ୍ଲଗରଙ୍କୁ ଆହୁରି ଅଧିକ ଲେଖିବାକୁ ପ୍ରେରଣା ଯୋଗାଇବ।

ବଢ଼ାନ୍ତୁ ସୃଜନଶୀଳତା:

ଯେ କୌଣସି ବିଷୟବସ୍ତୁକୁ ସୃଜନଶୀଳ ଢଙ୍ଗରେ ଲେଖିବାର କଳା ଏହି କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯଦି ନିଜ କଣ୍ଟେଣ୍ଟକୁ ଭିନ୍ନ ଢଙ୍ଗରେ ପାଠକଙ୍କ ନିକଟରେ ପହଞ୍ଚାଇବାର କଳା ଅଛି, ତେବେ ବ୍ଲଗିଂ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବା ସହ ଭଲ ରୋଜଗାର ମଧ୍ୟ କରିହେବ।

ଆହୁରି ପଢ଼ନ୍ତୁ: ଖୁବ୍‌ଶୀଘ୍ର ଆଇଡିବିଆଇ ହେବ ଘରୋଇ ବ୍ୟାଙ୍କ୍‌!

ଅଧିକ ଫଟୋଗ୍ରାଫ୍‌ ଦିଅନ୍ତୁ:

କୁହାଯାଏ ଗୋଟିଏ ଫଟୋ ହଜାରଟି ଶବ୍ଦ ସହିତ ସମାନ। ତେଣୁ ଲେଖିବା ସହିତ ବ୍ଲଗ୍‌ରେ ଫଟୋ ଦେବା ଦ୍ୱାରା ସୋସିଆଲ୍‌ ମିଡିଆରେ ଏହା ଅଧିକ ପାଠକଙ୍କ ଦ୍ୱାରା ଆଦୃତ ହୋଇପାରିବ।

ରିସର୍ଚ୍ଚ କରନ୍ତୁ:

ଗୋଟିଏ ଟପିକ୍‌ରେ ଅନେକ ବ୍ଲଗ୍‌ ଆସିଥାଏ। ହେଲେ ପାଠକ ସେହି ଲେଖାକୁ ପସନ୍ଦ କରନ୍ତି, ଯାହାର ଲେଖାଶୈଳୀ ୟୁନିକ୍‌ ଏବଂ କ୍ୟାଚି ହୋଇଥାଏ। ତେଣୁ ଏଥିପାଇଁ କୌଣସି ବିଷୟବସ୍ତୁ ଉପରେ ଭଲ ଭାବେ ରିସର୍ଚ୍ଚ କରି ତଥ୍ୟ ସଂଗ୍ରହ କରିବା ଆବଶ୍ୟକ।

ଧୈର୍ଯ୍ୟ ଧରନ୍ତୁ:

କୌଣସି କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରୁ କରୁ ସଫଳତା ମିଳି ନ ଥାଏ। ସେହିପରି ଆରମ୍ଭରୁ ହିଁ ଅଧିକ ଟଙ୍କା ମିଳିବା ଆଶା ରଖିବା କିମ୍ବା ଧୈର୍ଯ୍ୟହରା ହୋଇ କାମ ବନ୍ଦ କରିଦେବା ଠିକ୍‌ ନୁହେଁ। କାରଣ ଆଗକୁ ବଢ଼ିବା ଲାଗି ଧୈର୍ଯ୍ୟର ସହ କାର୍ଯ୍ୟ କରିବା ଦରକାର।

ଆହୁରି ପଢ଼ନ୍ତୁ: ଫେବୃୟାରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: କ୍ଲିକ କରି ଜାଣନ୍ତୁ ସବୁ ଅପଡେଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe