Expensive safety pin: ମହଙ୍ଗା ସେଫ୍ଟିପିନ୍‌

Advertisment

ଶ‌ାଢ଼ି ହେଉକି ଲେହେଙ୍ଗା, ଗାଉନ ହେଉକି ଡିଜାଇନର ବ୍ଲାଉଜ୍‌ ପ୍ରାୟ ଅଧିକାଂଶ ପୋ‌ଷାକକୁ ଶରୀରରେ ଠିକ୍‌ ଭାବରେ ଫିଟ୍‌ କରି ରଖିବା ପାଇଁ ଆବଶ୍ୟକ ପଡ଼େ ପିନ୍‌ଟିଏ। ସେଫ୍ଟିପିନ୍‌ ଆକାର ବେଶ୍‌ ଛୋଟ କିନ୍ତୁ ମହିଳାମାନଙ୍କ ପାଇଁ ଅତି ଦରକାରୀ ଜିନିଷଟିଏ।

ଶ‌ାଢ଼ି ହେଉକି ଲେହେଙ୍ଗା, ଗାଉନ ହେଉକି ଡିଜାଇନର ବ୍ଲାଉଜ୍‌ ପ୍ରାୟ ଅଧିକାଂଶ ପୋ‌ଷାକକୁ ଶରୀରରେ ଠିକ୍‌ ଭାବରେ ଫିଟ୍‌ କରି ରଖିବା ପାଇଁ ଆବଶ୍ୟକ ପଡ଼େ ପିନ୍‌ଟିଏ। ସେଫ୍ଟିପିନ୍‌ ଆକାର ବେଶ୍‌ ଛୋଟ କିନ୍ତୁ ମହିଳାମାନଙ୍କ ପାଇଁ ଅତି ଦରକାରୀ ଜିନିଷଟିଏ।

safety pin

ଶ‌ାଢ଼ି ହେଉକି ଲେହେଙ୍ଗା, ଗାଉନ ହେଉକି ଡିଜାଇନର ବ୍ଲାଉଜ୍‌ ପ୍ରାୟ ଅଧିକାଂଶ ପୋ‌ଷାକକୁ ଶରୀରରେ ଠିକ୍‌ ଭାବରେ ଫିଟ୍‌ କରି ରଖିବା ପାଇଁ ଆବଶ୍ୟକ ପଡ଼େ ପିନ୍‌ଟିଏ। ସେଫ୍ଟିପିନ୍‌ ଆକାର ବେଶ୍‌ ଛୋଟ କିନ୍ତୁ ମହିଳାମାନଙ୍କ ପାଇଁ ଅତି ଦରକାରୀ ଜିନିଷଟିଏ। ଡ୍ରେସିଂ ଟେବୁଲର ଥାକରୁ ନେଇ ମନିପର୍ସ ଯାଏ ସବୁଠି ଖୋଜିଲେ ଆମେ ଏହାକୁ ସହଜରେ ପ‌ାଇଥାଉ। ପୂର୍ବରୁ ମହିଳାମାନେ ପିନ୍‌କୁ ଚୁଡ଼ି ସହିତ ଯୋଡ଼ି ରଖୁଥିଲେ, ଆବଶ୍ୟକ ହେଲେ ଏଗୁଡ଼ିକୁ ତୁରନ୍ତ ବ୍ୟବହାର କରୁଥିଲେ। ବଜାରରେ ସାଧାରଣତଃ ୫ରୁ ୨୦ ଟଙ୍କାରୁ ଆରମ୍ଭ କରି ୧୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ସେଫ୍ଟିପିନ୍‌ ମିଳେ। ମହିଳାମାନେ ଶାଢ଼ି ଓ ଦୁପଟ୍ଟାକୁ କାନ୍ଧରେ ଠିକ୍‌ ଭାବରେ ରଖିବା ପାଇଁ ଦାମିକା ଧାତୁ ଯେମିତିକି ରୁପା ଓ ସୁନାପାଣିଦିଆ ପଥର ବସା, ମୀନାକରା ପିନ୍‌ ବ୍ୟବହାର କରିବା ଆମେ ଜାଣିଛୁ। ତେବେ ଆପଣ ଜାଣିଛନ୍ତି କି ବିଶ୍ୱର ସବୁଠାରୁ ମହଙ୍ଗା ସେଫ୍ଟିପିନ୍‌ ଦାମ୍‌ କେତେ ହୋଇପାରେ? ଦୁନିଆର ସବୁଠାରୁ ମହଙ୍ଗା ସେଫ୍ଟିପିନ୍‌ର ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। 

Horoscope 2025 December 29: ଜାଣନ୍ତୁ ଆଜିର ରାଶିଫଳ

ଏହି ଦାମିକିଆ ସେଫ୍ଟି ପିନ୍‌ ଇଟାଲୀୟ ଲଗଜରି ଫ୍ୟାସନ୍ ବ୍ରାଣ୍ଡ ‘ପ୍ରାଡା’ ପ୍ରାୟ ୬୯,୦୦୦ ଟଙ୍କାରେ ଉନ୍ମୋଚିତ କରିଛି। ଏହା ସରଳ ଧାତୁରେ ତିଆରି, ଏଥିରେ ରଙ୍ଗୀନ ସୂତା ଏବଂ ଏକ ପ୍ରାଡା ଲୋଗୋ ଲୋକଙ୍କ ମନ ଜିଣୁଛି। ଏଥିରେ କୌଣସି ହୀରା କିମ୍ବା ମଣିପଥର ଖଚିତ ହୋଇନାହିଁ ତଥାପି ଏହାର ମୂଲ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏହି ‘ସେଫ୍ଟି ପିନ୍’ ଇଣ୍ଟର୍‌ନେଟ୍‌ରେ ବ୍ୟାପକ ଆଲୋଚନା ସୃଷ୍ଟି କରୁଛି। ଅନେକ ଫ୍ୟାସନ୍ ଇନ୍‌ଫ୍ଲୁଏନ୍‌ସର ଏବଂ ବ୍ୟବହାରକାରୀ ଏହା ବିଷୟରେ ହାସ୍ୟରସପୂର୍ଣ୍ଣ ମନ୍ତବ୍ୟ ଦେଉଛନ୍ତି।

Donald Trump : ଆମେରିକା ହିଁ ପ୍ରକୃତ ଜାତିସଂଘ : ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe